ETV Bharat / bharat

ମଣିଷଙ୍କ ସହ ଘରେ ରହୁଥିଲେ ନାଗରାଜଙ୍କ ପରିବାର, 40 ସାପ ଛୁଆ ଦେଖି ଲୋକେ ତାଜୁବ - 40 baby snakes found in a house

author img

By ETV Bharat Odisha Team

Published : May 30, 2024, 6:35 PM IST

40 baby snakes found in a house: ଉତ୍ତର ପ୍ରଦେଶ ମେରଟରେ ଗୋଟିଏ ଘରୁ ବାହାରିଲା 40 ସାପ । ନାଗରାଜ ପରିବାରକୁ ଦେଖି ଭୟଭୀତ ଲୋକେ । ଅଧିକ ପଢନ୍ତୁ

2ଦିନରେ ଗୋଟିଏ ଘରୁ ବାହାରିଲା 40 ସାପ
2ଦିନରେ ଗୋଟିଏ ଘରୁ ବାହାରିଲା 40 ସାପ (ETV Bharat)

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମେରଟ ସହରରେ ଚାଞ୍ଚଲ୍ୟ । ଗୋଟିଏ ଘରୁ ବାହାରିଲା 40ଟି ସାପ ଛୁଆ । ଘର ଭିତରେ ପରିବାର ବିସ୍ତାର କରିଥିଲା ନାଗରାଜ । ଏହି ଖବର ସ୍ଥାନୀୟ ଲୋକେ ଶୁଣିବା ପରେ ଭୟର ବାତାବରଣ ଖେଳିଯାଇଥିଲା । ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦିଆଯାଇଥିବା ବେଳେ ଏକାଧିକ ସାପ ଛୁଆକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ବି ଘରେ ଆଉ ସାପଛୁଆ ରହିଥିବା ନେଇ ଲୋକେ ଭୟଭୀତ ଅଛନ୍ତି ।

ସାପଛୁଆଙ୍କ ଉପରେ କୁନି ପିଲାଙ୍କ ପଡ଼ିଥିଲା ନଜର: ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ମେରଟର ସରସ୍ବତୀ କଲୋନିର । ସ୍ଥାନୀୟ ବାସିନ୍ଦା ଜଗଜିତ ସିଂଙ୍କ ଘରେ ରହିଆସୁଥିବା ବିଷଧର ନାଗ ଓ ତାର ପରିବାର । ଯେତେବେଳେ ସ୍ଥାନୀୟ କିଛି କୁନି ପିଲା ଖେଳୁଥିବା ସମୟରେ ଘରର ତଳ ମହଲାରେ ଛୋଟ ଛୋଟ ସାପଛୁଆକୁ ଦେଖିଥିଲେ । ଏନେଇ ପିଲାମାନେ ଜଗଜିତଙ୍କୁ ସୂଚିତ କରିଥିଲେ । ଘର ଲୋକେ ଏତେ ସଂଖ୍ୟାରେ ସାପଛୁଆ ଦେଖି ଭୟଭୀତ ହୋଇପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । କୌଣସି ଅଘଟଣ ଘଟିବା ପୂର୍ବରୁ ଏହି ବିଷଧର ସାପ ଓ ତାର ପରିବାରକୁ ଉଦ୍ଧାର କରିବା ଲାଗି ସଙ୍ଗେ ସଙ୍ଗେ ସାପ ଉଦ୍ଧାରକାରୀ ଟିମକୁ ଖବର ଦିଆଯାଇଥିଲା ।

ଏହା ବି ପଢନ୍ତୁ- ରୋଷେଇ ଘରେ 12 ଫୁଟର କୋବ୍ରା, ଗ୍ୟାସ ସିଲିଣ୍ଡର ପଛରେ ଲୁଚିଥିଲା

ବନ ବିଭାଗ ଏସଡିଓ ଅଂଶୁ ଚାୱଲାଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ସାପଛୁଆଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ 28ଟି ସାପ ଛୁଆକୁ ଉଦ୍ଧାର କରାଯାଇଥିଲା । ଏହାପରେ ବୁଧବାର ପୁଣି ବନ ବିଭାଗକୁ ଖବର ମିଳିଥିଲା ଯେ ଉକ୍ତ ସ୍ଥାନରେ ଆହୁରି 12ଟି ସାପ ଛୁଆ ରହିଥିଲେ । ସମସ୍ତ ସାପ ଛୁଆକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡ଼ାଯାଇଥିବା ବେଳେ ପରିବାର ସଦସ୍ୟଙ୍କୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି । ଘରର ନାଳ ଦେଇ ସାପଛୁଆ ଘରକୁ ଆସିଯାଇଥିବା ସନ୍ଦେହ କରାଯାଉଛି ।

ଭାରତରେ କେଉଁ ସାପ ବିଷଧର ହୋଇଥାନ୍ତି ?

ସାପ ବିଶେଷଜ୍ଞଙ୍କ କହିବାନୁସାରେ 2022 ମସିହାରେ ଭାରତରେ 343 ପ୍ରଜାତିର ସାପ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ କେବଳ 20% ବିଷାକ୍ତ ସାପ ବର୍ଗରେ ଆସିଛନ୍ତି । ସେଥିମଧ୍ୟରୁ କେବଳ 4ଟି ସାପ ଅଛନ୍ତି ଯିଏକି ଦଂଶନ କଲେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ 90 ପ୍ରତିଶତ ରହିଥାଏ । ଏମାନଙ୍କୁ 'ବିଗ୍ ଫୋର୍' କୁହାଯାଏ । ଏକ ପରିସଂଖ୍ୟାନ ଅନୁଯାୟୀ, ଭାରତରେ ସାପ କାମୁଡ଼ିବା ଯୋଗୁଁ ପ୍ରତିବର୍ଷ 40ହଜାର ମୃତ୍ୟୁ ଘଟିଥାଏ । ଏଥିମଧ୍ୟରୁ ଏହି ବିଷଧର ସାପ କାମୁଡ଼ିବା ଯୋଗୁଁ ପ୍ରାୟ 36ହଜାର ମୃତ୍ୟୁ ଘଟିଥାଏ ।

ଭାରତରେ ଦେଖିବାକୁ ମିଳୁଥିବା ବିଷଧର ସାପ:-

  • କୋବ୍ରା
  • ରସେଲ ୱାଇପର
  • କରୈତ
  • ସ' ସ୍କେଲ ୱାଇପର

ଘରର କେଉଁ ସ୍ଥାନରେ ସାପ ରହିବାର ସମ୍ଭାବନା ଥାଏ:- ବେଳେ ବେଳେ ସାପ ଘର ଭିତରୁ ମିଳିଥାନ୍ତି । ଏଣୁ ଘରର ପ୍ରତିଟି କୋଣକୁ ସଫା ସୁତୁରା ରଖିବା ଆବଶ୍ୟକ । ଘରେ ଅପରିଷ୍କାର ପାଣି ନିଷ୍କାସନ ପାଇଁ ହୋଇଥିବା ନାଳ, ଘରର ଏପରି ସ୍ଥାନ ଯେଉଁଠି ପାଣି ଜମି ରହୁଥିବ, ରୋଷେଇ ଘର ଓ ବାଥରୁମ, ଓଦା ରହୁଥିବା ସ୍ଥାନରେ ସାପ ରହିବାର ସମ୍ଭାବନା ରହିଥାଏ ।

ଘରେ ସାପ ଦେଖିଲେ କଣ କରିବେ ?

  1. ପରିବାରର ସମସ୍ତ ସଦସ୍ୟ ଘରୁ ବାହାରକୁ ପଳାଇଯିବା ଉଚିତ ।
  2. ବନ ବିଭାଗ ବା ସାପ ଉଦ୍ଧାରକାରୀ ଟିମକୁ ସୂଚିତ କରିବା ଦରକାର ।
  3. ସାପଠୁ ଦୂରେଇ ରହିବା ଉଚିତ । ସାପକୁ ଧରିବା କିମ୍ବା ବାଡେଇ ମାରିବାକୁ ପ୍ରୟାସ ନ କରିବା ଉଚିତ ।
  4. ସାପ ଉଦ୍ଧାର ପରେ ସତର୍କ ରହିବା ସହ ଓଦା ସ୍ଥାନକୁ ଯାଞ୍ଚ କରିବା ଉଚିତ ।

ସାପ କାମୁଡିଲେ କଣ କରିବେ ?

  • ଯଦି ସାପ କାହାକୁ କାମୁଡ଼େ, ତେବେ ସର୍ବପ୍ରଥମେ କାମୁଡ଼ିଥିବା ସ୍ଥାନକୁ ଏକ କପଡାରେ ବାନ୍ଧି ରଖନ୍ତୁ, ଯାହା ଦ୍ବାରା ରକ୍ତ ପ୍ରବାହ ବନ୍ଦ ରହିବ । ଏହା ଶରୀରରେ ବିଷର ପ୍ରଭାବ ବୃଦ୍ଧି କରିବ ନାହିଁ । ସେହି ସ୍ଥାନକୁ ସାବୁନରେ ଭଲ ଭାବରେ ଧୋଇ ଦିଅନ୍ତୁ ।
  • ଏହାପରେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଆନ୍ତୁ । ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନା ନେଇଯିବା ଉଚିତ । ଏଥିରେ ତିଳେ ମାତ୍ର ବିଳମ୍ବ ନ କରିବା ଉଚିତ ।
  • କୌଣସି ଅନ୍ଧ ବିଶ୍ବାସ ମନରେ ରଖନ୍ତୁ ନାହିଁ । ଯେତେ ଶୀଘ୍ର ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପ୍ରଦାନ କରାଯିବ, ସେତେ ଶୀଘ୍ର ସେ ବିପଦରୁ ରକ୍ଷା ପାଇବେ । ସାପ ଦଂଶନ ଘଟଣାରେ ବିଳମ୍ବରେ ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳେ । ଏହାକୁ ଧ୍ୟାନରେ ରଖିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.