ETV Bharat / state

ଭୁବନେଶ୍ଵର ଏକ ଘରୋଇ କଲେଜରେ ନିଆଁ, ୨ ଆହତ ହସ୍ପିଟାଲରେ ଭର୍ତ୍ତି

author img

By ETV Bharat Odisha Team

Published : Nov 23, 2023, 6:02 PM IST

ରାଜଧାନୀ ଭୁବନେଶ୍ବରର ଏକ ଘରୋଇ କଲେଜରେ ଅଗ୍ନିକାଣ୍ଡ । ୨ ଆହତଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

Fire breaks out at a Private college
Fire breaks out at a Private college

ଭୁବନେଶ୍ଵର ଏକ ଘରୋଇ କଲେଜରେ ନିଆଁ, ୨ ଆହତ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵର ସ୍ଥିତ ଏକ ଘରୋଇ କଲେଜରେ ଭୟାବହ ଅଗ୍ନିକାଣ୍ଡ । କଲେଜ ଭିତରେ ସୃଷ୍ଟି ହେଲା ଧୂଆଁମୟ ପରିବେଶ । ତମାଣ୍ଡୋ ପଞ୍ଚାୟତ ଅଫିସ ପାଖରେ ଥିବା ଏକ ଘରୋଇ କଲେଜରେ ନିଆଁ ଲାଗିଛି । କଲେଜର ପଞ୍ଚମ ମହଲାରେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ଏହି ଅଗ୍ନିକାଣ୍ଡରେ ୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସେପଟେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛି ।

କଲେଜର ପଞ୍ଚମ ମହଲାରେ ନିଆଁ ଲାଗିଥିବା ସ୍ପଟ୍ ହୋଇଥିବା ବେଳେ କେଉଁ କାରଣରୁ ନିଆଁ ଲାଗିଛି ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ତେବେ ସର୍ଟସର୍କିଟି ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଅଗ୍ନିକାଣ୍ଡରେ ୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ଏକ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଏହା ବି ପଢନ୍ତୁ- ଦୀପାବଳିରେ ଅଘଟଣ, ତମାଣ୍ଡୋରେ ଜଳିଗଲା ବସ୍‌

ସୂଚନା ଥାଉ କି ରାଜଧାନୀ ଭୁବନେଶ୍ବରରେ ବାରମ୍ବାର ହୋଟେଲ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନିଆଁ ଲାଗୁଥିବା ନଜରକୁ ଆସିଛି । କିଛି ଦିନ ହେଲା ଏଭଳି ଘଟଣା ସାମ୍ନାକୁ ଆସୁଛି । ତେବେ ହୋଟେଲ ଏବଂ ଶିକ୍ଷାନୁଷ୍ଠାନଗୁଡିକରେ ରହିଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଠିକ ଭାବରେ ଯାଞ୍ଚ କରାଯାଉନାହିଁ ନା କର୍ତ୍ତୃପକ୍ଷଙ୍କୁ ଅବହେଳା ଯୋଗୁଁ ସମସ୍ତଙ୍କ ଜୀବନ ବାଜିରେ ଲାଗୁଛି ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ଗତକାଲି ମଧ୍ୟାହ୍ନ ସମୟରେ ଓମଫେଡ ଛକ ଆକାଶରେ କଳା ଧୂଆଁ ଘୋଟି ଯାଇଥିଲା । ସମସ୍ତେ କିଛି ବୁଝିବା ପୂର୍ବରୁ ସମ୍ପୂର୍ଣ୍ଣ ଆକାଶରେ କଳା ବାଦଲ ଭଳି ଧୂଆଁ ଛାଇ ଯାଇଥିଲା ।

ଏହା ବି ପଢନ୍ତୁ- ଭୁବନେଶ୍ବରରେ ଅଗ୍ନିକାଣ୍ଡ, ଦମ୍ପତି ଗୁରୁତର

ଏହା ପରେ ଜଣାପଡ଼ିଲା ଯେ ଓମଫେଡ ଛକରେ ଥିବା ପୁରୁଣା ଓମଫେଡ ପ୍ଲାଣ୍ଟରେ ନିଆଁ ଲାଗିଛି । ମାସ ମାସ ଧରି ପଡି ରହିଥିବା ମେସିନରୁ ତେଲ ବାହାରି ନିଆଁ ଲାଗିଯାଇଥିଲା । ତେଲରେ ନିଆଁ ଲାଗି କୁହୁଳି କୁହୁଳି ନିଆଁ ବ୍ୟାପିବା ସହ ସେହି ଅଞ୍ଚଳ ସମ୍ପୂର୍ଣ୍ମ ଧୂଆଁମୟ ହୋଇଥିଲା । ତେବେ ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ପାଣି ଓ ଫୋମ ଦ୍ଵାରା ନିଆଁକୁ ଆୟତ୍ତ କରିଥିଲେ । ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ରାଜଧାନୀବାସୀଙ୍କ ମନରେ ଏବେ ଭୟ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.