ଖୋର୍ଦ୍ଧାରେ ହାତୀ ଆତଙ୍କ, ଲୋକେ ଭୟଭୀତ

By ETV Bharat Odisha Team

Published : Nov 12, 2023, 10:05 AM IST

thumbnail

ଖୋର୍ଦ୍ଧା : ଦିନକୁ ଦିନ ବଢ଼ୁଛି ହାତୀଙ୍କ ଦୌରାତ୍ମ୍ୟ । ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି ଗଜରାଜ । ତେବେ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ମେଡ଼ିକାଲ ଅଞ୍ଚଳରେ ହାତୀ ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଥିଲେ । ତେବେ ହାତୀ 57ନଂ ଜାତୀୟ ରାଜପଥ ଅତିକ୍ରମ କରି ଖୋର୍ଦ୍ଧା ମେଡିକାଲ୍ ପଛପାଖ ଜନବସତି ପଟକୁ ଯାଇଥିବା ବେଳେ ଲୋକମାନେ ଭୟଭୀତ ଅବସ୍ଥାରେ ହାତୀକୁ ଦେଖି ଘର ଭିତରକୁ ପଳାଇ ଯାଇଥିଲେ । ଅନ୍ୟପଟେ ଏନେଇ ଖବରପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି । ତେବେ ହାତୀଟି ପାନବରଜ ପଟକୁ ଚାଲିଯାଇଥିବା ବେଳେ ବନ ବିଭାଗ ସେ ଅଞ୍ଚଳକୁ ଯାଇ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିଛନ୍ତି । ଗତକାଲି ଏହି ଦନ୍ତାଟି ଭୁବନେଶ୍ୱର ଚନ୍ଦକା ଅଞ୍ଚଳରେ ଥିଲା, ଅପରାହ୍ନରେ କୁମାରବସ୍ତ ନିକଟ ରତନପୁର, ଆରାଙ୍ଗ,ହଳଦିଆ, ତରତୁଆ ଦେଇ ମେଡ଼ିକାଲ ନିକଟରେ 57 ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ଆସିଥିବା ସୂଚନା ମିଳିଛି । ତେବେ ହାତୀ ଘଉଡାଇବାକୁ ବନବିଭାଗର 2ଟି ଟିମ୍‌ ମୁତୟନ ହୋଇଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.