କଳାହାଣ୍ଡିରେ ଜଳ ପ୍ରଳୟ: ଘର ଭୁଶୁଡିବାରୁ ଜଣେ ମୃତ, ଗଛ ପଡି ଯୁବକ ଗୁରତର

By ETV Bharat Odisha Team

Published : Sep 14, 2023, 5:22 PM IST

thumbnail

ଭବାନୀପାଟଣା: ବର୍ଷା ବିତ୍ପାତ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ଘର ଭାଙ୍ଗି ଯିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି। ଅନେକ ଅଞ୍ଚଳରେ ପାଣି ଜମିବା ଫଳରେ ଲୋକେ ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି। ସୂଚନା ଅନୁଯାୟୀ, ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଡୁମେରମୁଣ୍ଡା ଗାଁର ଋଷି ସାହୁ ଘରେ ଶୋଇଥିବାବେଳେ ପ୍ରବଳ ବର୍ଷାରେ ଘରଟି ଭାଙ୍ଗି ଯାଇଥିଲା। ମାଟି ଘର ଭାଙ୍ଗି ଯିବା ଫଳରେ ସେଥିରେ ଚାପି ହୋଇ ଋଷି ସାହୁଙ୍କ ମୃତ୍ୟ ହୋଇଛି। ତେବେ ପରିବାରର ଅନ୍ୟ ସଦସ୍ୟମାନେ ଗାଧୋଇବା ପାଇଁ ପୋଖରୀକୁ ଯାଇଥିବାରୁ ସେମାନେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

ଏହା ବି ପଢନ୍ତୁ...ଲଗାଣ ବର୍ଷାରେ ବେହାଲ କୋରାପୁଟ: ଚାଷ ଜମିରେ ଲହଡି ଭାଙ୍ଗୁଛି ପାଣି, ଭାଙ୍ଗିଲା କଚ୍ଚା ଘର

ସେପଟେ ମଦନପୁର ରାମପୁର ଅଞ୍ଚଳରେ ରାଜରାସ୍ତାରେ ଜଣେ ଯୁବକଙ୍କ ଉପରେ ଗଛ ପଡ଼ି ଯିବାରୁ ସେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିଶେଷ କରି ମଦନପୁର ରାମପୁର , ଥୁଆମୁଳ ରାମପୁର ଓ ଭବାନୀପାଟଣା ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ଆଜି ସହରେ ୫୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ଫଳରେ ସହରର ୧୮, ୧୫, ୧୩ ଓ ୧୯ନମ୍ବର ୱାର୍ଡରେ ଲୋକଙ୍କ ଘର ଭିତରେ ବର୍ଷା ପାଣି ପଶିଛି । ଯାହା ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.