ନାମାଙ୍କନ ଭରିଲେ ଅନୁଗୋଳ ବିଜେଡିର ପ୍ରଥମ ମହିଳା ପ୍ରାର୍ଥୀ - Angul Assembly Constituency

By ETV Bharat Odisha Team

Published : May 6, 2024, 9:16 PM IST

thumbnail
Sanjukta Singh File Nomination (ETV BHARAT ODISHA)

Sanjukta Singh File Nomination: ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରେ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଅନୁଗୋଳ ବିଧାନସଭାର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ସଂଯୁକ୍ତା ସିଂହ । ଅନୁଗୋଳ ଜିଲ୍ଲାର ପ୍ରଥମ ମହିଳା ବିଧାୟକ ପ୍ରାର୍ଥୀ ଭାବେ ସେ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ ଠାରେ ଦାଖଲ କରିଥିଲେ ନିଜର ପ୍ରାର୍ଥୀପତ୍ର । ତାଙ୍କ ସହିତ ଦଳର ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଅଭିନାଶ ସାମଲ ଉପସ୍ଥିତ ଥିଲେ । ନିର୍ବାଚନ ମଣ୍ଡଳୀର ବଅଁରପାଳ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ବାଇକ ରାଲିରେ ଆସି ଅନୁଗୋଳରେ ପହଁଞ୍ଚିଥିଲେ ସଂଯୁକ୍ତା । 

ଏହା ମଧ୍ୟ ପଢନ୍ତୁ... ପଦଯାତ୍ରାରେ ଆସି ଆଠମଲ୍ଲିକରେ ନାମାଙ୍କନ ଭରିଲେ ହିମାଂଶୁ, 'କହିଲେ ଅଞ୍ଚଳର ବିକାଶ ଦିଗରେ କାର୍ଯ୍ୟ କରିବି' - Athmallik Assembly Constituency

ପରେ ଅନୁଗୋଳର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀଙ୍କ ଠାରେ ପୂଜାର୍ଚ୍ଚନା ପରେ ବାହାରିଥିଲା ପଟୁଆର । ହଜାର ହଜାର ସମର୍ଥକଙ୍କୁ ସାଥିରେ ନେଇ ଶୋଭାଯାତ୍ରାରେ ଅନୁଗୋଳ ସହର ପରିକ୍ରମା କରିବା ପରେ ଅନୁଗୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ନାମାଙ୍କନ ଦାଖଲ ସମୟରେ ତାଙ୍କ ସହିତ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଅଭିନାଶ ସାମଲ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ, ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ ଓ ବରିଷ୍ଠ କର୍ମକର୍ତ୍ତା ଆଦି ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.