ବଲଣ୍ଡା ପଞ୍ଚାୟତରେ ହାତୀ ଉପଦ୍ରବ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

By ETV Bharat Odisha Team

Published : Oct 29, 2023, 9:20 AM IST

thumbnail

ରାଉରକେଲା: ସୁନ୍ଦରଗଡ଼ରେ ଥମୁନି ହାତୀ ଉପଦ୍ରବ । ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ । ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି ହାତୀ । ସୁନ୍ଦରଗଡ଼ ଜିଲ୍ଲା କଳୁଙ୍ଗା ନିକଟ ବଲଣ୍ଡା ପଞ୍ଚାୟତର ହାତୀ ଉପଦ୍ରବ ଘଟାଇଛି । ଫସଲ ନଷ୍ଟ କରିବା ସହ ଘର ନଷ୍ଟ କରି ଉତ୍ପାତ ମଚାଉଛନ୍ତି ହାତୀ ପଲ । କଳୁଙ୍ଗା, ସହ ଇଣ୍ଡଷ୍ଟ୍ରିଆଲ୍‌ ଅଞ୍ଚଳ, ଗୋଟିଧରା, କିଷାନ ଟୋଲା ଅଞ୍ଚଳରେ ଦୁଇଟି ଦନ୍ତା ହାତୀ ଘୁରି ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ଭୟଭିତ ଅବସ୍ଥାରେ ରହିଛନ୍ତି । ଶନିବାର ଦିନ 11 ସମୟରେ ବଲଣ୍ଡା ଅଞ୍ଚଳକୁ ଦୁଇ ହାତୀ ନିକଟ ଗୋଟିଧରା ଜଙ୍ଗଲରୁ ଚାଲିଆସିଥିବା ଅନୁମାନ କରାଯାଉଛି । ଏହି ଦନ୍ତାହାତୀ ଗାଁରେ ପଶି ଆଖପାଖ ଚାଷ ଜମିଗୁଡ଼ିକରେ ବର୍ତ୍ତମାନ ଅମଳ ହେବାକୁ ଥିବା ଫସଲ ନଷ୍ଟ କରିଛନ୍ତି ।  ହାତୀ ଆକ୍ରମଣରେ କୌଣସି ଜୀବନ ହାନି ହୋଇନଥିବା ସୂଚନା ରହିଛି । ହାତୀ ଘଉଡାଇବାରେ ବନ ବିଭାଗ ଏବଂ ଗ୍ରାମବାସୀ ସଫଳ ହୋଇଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.