ETV Bharat / bharat

ସୀମା ହାଇଦରକୁ ଏହି ୧୩ଟି ପ୍ରଶ୍ନ ପଚାରିଲା ଏଟିଏସ: ଉତ୍ତର ଶୁଣି ଆଶ୍ଚର୍ଯ୍ୟ ଅଫିସର

author img

By

Published : Jul 19, 2023, 11:34 AM IST

ପାକିସ୍ତାନୀ ମହିଳା ସୀମା ହାଇଦରର ପ୍ରକୃତ ସତ କ'ଣ ? ସଚିନର ପ୍ରେମିକା ନାଁ ଆଇଏସଆଇ ଗୁପ୍ତଚର ? ଏବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବା ବେଳେ ଦୁଇ ଦିନ ହେଲା ୟୁପି ଏଟିଏସି ସୀମାଙ୍କୁ ଗୁଡାଇ ତୁ଼ଡାଇ ଜେରା କରୁଛି । ପଚରାଉଚରା ବେଳେ ଏଟିଏସ ତାଙ୍କୁ ୧୩ଟି ପ୍ରଶ୍ନ କରିଥିଲା । ଜାଣନ୍ତୁ କ'ଣ

ସୀମା ହାଇଦରକୁ ଏଟିଏସର ଜେରା
ସୀମା ହାଇଦରକୁ ଏଟିଏସର ଜେରା

ଲକ୍ଷ୍ନୌ: ସୀମା ହାଇଦର-ସଚିନ ପ୍ରେମ କାହାଣୀକୁ ନେଇ ଏବେ ସବୁଠି ଚର୍ଚ୍ଚା । ସୀମାପାରି ଏହି ପ୍ରେମ ପଛରେ ଆସୁଛି ଆତଙ୍କୀ ଲିଙ୍କର ଗନ୍ଧ । ସୀମାଙ୍କୁ ନେଇ ସସପେନ୍ସ ବଢିବାରେ ଲାଗିଛି । ଭାରତ ଆସିବା ପଛରେ ପ୍ରେମ ନା ଷଡଯନ୍ତ୍ର ? କ'ଣ ସୀମାଙ୍କ ପ୍ରକୃତ ସତ ! ସଚିନଙ୍କ ପ୍ରେମିକା କହୁଥିବା ସୀମା ଆଉ ଶତ୍ରୁରାଷ୍ଟ୍ରର ଗୁପ୍ତଚର ନୁହେଁ ତ ! ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ସେପଟେ ସୀମାଙ୍କ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଲିଙ୍କ ଥିବା ସନ୍ଦେହ କରି ଛାନଭିନକୁ ଜୋରଦାର କରିଛି ଉତ୍ତରପ୍ରଦେଶ ଏଟିଏସ୍ । ଦୁଇ ଦିନ ହେଲା ଏଟିଏସ ସୀମା ହାଇଦର, ପ୍ରେମିକ ସଚିବ ମୀଣା ଓ ବାପା ନେତ୍ରପାଲଙ୍କୁ ପଚରାଉଚରା କରୁଛି । ଅଧିକାରୀମାନେ ପାକିସ୍ତାନୀ ମହିଳାଙ୍କୁ ଗୁଡାଇ ତୁଡାଇ ଅନେକ ପ୍ରଶ୍ନ ପଚାରିଛନ୍ତି । ଯାହାର ଉତ୍ତର ମଧ୍ୟ ସେ ପୁରା ନିର୍ଭୟରେ ଦେଇଥିବା ସୂଚନା ମିଳିଛି ।

ସଚିନଙ୍କୁ ପଚରାଉଚରା ସମୟରେ ସେ ବାରମ୍ବାର ସୀମାଙ୍କୁ ନିର୍ଦ୍ଦୋଷ ବୋଲି କହିଥିଲେ । ଏଟିଏସର ଏସପି ରାଙ୍କ ଅଧିକାରୀ ସୋମବାର ଦିନ ସୀମା ହାଇଦର, ସଚିନ ଓ ତାଙ୍କର ଦୁଇ ଛୁଆଙ୍କୁ ଅଲଗା ଅଲଗା କୋଠରୀକୁ ନେଇ ଜେରା କରିଥିଲେ । ଏଟିଏସ ଅଧିକାରୀ ସୀମାଙ୍କ ଆଗରେ ପ୍ରଥମେ ଦୁଇଟି ପାସପୋର୍ଟ ରଖି ପ୍ରଶ୍ନ କରିଥିଲେ

ଏହା ମଧ୍ୟ ପଢନ୍ତୁ: ସୀମା ହାଇଦର ମାମଲା: ଆତଙ୍କୀ ଲିଙ୍କ୍ ଖୋଳତାଡ ଆରମ୍ଭ କଲା ୟୁପି ATS

ପ୍ରଶ୍ନ 1: ଏହି ପାସପୋର୍ଟ ଭିତରୁ ଅସଲି କେଉଁଟା ?

ଉତ୍ତରରେ ସୀମା ହାଇଦର କହିଥିଲେ ଯେ, ୧୦ ଦିନ ହେଲାଣି ମୁଁ ଗୋଟିଏ କଥା କହୁଛି ପ୍ରଥମ ପାସପୋର୍ଟରେ କେବଳ ସୀମା ଲେଖାଥିଲା । ସେଥିପାଇଁ ସମସ୍ୟା ହେବାରୁ ଦ୍ବିତୀୟ ପାସପୋର୍ଟ ସୀମା ଗୁଲାମ ହାଇଦର ନାମରେ ପ୍ରସ୍ତୁତ କରିଥିଲି ।

ପ୍ରଶ୍ନ 2: ତୁମ ଭାଇ ଓ ଦାଦା ପାକିସ୍ତାନ ସେନାରେ କାର୍ଯ୍ୟରତ କି ? ସେମାନେ ତୁମକୁ ଭାରତ ପଠାଇଛନ୍ତି ନା ଆଇଏସଆଇ ନିର୍ଦ୍ଦେଶରେ ଆସିଛ ?

ସୀମା ହାଇଦରର ଉତ୍ତର: ମୁଁ ମୋ ଭାଇ ଓ ଦାଦାଙ୍କୁ ଅନେକ ବର୍ଷ ହେଲା ଦେଖିନି । ଏ ଆଇଏସଆଇ କ'ଣ ? ଭାରତ ଆସିବା ପରେ ଟିଭିରେ ମୋତେ ଆଇଏସଆଇ ଏଜେଣ୍ଟ ବୋଲି କୁହାଯିବାରୁ ମୁଁ ଏହା ବିଷୟରେ ଜାଣିବାକୁ ପାଇଲି । କେବଳ ସଚିନକୁ ପାଇବା ପାଇଁ ନେପାଳ ରାସ୍ତା ଦେଇ ଭାରତ ଆସିଛି ।

ପ୍ରଶ୍ନ 3: ତୁମେ କରାଚିରେ ରହି କେମିତି ଆଇଏସଆଇ ନାଁ ଶୁଣିନ । ଯେତେବେଳେ କି ତୁମ ପରିବାର ଲୋକ ସେନାରେ ଏବଂ ତୁମେ ନିଜେ ମଧ୍ୟ ସ୍ମାର୍ଟଫୋନ ଚଲାଉଛ ।

ଉତ୍ତର: ଅଧା ଜୀବନ ଛୁଆ ଜନ୍ମ କରିବା ଓ ପାଳିବାରେ ପଳାଇଲା । ଗତ ୫ ବର୍ଷ ହେଲା କେବଳ ଟାଇମ ପାସ କରିବା ପାଇଁ ପବଜୀ ଖେଳୁଥିଲି । ଏମିତିରେ ଆଇଏସଆଇ ଶବ୍ଦ ଶୁଣିବାକୁ ସମୟ ନଥିଲା ।

ପ୍ରଶ୍ନ 4: ଏ ଶବ୍ଦ ଶୁଣିବାକୁ ସମୟ ନଥିଲା ହେଲେ ଇଂରାଜୀ ତ ପ୍ରା଼ଞ୍ଜଳ ଭାବେ କହୁଛ ? ତୁମ ଯଦି ପଞ୍ଚମ ଶ୍ରେଣୀ ଯାଏ ପଢିଛ ତାହାହେଲେ ଏମିତି ଇଂରାଜୀ କହୁଛି କେମିତି ?

ଉତ୍ତର: ୨୦୧୯ ପରେ ପବଜୀ ଖେଲିବା ସମୟରେ ମୁଁ ଶିଖିଲି । କାରଣ ପଢାଲେଖା ପିଲାଙ୍କ ସହ ମୁଁ ଗେମ୍ ଖେଳୁଥିଲି । ସେମାନଙ୍କ ସହ କଥା ହୋଇ ଶିଖିଗଲି ।

ପ୍ରଶ୍ନ 5: ତୁମେ ଶରଣ, ଅନର୍ଥ ଭଳି ଶବ୍ଦ ଉଚ୍ଚାରଣ ପ୍ରାଞ୍ଜଳ ଭାବେ କରୁଛ । ଇଂରାଜୀ ଓ ହିନ୍ଦୀ ଭଲ ଭବେ ଉଚ୍ଚାରଣ କରିବାକୁ କିଏ ଟ୍ରେନିଂ ଦେଲା ?

ଉତ୍ତର: ମୋତେ କେହି ଶିଖାଇ ନାହାନ୍ତି । ମୁଁ ଏଠାକୁ କେବଳ ମୋ ପ୍ରେମ ପାଇଁ ଆସିଛି । କେହି ଟ୍ରେନିଂ ଦେଇନାହାନ୍ତି କି କେହି ଏଠାକୁ ପଠାଇ ନାହାନ୍ତି । ସଚିନ ସହ କଥା ହୋଇ ହୋଇ ହିନ୍ଦୀ ଶିଖିଗଲି ।

ପ୍ରଶ୍ନ 6: ସଚିନ ମୀଣା ନିଜେ ଭଲ ଭାବେ ହିନ୍ଦୀ କହିପାରୁ ନାହିଁ । ହେଲେ ତୁମେ କେଉଁଠୁ ପ୍ରଶିକ୍ଷଣ ନେବା ଭଳି ନିର୍ଭୁଲ ଓ ପ୍ରାଞ୍ଜଳ ଭାବେ ହିନ୍ଦୀ କହୁଛ କେମିତି ?

ହି ପ୍ରଶ୍ନର ସୀମା ହାଇଦର କୌଣସି ଉତ୍ତର ଦେଇନଥିଲେ ।

ପ୍ରଶ୍ନ 7: ତମେ ନେପାଳରୁ ବସରେ ସଚିନ ପାଖକୁ ଆସିବା ସମୟରେ ତୁମ ମୋବାଇଲ କାମ କରୁନଥିବା କହି ଡ୍ରାଇଭର ମୋବାଇଲରୁ ଫୋନ କରିଥିଲ । ହେଲେ ନୋଏଡା ପୋଲିସ ତୁମ ପାଖରୁ ଚାରୋଟି ମୋବାଇଲ, ୪ଟି ସିମକାର୍ଡ ଜବତ କରିଥିଲା । ଏତେଟା ଫୋନ ତମ ପାଖରେ କଣ କରୁଥିଲା ।

ଉତ୍ତର: ନେପାଳରୁ ଭାରତ ଆସିବା ପରେ ମୋ ପାକିସ୍ତାନୀ ସିମ୍ କାମ କରୁନଥିଲା । ସଚିନ ପାଖରେ ପହଞ୍ଚିବା ପରେ ସେ ମୋତେ ନୂଆ ସିମ୍ କିଣି ଦେଇଥିଲେ । ପାକିସ୍ତାନ ଲୋକ ମୋତେ ଯେମିତି ଟ୍ରେସ ନକରିପାରିବେ ସେଥିପାଇଁ ମୁଁ ମୋ ମୋବାଇଲ ଭାଙ୍ଗି ଦେଇଥିଲି ।

ପ୍ରଶ୍ନ 8: ସଚିନ ଗୋଟିଏ ସିମ୍ ଆଣି ଦେଇଥିଲା ହେଲେ ବାକି ସିମ୍ କେଉଁଠୁ ଆସିଲା ?

ଉତ୍ତର: ମୋର ମନେ ନାହିଁ ।

ପ୍ରଶ୍ନ 9 : ତୁମେ ସିମ୍ ଭିନ୍ନ ଭିନ୍ନ ମୋବାଇଲରେ ଲଗାଇ ସବୁଥିରେ ହ୍ବାର୍ଟ୍ସଆପ ଚଳାଉଥିଲ । ଗୋଟିଏ ପ୍ରୋଫାଇଲରେ ଅନ୍ୟ ଯୁବତୀଙ୍କର ଫଟୋ ଥିଲା । ଦ୍ବିତୀୟ ପ୍ରୋଫାଇଲ ଫଟୋ କାଶ୍ମୀର ପାହାଡର । କାହା କଥାରେ ତୁମେ ଏମିତି କରୁଛ ?

ସୀମା ହାଇଦର ଜବାବ: ମୁଁ ହ୍ବାର୍ଟ୍ସଆପ ଆକାଉଣ୍ଟ ଖୋଲିନି କି କୌଣସି ଫଟୋ ଲଗାଇନି ।

ପ୍ରଶ୍ନ 10: ନେପାଳ ଆସିବାକୁ ବହୁତ ଟଙ୍କା ଖର୍ଚ୍ଚ ହୋଇଥିବ । ତୁମେ ଭଡା ଘରେ ରହୁଥିଲ । ତୁମ ପିତାଙ୍କ କେବେଠୁ ମୃତ୍ୟୁ ହୋଇସାରିଲାଣି । ଭାଇ ସହ ଅନେକ ବର୍ଷ ହେଲା ଦେଖା କରିନ । ସ୍ବାମୀଙ୍କ ସହ ସମ୍ପର୍କ ବି ଭଲ ନାହିଁ । ତ ଏତେ ଟଙ୍କା କୁଆଡୁ ଆସିଲା ? ଯଦି ତୁମକୁ କେହି ସାହାଯ୍ୟ କରିଥାଏ ତାହାହେଲେ ସତ କହିଦିଅ । ତୁମକୁ ଆମେ ପାକିସ୍ତାନ କି ଜେଲକୁ ପଠାଇବୁ ନାହିଁ । ଭାରତୀୟ ନାଗରିକତା ଦେବାକୁ ମଧ୍ୟ ଚେଷ୍ଟା କରିବୁ ।

ଉତ୍ତର: ଯିବା ଆସିବାରେ ମୋଟ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ମୋ ନାଁରେ ଥିବା ଗୋଟିଏ ଘର ମୁଁ ବିକ୍ରିୟ କରିଥିଲି । ମୋ ଗହଣା ବିକି ସ୍ବାମୀ ଗୁଲାମଙ୍କୁ ଦୁବାଇ ପଠାଇଥିଲି । ତାହାହେଲେ ନିଜ ପାଇଁ ବି ମୁଁ ଟଙ୍କା ଯୋଗାଡ କରିପାରିବି । ଭାରତ ଆସିବାକୁ କେହି ବି ମୋତେ ସାହାଯ୍ୟ କରିନାହାନ୍ତି ବୋଲି ମୁଁ ବାରମ୍ବାର କହିସାରିଛି ।

ପ୍ରଶ୍ନ 11: ସଚିନ ବ୍ୟତୀତ ଭାରତରେ ଆଉ କାହାକୁ ଜାଣିଛ ?

ସୀମା ହାଇଦର ଜବାବ: ହଁ, କିନ୍ତୁ ଭଲ ଭାବେ ନୁହେଁ । ସଚିନଙ୍କୁ ଜାଣିବା ପୂର୍ବରୁ ପବଜୀ ଗେମ ଓ ଫେସବୁକ ଜରିଆରେ କିଛି ଯୁବକଙ୍କ ସହ ଚାଟିଂ କରିଥିଲି । ବାସ୍ ସମୟ କାଟିବାକୁ କଥାବର୍ତ୍ତା ହେଉଥିଲି । କିନ୍ତୁ କାହାକୁ ମୁଁ ନିଜ ବିଷୟରେ ବେଶି କିଛି କହିନଥିଲି କି ସେମାନେ ବି କହିନଥିଲେ । ସମସ୍ତେ ଦିଲ୍ଲୀ ନିବାସୀ ଥିଲେ ।

ପ୍ରଶ୍ନ 12: ତୁମେ ଜୀବନରେ କ'ଣ ସବୁ କରିଛି ? ତମର ପ୍ରକୃତ ବୟସ କେତେ ? ତୁମେ କହୁଛ ୨୭ ବର୍ଷ । ହେଲେ ୨୦୧୪ରେ ଗୁଲାମ ସହ ବିବାହ ବେଳେ ତମ ବୟସ ୨୦ ବର୍ଷ ଥିଲା । ସେହି ହିସାବରେ ଏବେ ୨୯ ହେବା କଥା । କିନ୍ତୁ ଦୁଇଟି ଯାକ ପାର୍ସପୋର୍ଟରେ ବୟସ ୨୧ ବର୍ଷ ରହିଛି ।

ଉତ୍ତର: ମୋତେ ୨୭ ବର୍ଷ । ପାସପୋର୍ଟରେ କିଛି ଗଡବଡ ହୋଇଯାଇଛି । ସବୁଠି ଟଙ୍କା କାରବାର ଚାଲିଛି । ଯଦି ଟଙ୍କା ଦେବେନି ତାହାହେଲେ କିଛି ନା କିଛି ଭୁଲ କରିଦେବେ । ଆଉ ଗୁଲାମ ସହ ତରବରିଆ ଭାବେ ବିବାହ ହୋଇଥିଲା । ବୋଧହୁଏ ଲେଖିବାରେ କିଛି ଭୁଲ ହୋଇଯାଇଥିବ ।

ପ୍ରଶ୍ନ ୧୩: ଭାରତ ଆସିବାର ପ୍ରକୃତ ଉଦ୍ଦେଶ୍ୟ କ'ଣ ?

ସୀମା ହାଇଦର ଜବାବ: ମୁଁ ୪ ଛୁଆଙ୍କୁ ଧରି କେବଳ ସଚିନଙ୍କୁ ପାଇଁ ଭାରତ ଆସିଛି । ମୋତେ ପୂର୍ବରୁ ବି ଲାଗୁଥିଲା ଯେ ଲୋକ ମୋ ବିଷୟରେ ଜାଣିଲେ ଏହା ହିଁ ହେବ ଏବଂ ଆଜି ତାହା ହେଉଛି ମଧ୍ୟ । ଏଥିପାଇଁ ମୁଁ ଓ ସଚିନ ଭଡା ଘରେ ରହୁଛି । ଏସବୁ ଘଟଣାରେ ମୁଁ ଥକି ଗଲାଣି ।

ସୂତ୍ର ମୁତାବକ, ୟୁପି ଏଟିଏସ ପଚରାଉଚରାର ଭିଡିଓ ଏନଆଇଏ, ଏଟିଏସ ମୁଖ୍ୟାଳୟକୁ ପଠାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.