ଦୁଇ ଦଫା ଦାବି ନେଇ ଆନ୍ଦୋଳନରେ ଅଗ୍ନିଶମ କର୍ମଚାରୀ

By ETV Bharat Odisha Team

Published : Dec 20, 2023, 10:35 PM IST

thumbnail

ଅନୁଗୋଳ: କଳାବ୍ୟାଚ ପିନ୍ଧିଲେ ଅଗ୍ନିଶମ କର୍ମଚାରୀ । ଦୁଇ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ଅଗ୍ନିଶମ କର୍ମଚାରୀ । ପୋଲିସ ଭଳି 24 ଘଣ୍ଟିଆ ଡ୍ୟୁଟି କରୁଥିଲେ ମଧ୍ୟ ପୋଲିସ ଭଳି ସରକାରୀ ସୁବିଧା ଦିଆଯାଉନାହିଁ । ଯାହାର ପ୍ରତିବାଦରେ କରିଛନ୍ତି ଆନ୍ଦୋଳନ ।

ଏହା ମଧ୍ୟ ପଢନ୍ତୁ....ଧାନ ଅଭାବୀ ବିକ୍ରି ଓ ମଣ୍ଡିରେ ଅବ୍ୟବସ୍ଥା, ଆନ୍ଦୋଳନ ଚେତାବନୀ ଦେଲା ବିଜେପି କୃଷକ ମୋର୍ଚ୍ଚା

ଅନୁଗୋଳ ଅଗ୍ନିଶମ ବାହିନୀ ଦୁଇ ଦଫା ଦାବି ନେଇ କଳାବ୍ୟାଚ ପରିଧାନ କରିଛନ୍ତି । ଓଡିଶା ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ମାନେ ୧୧ ଡିସେମ୍ବର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦୁଇ ଦଫା ଦାବିରେ କଳାବ୍ୟାଚ ପରିଧାନ କରିଛନ୍ତି । ଅଗ୍ନିଶମ ସେବା ସଂସ୍ଥାର ଅଗ୍ନିକ, ଅଗ୍ନିକ ଗାଡି ଚାଳକ, ମୁଖ୍ୟ ଅଗ୍ନିକ ଆନ୍ଦୋଳନ କରୁଛନ୍ତି । ଓଡିଶା ପୋଲିସ ସିପାହୀ ଓ ହାବିଲଦାରଙ୍କ ଦରମା ଓ ଭତ୍ତା ସହ ସମାନ କରିବା ଏବଂ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ସଂଘର ସରକାରୀ ପଞ୍ଜୀକରଣ ଏହି ଦୁଇ ଦାବିକୁ ନେଇ କଳାବ୍ୟାଚ ପରିଧାନ କରିଛନ୍ତି । ଯଥା ଶୀଘ୍ର ଦାବି ପୂରଣ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ସେମାନେ ପରିଶ୍ରମ କରୁଥିଲେ ମଧ୍ୟ ସରକାର ଦୃଷ୍ଟି ଦେଉନାହାନ୍ତି । ଯାହାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଗ୍ନିଶମ କର୍ମଚାରୀ ।

ଇଟିଭି ଭାରତ, ଅନୁଗୋଳ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.