FIH Pro League: ଆଜି ଭାରତ-ଅଷ୍ଟ୍ରେଲିଆ ଭେଟ, ଯୁବ ପ୍ଲେୟାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ

By

Published : Mar 12, 2023, 12:39 PM IST

thumbnail

ରାଉରକେଲା: ଏଫଆଇଏଚ ପ୍ରୋ ଲିଗ ତୃତୀୟ ମ୍ୟାଚରେ ଆଜି (ରବିବାର) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ଉଭୟ ଦଳର ଏହା ଦ୍ବିତୀୟ ମ୍ୟାଚ । ଘରୋଇ ଦଳ ତାର ପ୍ରଥମ ମୁକାବିଲାରେ ବିଶ୍ବ ବିଜୟୀ ଜର୍ମାନୀକୁ ପରାସ୍ତ କରିଥିଲା । 3-2 ଗୋଲରେ ଜର୍ମାନୀକୁ ମାତ ଦେଇ ବିଜୟ ଖାତା ଖୋଲିଥିବା ଭାରତ । ଜର୍ମାନୀକୁ ହରାଇ ଦୃଢ ମନୋବଳରେ ଥିବା ଘରୋଇ ଦଳ ବିଜୟଧାରା ବାଜୟ ଲକ୍ଷ୍ୟରେ ରହିଛି । ସେହିପରି ଅଷ୍ଟ୍ରେଲିଆ ତାର ପ୍ରଥମ ମ୍ୟାଚରେ ଜର୍ମାନୀଠୁ ପରାସ୍ତ ହୋଇଥିଲା । 

ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଏକ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଜର୍ମାନୀ 1-0 ସଘର୍ଷପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ ଅଷ୍ଟ୍ରେଲିଆ । ବିଶେଷ କରି ଭାରତୀୟ ଦଳରେ ସ୍ଥାନ ପାଇଥିବା ଯୁବ ତଥା ନୂଆ ଖେଳାଳିଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ । ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରଣନୀତି କଣ ରହିବ କେଉଁ କୌଶଳ ଆପଣେଇଲେ ଭାରତର ବିଜୟ ସହଜ ହେବ ସେ ନେଇ ଶୁଣନ୍ତୁ କଣ କହୁଛନ୍ତି ପୂର୍ବତନ ଅଲମ୍ପିଆନ ଲାଜରୁଷ ବାର୍ଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.