ହାତୀ ଘଉଡାଇବା ହେଲା କାଳ, ଯୁବକକୁ କଚାଡି ମାରିଲା ଦନ୍ତା

By ETV Bharat Odisha Team

Published : Nov 11, 2023, 10:48 PM IST

thumbnail

ଅନୁଗୋଳ: ହାତୀ ଆକ୍ରମଣରେ ଯୁବକ ମୃତ ,ହାତୀ ଘଉଡ଼େଇବା ବେଳେ ଦଳି ଦେଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ଶଙ୍ଖମୁର ଗ୍ରାମରେ । ମୃତ ଯୁବକ ଜଣକ ହେଲେ ଶଙ୍ଖମୁର ଗ୍ରାମର ପପୁନ ସେଠୀ । ମିଳିଥିବା ସୂଚନା ଅନୁସାରେ ଗାଁ ଭିତରକୁ ଗୋଟିଏ ଦନ୍ତା ହାତୀ ପଶି ଆସିଥିବା ଖବର ପାଇ ଗ୍ରାମବାସୀଙ୍କ ସହ ହାତୀ ଘଉଡାଇବାକୁ ପପୁନ ଯାଇଥିଲେ । ସେହି ସମୟରେ ଦନ୍ତାହାତୀଟି ପପୁନକୁ ଦଳି ଦେଇଥିଲା । ଘଟଣାସ୍ଥଳରେ ପପୁନର ମୃତ୍ୟୁ ହୋଇଥିଲା । ଖବର ପାଇ ଖମାର ବନବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବା ସହିତ ଖମାର ପୋଲିସ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । 

ବନବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।ତେବେ ହାତୀଟି ସେହି ଅଞ୍ଚଳରେ ଅନେକ ଦିନ ହେବ ଲୋକଙ୍କ ଫସଲ କ୍ଷତି କରୁଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଲାଗି ରହିଛି ।ପ୍ରଶାସନ ହାତୀମାାନଙ୍କ ଉପଦ୍ରବ ରୋକିବାରେ ଫେଲ ମାରିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.