ରାଉରକେଲାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

By ETV Bharat Odisha Team

Published : Nov 24, 2023, 6:43 AM IST

thumbnail

ରାଉରକେଲା: ସହରର ବଣିକ ସଙ୍ଘ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିପଡ଼ି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଆଜି ଅପରାହ୍ନାରେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବିଭାଗର ୨ଟି ଦଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁର ଭୟାବହତା ଏତେ ଥିଲା, ଯେ ଏହାକୁ ଆୟତ କରିବା ପାଇଁ ବହୁ ସମସ୍ୟାର ସମ୍ମଖୀନ ହେବାକୁ ପଡ଼ିଥିଲା । ବହୁ ଉଦ୍ୟମ ସତ୍ତ୍ୱେ ସମ୍ମିଳନୀ କକ୍ଷରେ ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଛି । ନିଆଁ ଲାଗିବା ଫଳରେ ହଲ୍‌ରେ ଥିବା ଏୟାର କଣ୍ଡିସନରଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଛି । 

ଘଟଣା ସ୍ଥଳରେ ବ୍ୟବସାୟୀ ମହାସଙ୍ଘର ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକ, ଉପାଧ୍ୟକ୍ଷ ଗୁରମିତ ସିଂହ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ସଠିକ ଭାବେ ଜଣାପଡ଼ି ନଥିବାବେଳେ ସମ୍ପୂର୍ଣ୍ଣ ଆକଳନ ପରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଅନୁମାନ କରାଯାଉଛି । ଏହି ଅଗ୍ନିକାଣ୍ଡରେ କେହି ମୃତାହାତ ହୋଇନଥିବା ଜଣାପଡିଛି । ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡି ନାହିଁ । 

ଏହା ମଧ୍ୟ ପଢନ୍ତୁ...ଭୁବନେଶ୍ଵର ଏକ ଘରୋଇ କଲେଜରେ ନିଆଁ, ୨ ଆହତ ହସ୍ପିଟାଲରେ ଭର୍ତ୍ତି

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.