ଏମ୍‌ସରେ IPS ଆଶିଷ ସିଂହ, 4 ଘଣ୍ଟା ଧରି ଚାଲିଲା ସ୍ବାସ୍ଥ୍ୟ ପରୀକ୍ଷା - IPS Ashish Singh Health Check Up

By ETV Bharat Odisha Team

Published : May 30, 2024, 5:20 PM IST

thumbnail
IPS Ashish Singh Health Check Up (ETV Bharat Odisha)

IPS Ashish Singh Health Check Up: ଭୁବନେଶ୍ବର: ଭୁବନେଶ୍ବର AIIMSରେ ଆଇପିଏସ ଆଶିଷ ସିଂହ । ଆରମ୍ଭ ହୋଇଛି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ । ଇସିଆଇଙ୍କ ନିର୍ଦ୍ଦେଶ ପରେ AIIMS ଭୁବନେଶ୍ବର ପକ୍ଷରୁ ଗଠନ ହୋଇଛି ସ୍ବତନ୍ତ୍ର ମେଡିକାଲ ବୋର୍ଡ । ଏହି ସ୍ବତନ୍ତ୍ର ମେଡିକାଲ ବୋର୍ଡ ଆଇପିଏସ ଆଶିଷ ସିଂହଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି । AIIMS କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ସଦସ୍ୟ ଥିବା ବୋର୍ଡ ଦ୍ବାରା ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି । 

ଏହା ମଧ୍ୟ ପଢନ୍ତୁ ... ପରାଜୟ ଜାଣି ଅଫିସରଙ୍କୁ ଟାର୍ଗେଟ କରୁଛି ବିଜେପି, ‘ECIଙ୍କ କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଏକପାଖିଆ’ - BJD Alleges Against BJP

ବୋର୍ଡରେ ମେଡିସିନ, ସର୍ଜରୀ, ଅର୍ଥୋପେଡିକ ଓ ନ୍ୟୁରୋ ବିଭାଗ ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞ ସାମିଲ ହୋଇଥିଲେ । ଆଇପିଏସ୍‌ ଆଶିଷ ସିଂଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ବେଳକୁ ପାଖାପାଖି 3 ଘଣ୍ଟା ସମୟ ଲାଗିପାରେ ବୋଲି ମେଡିକାଲ ପକ୍ଷରୁ ସୂଚନା ମିଳିଛି । ଏହା ଭିତରେ ବ୍ଲଡ଼ ପ୍ରେସର ଏବଂ ECG ଟେଷ୍ଟ କରାଯାଇଥିବା ସୂଚନା ମିଳିଛି । ବୋର୍ଡ ଆସନ୍ତାକାଲି ସୁଦ୍ଧା ଇସିଆଇଙ୍କ ନିକଟରେ ନିଜ ରିପୋର୍ଟ ଦାଖଲ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.