Seema Haider's lawyer interview: କଣ ହେବ ସୀମା ହାଇଦରଙ୍କ ଭାଗ୍ୟ, ଶୁଣନ୍ତୁ କ’ଣ କହୁଛନ୍ତି ତାଙ୍କ ଓକିଲ

By

Published : Jul 24, 2023, 7:26 PM IST

thumbnail

ଡେରାଡୁନ: ପ୍ରେମ ପାଇଁ ପଡୋଶୀ ଶତ୍ରୁ ଦେଶରୁ ସୀମା ପାର କରି ଭାରତ ଆସିଥିବା ସୀମା ହାଇଦର ଏବେ ଭାରତୀୟ ତଦନ୍ତକାରୀ ସଂସ୍ଥାର ରାଡାରରେ । ଏହାକୁ ଏକ ପ୍ରେମ ସମ୍ପର୍କ ନୁହେଁ ବରଂ ପାକିସ୍ତାନର ଗୁଇନ୍ଦାଗିରି ଷଡ଼ଯନ୍ତ୍ରର ଗନ୍ଧ ବାରିଛି ଏନଆଇଏ । ଏହାରି ମଧ୍ୟରେ ସୀମା ହାଇଦର ଆଇନଗତ ଲଢେଇ ମଧ୍ୟ ଆରମ୍ଭ କରିଦେଇଛନ୍ତି । ତାଙ୍କ ପକ୍ଷରୁ ମାମଲା ଲଢୁଛନ୍ତି ନିର୍ଭୟାକାଣ୍ଡର ବିବାଦୀୟ ତଥା ଚର୍ଚ୍ଚିତ ଆଇନଜୀବୀ ଏ.ପି ସିଂ । 

ଅଧିକ ପଢନ୍ତୁ:- ସୀମା ହାଇଦରକୁ ଏହି ୧୩ଟି ପ୍ରଶ୍ନ ପଚାରିଲା ଏଟିଏସ: ଉତ୍ତର ଶୁଣି ଆଶ୍ଚର୍ଯ୍ୟ ଅଫିସର

ଆଇନଜୀବୀ ସିଂ କହିଛନ୍ତି, ସୀମା ପାକିସ୍ତାନୀ ନଗରିକ ହେଇଥିଲେ ସୁଦ୍ଧା ଭାରତୀୟ ଯୁବକଙ୍କୁ ପ୍ରେମ ବିବାହ କରି ନେପାଳ ରାସ୍ତାରେ ଭାରତ ଆସିଛନ୍ତି । ସେ ପାକିସ୍ତାନରେ ହିନ୍ଦୁଧର୍ମ ମଧ୍ୟ ଗ୍ରହଣ କରି ସାରିଛନ୍ତି । ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ସେ ସମସ୍ତ ସହଯୋଗ ମଧ୍ୟ କରୁଛନ୍ତି । ମୋଟ 5ଟି ପାସପୋର୍ଟ ଓ ମୋବାଇଲ ସେ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର ମଧ୍ୟ କରିସାରିଛନ୍ତି । ଭାରତ ସରକାର ତମାମ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ କରନ୍ତୁ ବୋଲି ସେ ମଧ୍ୟ କହିଛନ୍ତି । ପରୋକ୍ଷରେ ଏହା ପାକିସ୍ତାନ ପାଇଁ ଗୁଇନ୍ଦାଗିରି ସନ୍ଦେହକୁ ଖାରଜ କରି ଏହା କେବଳ ଏକ ପ୍ରେମ ବ୍ୟାପାର ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଓକିଲ ଏ.ପି ସିଂ । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଡେରାଡୁନ ପ୍ରତିନିଧି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.