ETV Bharat / politics

ନିର୍ବାଚନ ହାରିଯିବା ଜାଣି ବିଜେପି ରକ୍ତମୁଖା ସାଜିଛି: ସସ୍ମିତ ପାତ୍ର - Sasmit Patra Targets BJP

author img

By ETV Bharat Odisha Team

Published : May 21, 2024, 7:04 AM IST

BJD Leader Sasmit Patra Targets BJP: ସମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଲେ ବିଜେଡି ନେତା ସସ୍ମିତ ପାତ୍ର । କହିଲେ ନିର୍ବାଚନ ହାରିଯିବା ଜାଣି ବିଜେପି ରକ୍ତମୁଖା ସାଜିଛି । ଅଧିକ ପଢ଼ନ୍ତୁ

ନିର୍ବାଚନ ହାରିଯିବା ଜାଣି ବିଜେପି ରକ୍ତମୁଖା ସାଜିଛି
ନିର୍ବାଚନ ହାରିଯିବା ଜାଣି ବିଜେପି ରକ୍ତମୁଖା ସାଜିଛି (ETV Bharat Odisha)

ନିର୍ବାଚନ ହାରିଯିବା ଜାଣି ବିଜେପି ରକ୍ତମୁଖା ସାଜିଛି (ETV Bharat Odisha)

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବିଜେପି ଉପରେ ସଙ୍ଘାତିକ ଅଭିଯୋଗ ଆଣିଛି ବିଜେଡି । ଏକ ସମ୍ବାଦିକ ସମ୍ମିଳନୀ କରି ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି ବିଜେଡି ନେତା ସସ୍ମିତ ପାତ୍ର । ବିଜେପି ହାରିଯିବା ଜାଣି ରକ୍ତମୁଖା ସାଜିଥିବା ଅଭିଯୋଗ କରିଛନ୍ତି ସସ୍ମିତ ।



ତେବେ ସାମ୍ବାଦିକ ସମ୍ମିଳନୀ ସସ୍ମିତ ପାତ୍ର କହିଛନ୍ତି, "ଓଡ଼ିଶାର ଭାରତୀୟ ଜନତା ପାର୍ଟି ଯେତେବେଳେ ଜାଣନ୍ତି ଯେ, ସେମାନେ ନିର୍ବାଚନରେ ହାରିବାକୁ ଯାଉଛନ୍ତି । ସେମାନଙ୍କର ଶୋଚନୀୟ ପରାଜୟ ହେବାକୁ ଯାଉଛି, ସେତେବେଳେ ସେମାନେ ରକ୍ତମୁଖା ହୋଇଯାଆନ୍ତି । ୨୦୧୯ ନିର୍ବାଚନ ହେଉ ବା 19ରୁ 22 ମଧ୍ୟରେ ଯେତେ ଉପନିର୍ବାଚନଆସିଛି କିମ୍ବା ଚଳିତ ୨୦୨୪ ନିର୍ବାଚନରେ ଯେତେବେଳେ ବିଜେପି କର୍ମୀ ଓ ନେତା ଜାଣିସାରିଲେଣି ଯେ, ସେମାନେ ହାରିବାକୁ ଯାଉଛନ୍ତି ସେତେବେଳେ ଏତେ ରକ୍ତମୁଖା ହେଉଛନ୍ତି ଯେ ତାପରେ ଆଉ କିଛି ଶୁଣନ୍ତି ନାହିଁ । ଦ୍ଵିତୀୟ ପର୍ଯ୍ୟାୟର ନିର୍ବାଚନ ସରିଛି । ଏଥିରେ ବିଜେପି ରକ୍ତମୁଖା ହୋଇ ବର୍ବର କାଣ୍ଡ ଘଟାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଆ ଲୋକଙ୍କ ଭାବାବେଗ ସହ ଖେଳୁଛି ଭାରତୀୟ ଜନତା ପାର୍ଟି: ବିଜେଡି - BJD Response On PM Modi Statement

ସସ୍ମିତ ପାତ୍ର ଏହା ମଧ୍ୟ କହିଛନ୍ତି, "ଅତ୍ୟନ୍ତ ନିମ୍ନମାନର ରାଜନୀତି ଯଦି କୁହାଯାଏ ବିଜେପି ଏତେ ତଳସ୍ତରର ରାଜନୀତି କରୁଛି ଯେ, ତାହା ଓଡ଼ିଶାର ଇତିହାସରେ କେବେ ହେଲେ ଦେଖାଯାଇନଥିଲା । କିଛି ସମୟ ପୂର୍ବରୁ ବଡ଼ ମିଛ କହିଛି ବିଜେପି । ଗୋଟିଏ ହତ୍ୟା ହୋଇଛି । ଏହା ସତକଥା । କିନ୍ତୁ ହତ୍ୟାକୁ ନେଇ ରାଜନୈତିକ ରଙ୍ଗ ଦେଇ ମିଛ କହି ଅପଚେଷ୍ଟା କରୁଛି ବିଜେପି । ସେଥିରେ ସେମାନେ ମିଛ କହି ଫସିଯାଇଛନ୍ତି । ବରଗଡ଼ ଜିଲ୍ଲାରେ ଜଣେ ଅଟୋ ଚାଳକଙ୍କର ହତ୍ୟା କରାଯାଇଛି । ଯାହା ନିଶାଗ୍ରସ୍ତ ଅବସ୍ଥାରେ ଦୁଇ ଜଣଙ୍କର ମଧ୍ୟରେ କଥା କଟାକଟିରୁ ଅଟୋ ଚାଳକକୁ ହତ୍ୟା କରାଯାଛଛି । ଏହା ସେମାନଙ୍କର ବ୍ୟକ୍ତିଗତ ମାମଲା । କନ୍ତୁ ଏପଟେ ବିଜେପି କହୁଛି ଯେ, ଏହି ହତ୍ୟା ପଛରେ ବିଜୁ ଜନତା ଦଳର ହାତ ଅଛି । ଏତେ ତଳ ସ୍ତରକୁ ଖସିଯାଉଛି ବିଜେପି । ଦୀର୍ଘ ୧୦ ବର୍ଷ ଧରି ମିଛ କହି ଆସୁଛି ବିଜେପି । ଯିଏ ହତ୍ୟା କରିଛନ୍ତି ତାଙ୍କର ବିଜେପି ସହିତ ସମ୍ପୃକ୍ତି ରହିଛି, ଯାହାଙ୍କର ହତ୍ୟା କରାଯାଇଛି ତାଙ୍କର ବିଜେଡି ସହିତ ସଂପୃକ୍ତ ରହିଥିଲା । କିନ୍ତୁ ଏହାକୁ ନେଇ ବିଜେଡି ରାଜନୀତିକୁ ନ ଟାଣି ସେମାନଙ୍କର ଏହା ବ୍ୟକ୍ତିଗତ ମାମଲା କହି କାହାକୁ ଦୋଷ ଦେଇନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.