ଛେଣ୍ଡିପଦାରେ ଧର୍ମେନ୍ଦ୍ରଙ୍କ ରୋଡ ସୋ’, ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ - Odisha Assembly Election 2024

By ETV Bharat Odisha Team

Published : May 14, 2024, 10:49 PM IST

thumbnail
BJP Campaigning in Angul (ETV Bharat Odisha)

BJP Campaigning in Angul: ଅନୁଗୋଳ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଛେଣ୍ଡିପଦାରେ ରୋଡ଼ ସୋ’ ଏବଂ ବିଜୟ ସଂକଳ୍ପ ସମାବେଶ ଆୟୋଜିତ ହୋଇଛି । ସକାଳ ୧୧ଟାରେ କୋଶଲାଠାରୁ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସହ ଛେଣ୍ଡିପଦା, ବାଗେଡ଼ିଆ ଓ ପାତ୍ରପଡା ପର୍ଯ୍ୟନ୍ତ ପ୍ରାୟ ୧୨କିମି ରୋଡ଼ ସୋ’ କରିଥିଲେ ଧର୍ମେନ୍ଦ୍ର । ତାଙ୍କ ସହ ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା ଓ ଅନ୍ୟ ଦଳୀୟ ନେତାମାନେ ଥିଲେ ।  

ଏହା ମଧ୍ୟ ପଢନ୍ତୁ.. ୫ ବର୍ଷରେ ବିକାଶର ଶିଖର ଛୁଇଁବ ଖୋର୍ଦ୍ଧା: ପ୍ରଶାନ୍ତ ଜଗଦେବ - Odisha Assembly Election 2024

ଏହି ଅବସରରେ କୋଶଲା ରାମଚଣ୍ଡୀ ଓ ପାତ୍ରପଡା ବାୟାଣୀ ପୀଠରେ ପୂଜାର୍ଚ୍ଚନା କରି ମା’ଙ୍କ ଆଶୀର୍ବାଦ ନେଇଥିଲେ । ରୋଡ଼ ସୋ’ ପରେ ପାତ୍ରପଡ଼ାଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଉଦବୋଧନ ଦେଇଥିଲେ ଧର୍ମେନ୍ଦ୍ର । ସେ ତାଙ୍କ ଭାଷଣରେ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଥିଲେ । ସେ ତାଙ୍କ ଅଭିଭାଷଣରେ କହିଛନ୍ତି,  "ଗାଁ ଗାଁରେ ପାଇପ ଯୋଗେ ପିଇବା ପାଣି ନାହିଁ, ଜଳ ସେଚନ ନାହିଁ, ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନାହାନ୍ତି, ସ୍କୁଲ ଗୁଡିକରେ ଶିକ୍ଷକ ନାହାନ୍ତି । ମୁଁ ଏ ପ୍ରସଙ୍ଗ ଉଠାଇଲେ ବିଜେଡି ବାଲା ଗାଳିଗୁଲଜ କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କିଏ ବୋଲି ପ୍ରଶ୍ନ କରୁଛନ୍ତି । ତେଣୁ ଏହାର ଜବାବ ୨୫ ତାରିଖରେ ଅଞ୍ଚଳବାସୀ ନିଶ୍ଚୟ ଦେବେ ।"  

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.