ETV Bharat / state

ଲଗାଣ ବର୍ଷାରେ ବେହାଲ କୋରାପୁଟ: ଚାଷ ଜମିରେ ଲହଡି ଭାଙ୍ଗୁଛି ପାଣି, ଭାଙ୍ଗିଲା କଚ୍ଚା ଘର

author img

By ETV Bharat Odisha Team

Published : Sep 14, 2023, 11:58 AM IST

Updated : Sep 14, 2023, 12:58 PM IST

କୋରାପୁଟରେ ଲାଗି ରହିଛି ବର୍ଷା । ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାତାୟତ ପ୍ରଭାବିତ । ଅଧିକ ପଢନ୍ତୁ

heavy rainfall in koraput district
heavy rainfall in koraput district

heavy rainfall in koraput district

କୋରାପୁଟ: ଜିଲ୍ଲାରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ବର୍ଷାରେ ବେହାଲ କୋରାପୁଟବାସୀ । ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ରାସ୍ତାଘାଟରେ ପାଣି ଜମି ରହିବାରୁ ଯାତାୟତ ପ୍ରଭାବିତ ହୋଇଛି । ତିନିଦିନ ହେଲା ଜିଲ୍ଲାରେ ବର୍ଷା ଲାଗି ରହିଛି । ବୁଧବାର ସକାଳ 8ଟାରୁ 5ଟା ମଧ୍ୟରେ ଜିଲ୍ଲାରେ 395.7 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ସୋମବାର 937.1 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ମଙ୍ଗଳବାର 624 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ପାଣି ପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ବର୍ଷା ଲାଗି ରହିବାରୁ ଚାଷି ଜମି ଗୁଡିକ ପାଣିରେ ବୁଡି ରହିଛି । ଫଳରେ ଚାଷ ନଷ୍ଟ ହେବା ନେଇ ସ୍ଥିତି ଉପୁଜିଛି । ନନ୍ଦପୁର ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତରେ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହୋଇଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି । ବଙ୍ଗଳାଗୁଡା ବ୍ରିଜ ଉପରେ ୬ ଫୁଟର ପାଣି ପ୍ରବାହିତ ହେଉଥିବାରୁ କୋରାପୁଟରୁ ରାୟଗଡା ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଉପ ଜିଲ୍ଲାପାଳ ଏବଂ ତହସିଲଦାର ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ବର୍ଷା ଯୋଗୁଁ ଜିଲ୍ଲାରେ ୮ଟି କଚ୍ଚା ଘର ଆଂଶିକ ଭାଙ୍ଗିଥିବା ସୂଚନା ମିଳିଥିବା ବେଳେ ବର୍ଷା ଜନିତ କ୍ଷୟକ୍ଷତି ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି । ବ୍ଲକର ବିଡିଓ ମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଥିବା କହିଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ।

ଏହା ମଧ୍ୟ ପଢନ୍ତୁ-ବର୍ଷାରେ ବେହାଲ ସାତକୋଶିଆ, ପୁରୁଣାକୋଟ-ଛୋଟକେଇ ରାସ୍ତା ଉପରେ ୬ଫୁଟ ଉଚ୍ଚର ପାଣି

ଅପରପକ୍ଷେ ପ୍ରବଳ ବର୍ଷା ଯୋଗୁଁ ବୁଧବାର ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପର ଟି.ପି. ଡ୍ୟାମ ଗେଟ ମରାମତି କାର୍ଯ୍ୟ ଆରମ୍ଭ ହୋଇପାରିନି । ଟି.ପ.ଡ୍ୟାମରୁ ପାଣି ଖାଲି କରିବା ପରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଥାନ୍ତା । କିନ୍ତୁ ଡ୍ୟାମର ଦୁଇଟି ପାୱାର ଗେଟକୁ ବନ୍ଦ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧାରେ ଅଟକିଛି ଦୁଇଟି ଗେଟ । ଗେଟ ସମ୍ପୂର୍ଣ୍ଣ ବନ୍ଦ ହୋଇପାରୁନିଥବାରୁ ଜଳ ନିଷ୍କାସନ ଜାରି ରହିଛି, ତେଣୁ ମରାମତି କାର୍ଯ୍ୟ ଆରମ୍ଭ ହୋଇପାରୁନି । ଦୁଇଦିନ ହେଲାଣି ପ୍ରକଳ୍ପ ବନ୍ଦ ରହିଥିବା ବେଳେ କ୍ଷତି ସହୁଛନ୍ତି ଉଭୟ ଓଡିଶା ଏବଂ ଆନ୍ଧ୍ର ପ୍ରଦେଶ l

ଇଟିଭି ଭାରତ, କୋରାପୁଟ

Last Updated :Sep 14, 2023, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.