ରାଜ୍ୟରେ ପଡ଼ିବନି କେନ୍ଦ୍ରୀୟ ନେତାଙ୍କ ଗ୍ରସ୍ତର ପ୍ରଭାବ; କୁନ ବିହାରୀ ଦାସ - Kuna Bihari Das Targets Bjp

By ETV Bharat Odisha Team

Published : May 22, 2024, 2:23 PM IST

thumbnail
ରାଜ୍ୟରେ ପଡ଼ିବନି କେନ୍ଦ୍ରୀୟ ନେତାଙ୍କ ଗ୍ରସ୍ତର ପ୍ରଭାବ; କୁନ ବିହାରୀ ଦାସ (ETV Bharat Odisha)

ଅନୁଗୋଳ: ବର୍ତ୍ତମାନ ରାଜ୍ୟରେ ଦୁଇଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ରହିଚି । ଏହି ପରିପ୍ରେକ୍ଷୀରେ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର ପ୍ରଚାରକ ଏବଂ ୱେବିଭେଟ ନେତା ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ବିଶେଷ କରି ଜିଲ୍ଲାରେ ଢେରା ପକାଇଛନ୍ତି କେନ୍ଦ୍ରୀୟ ନେତା । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ମାନେ ଜିଲ୍ଲାକୁ ଘନ ଘନ ପ୍ରଚାର ପାଇଁ ଆସୁଛନ୍ତି । ଏଭଳି ହେଭିୱେଟ ଗସ୍ତଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ । ସେ କହିଛନ୍ତି, ଅନୁଗୋଳକୁ ବଡ଼ ବଡ଼ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସେମାନେ ଏବେ ନୁହେଁ ବର୍ଷ ବର୍ଷ ଧରି ଓଡିଶାକୁ ଆସୁଛନ୍ତି । କିନ୍ତୁ ଲୋକେ ଜାଣିଛନ୍ତି। ଏଠାରେ ନବୀନ ଗ୍ୟାରେଣ୍ଟି ହିଁ କାମ କରିବ। ବିଜେଡିର ପ୍ରାର୍ଥୀମାନେ ବିପୁଳ ସଂଖ୍ୟାରେ ବିଜୟୀ ହେବେ ବୋଲି ଅନୁଗୁଳ ଜିଲା ବିଜେଡି ସହ ପର୍ଯ୍ୟବେକ୍ଷକ ତଥା ପ୍ରଚାର ମଙ୍ଗ ଧରିଥିବା କୁନ ବିହାରୀ ଦାସ କହିଛନ୍ତି। ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ ଯାହା ସବୁ କରିଛନ୍ତି ତାହା କେନ୍ଦ୍ର କରିପାରି ନାହିଁ। କେନ୍ଦ୍ରୀୟ ନେତା ମାନେ କେବଳ ନିର୍ବାଚନ ଆସିଲେ ଅନେକ ଇସ୍ତାହାର ଦିଅନ୍ତି। କିନ୍ତୁ ସେସବୁ କାର୍ଯ୍ୟକାରୀ ହୋଇ ପାରେ ନାହିଁ। ନବୀନ ପଟ୍ଟନାୟକ କଥା ନୁହେଁ କାମରେ ବିଶ୍ୱାସ କରନ୍ତି। ଏଥର ମାଗଣା ବିଜୁଳି, ମହିଳା ଗ୍ରୁପ ମାନଙ୍କୁ ଆର୍ଥିକ ସହାୟତା, ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ନବିନଙ୍କର ପ୍ରାଥମିକତା ରହିଛି। ତେଣୁ ଏଥର ମଧ୍ୟ ଲୋକେ ନବୀନଙ୍କୁ ଭରସା କରିବେ ବୋଲି କହିଛନ୍ତି କୁନ ବିହାରୀ ଦାସ।
ଏହା ମଧ୍ୟ ପଢନ୍ତୁ: ନାମାଙ୍କନ ଭରିଲେ ଅନୁଗୋଳ ବିଜେଡିର ପ୍ରଥମ ମହିଳା ପ୍ରାର୍ଥୀ

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.