ETV Bharat / state

ହାତୀ ଆକ୍ରମଣରେ ଗଲା ଚାଷୀଙ୍କ ଜୀବନ

author img

By ETV Bharat Odisha Team

Published : Oct 15, 2023, 6:28 PM IST

ହାତୀ ଆକ୍ରମଣରେ ଗଲା ଚାଷୀଙ୍କ ଜୀବନ
ହାତୀ ଆକ୍ରମଣରେ ଗଲା ଚାଷୀଙ୍କ ଜୀବନ

ଢେଙ୍କାନାଳରେ ହାତୀ ମଣିଷର ଲଢେ଼ଇ ନିତିଦିନିଆ ଘଟଣାରେ ପରିଣତ ହେଲାଣି । ହାତୀଙ୍କ ଉପଦ୍ରପ ଯୋଗୁଁ ଚୀଷୀକୂୂଳ ହତାଶ । ସ୍ଥାୟୀ ପ୍ରତିକାର ଦାବି । ଅଧିକ ପଢନ୍ତୁ

ଢେଙ୍କାନାଳ: ହାତୀ ଆକ୍ରମଣରେ ଚାଷୀଙ୍କ ଜୀବନ ଗଲା । ଜିଲ୍ଲାରେ ହାତୀ ଉପଦ୍ରବ କମିବାର ନାଁ ନେଉନାହିଁ । ହାତୀ ମଣିଷର ଲଢେ଼ଇ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି l ଏପରିକି ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଢେଙ୍କାନାଲ ସଦର ବନାଞ୍ଚଳର ଓଡ଼ପଡା ବ୍ଲକ ଅଞ୍ଚଳ ହାତୀମାନଙ୍କ ଚରାଭୂଇଁ ପାଲଟି ଯାଇଛି । ଗତ କିଛି ଦିନ ହେଲା କଣ୍ଟା ବଣିଆ ଥାନା ଅଞ୍ଚଳର ମଙ୍ଗଳପୁର ଅଞ୍ଚଳରେ ହାତୀପଲ ଉପଦ୍ରବ ଜାରି ରଖିଛନ୍ତି । ଫଳରେ ବହୁ ଧନ ଜୀବନ ହାନୀ ଘଟୁଛି ।

ଏପରିକି ଆଜି ସକାଳେ ମଙ୍ଗଳପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ମଙ୍ଗଳପୁର ଗ୍ରାମର ରଞ୍ଜିତ ରାଉତ । ସେ ଆଜି ସକାଳେ ନିଜ ଚାଷ ଜମିକୁ ଯାଉଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇଁ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ l ଏହି ଘଟଣା ପରେ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ।

ଢେଙ୍କାନାଳ ଜିଲ୍ଲାରେ ହାତୀମାନଙ୍କ ଉପଦ୍ରବ ବଢିବାରେ ଲାଗିଛି ଏହାସହ ହାତୀ ଏକର ଏକର ଚାଷ ଜମିରେ ପଶି ଫସଲ ସବୁ ନଷ୍ଟ କରୁଛନ୍ତି ଯାହାକୁ ନେଇ ଚାଷୀକୂଳ ହତାଶ ହୋଇ ପଡିଛି । ବାରମ୍ବର ହାତୀ ଉପଦ୍ରବ ଓ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବଢିଚାଲିଛି l ଏଥିପ୍ରତି ବନବିଭାଗ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ବନବିଭାଗ ହାତୀ ଘଉଡ଼ାଇବା ପାଇଁ କୌଣସି ସ୍ଥାୟୀ ପତିକାର କରୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ...ବର୍ଷକରେ ହାତୀ ନେଲାଣି 30 ଜୀବନ: ପ୍ରଶାସନ ଚୁପ, ମିଳିଲାଣି ଆନ୍ଦୋଳନ ଚେତାବନୀ

ତେବେ ଘଟଣାସ୍ଥଳରେ କଣ୍ଟା ବଣିଆ ପୁଲିସ ଓ ସଦର ରେଞ୍ଜ କର୍ମଚାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି । ଏହା ସହ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ପ୍ରତିଶୃତି ଦେଇଛନ୍ତି । ବଣିଆ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ବର୍ତ୍ତମାନ ସ୍ଥାନୀୟ ଅଞ୍ଚଲରେ ଏକ ପ୍ରକାର ଭୟର ବାତାସବରଣ ସୃଷ୍ଟି ହୋଇଛି ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ l

ଏହା ପୂର୍ବରୁ ଜିଲ୍ଲାରେ ହାତୀ ଆକ୍ରଣରେ ଆଉ ଜଣଙ୍କ ଜୀବନ ଯାଇଥିଲା । କପିଳାସ ବନାଞ୍ଚଳ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମର କହ୍ନେଇ ସାମଲ କାଜୁ ତୋଟା ଜଗିବାକୁ ଯାଇଥିବା ବେଳେ କଚାଡି ମାରିଥିଲା ହାତୀ ।

ଇଟିଭି ଭାରତ ,ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.