ପ୍ରଚାରର ଶେଷ ଦିନ, ମୈଦାନରେ ଜୋରଦାର ପ୍ରଚାର କଲେ ବିଜେପି ପ୍ରାର୍ଥୀ ଅରିନ୍ଦମ - Arindam Roy Election Campaign

By ETV Bharat Odisha Team

Published : May 30, 2024, 6:29 PM IST

thumbnail
Arindam Roy Election Campaign (ETV Bharat Odisha)

Arindam Roy Election Campaign: କଟକ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିଲା ପ୍ରଚାର । ପ୍ରଚାରର ଶେଷ ଦିନର ଜୋରଦାର ପ୍ରଚାର କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ଏହି କ୍ରମରେ ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ତଥା ଅଭିନେତା ଅରିନ୍ଦମ ରାୟ ମଧ୍ୟ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । ସାଲେପୁର ନିର୍ବାଚନ ମଣ୍ଡଳୀ ପାଇଁ ଅରିନ୍ଦମ ନୂଆ ।  

ଏହା ମଧ୍ୟ ପଢ଼ନ୍ତୁ.. ଚତୁର୍ଥ ପର୍ଯ୍ୟାୟରେ ଭୋଟ ଦେବ ନିମାପଡା, ରୋଡ ସୋ’ କଲେ ନବୀନ - Naveen Road Show In Nimapara

ଅରିନ୍ଦମ କଟକ, ବାରବାଟୀ ଏବଂ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ ନିଜର ସଙ୍ଗଠନ କରିଥିଲେ ହେଲେ ବିଜେପିରୁ ଟିକଟ ପାଇ ସେ ସାଲେପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ୁଛନ୍ତି । ଏନେଇ ଅରିନ୍ଦମ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି "ହାତରେ କମ ସମୟ ଥିଲା । ଖୁବ କମ ସମୟ ମଧ୍ୟରେ ଟାଙ୍ଗୀ ଏବଂ ସାଲେପୁର ଲୋକମାନେ ଅନେକ ସମର୍ଥନ ଦେଇଛନ୍ତି ।" ସେଥିପାଇଁ ଲୋକଙ୍କ ପାଖରେ କୃତଜ୍ଞତା ଜଣାଇବା ସହ ତାଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି ଅରିନ୍ଦମ । ସେହିପରି ଅଭିନେତା ଭାବରେ ମଧ୍ୟ ଅନେକ ଲୋକ ପୂର୍ବରୁ ଜାଣିଥିବାରୁ ତାଙ୍କୁ ବେଶ ସହାୟତା ହେବ ବୋଲି ସେ କହିଛନ୍ତି । ତେବେ ବିଜେଡି ସହ ତାଙ୍କର ଲଢେଇ ହେବ ବୋଲି ଅରିନ୍ଦମ କହିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.