ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ, ଭୋଟ ଦେଲେ ନୂଆପଡାବାସୀ - Lok Sabha Election 2024

By ETV Bharat Odisha Team

Published : May 14, 2024, 10:33 PM IST

thumbnail
Voting In Nuapada (ETV Bharat Odisha)

Voting In Nuapada: ନୂଆପଡ଼ା: ରାଜ୍ୟରେ ସୋମବାର ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଆସୁଥିବା ନୂଆପଡା ଏବଂ ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି । ତେବେ ନୂଆପଡାରେ 76.54% ମତଦାନ ହୋଇଥିବା ସୂଚନା ମିଳିଛି । ଯେଉଁ ଥିରେ 1ଲକ୍ଷ 81ହଜାର 890 ଜଣ ଭୋଟର ନିଜ ମତଦାନ କରିଛନ୍ତି । ସେହିଭଳି ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ସମୁଦାୟ 1ଲକ୍ଷ 97ହଜାର 990ଜଣ ଭୋଟର ନିଜ ମତ ସାବ୍ୟସ୍ତ କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ.. ଭୋଟ ଦେବାକୁ ଉତ୍ସାହ, ଛତ୍ରପୁରରେ ସନ୍ଧ୍ୟା ଯାଏଁ ଲମ୍ବା ଲାଇନ - Voting In Chhatrapur

ନୂଆପଡା ଜିଲ୍ଲାରେ ସମୁଦାୟ 76.54 % ମତଦାନ ହୋଇଥିବା ବେଳେ, ନୂଆପଡା ନିର୍ବାଚନ ମଣ୍ଡଳୀରେ 74.76% ମତଦାନ ହୋଇଛି । ସେହିଭଳି ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ 78.25% ମତଦାନ ହୋଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ସୂଚନା ମିଳିଛି । ଜିଲ୍ଲାର ଦୁଇ ଗୋଟି ନିର୍ବାଚନ ମଣ୍ଡଳୀର 604 ଗୋଟି ବୁଥ ରହିଥିବା ବେଳେ, 68 ଗୋଟି ସମ୍ବେଦନଶୀଳ ବୁଥ ରହିଥିଲା । ଜିଲ୍ଲାର ମାଓ ପ୍ରବଣ ସୁନାବେଡା ଅଭୟାରଣ୍ୟରେ 7ଗୋଟି ବୁଥ ରହିଥିଲା । ସମସ୍ତ ବୁଥରେ ଶାନ୍ତିପୂର୍ଣ୍ଣ ଭାବରେ ଭୋଟର ମାନେ ଭୋଟ ଦେଇ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି । ନିର୍ବାଚନ ଅବାଧ ଓ ନିରପେକ୍ଷ ଭାବରେ ଶେଷ କରିବା ପାଇଁ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ଏବଂ ନୂଆପଡା ଆରକ୍ଷୀ ଅଧୀକ୍ଷକ ଜି ରାଘବେନ୍ଦ୍ର ରେଡି ବ୍ୟାବପି ପ୍ରସ୍ତୁତି କରି କଡା ସୁରକ୍ଷା ବଳରେ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନକୁ ଶେଷ କରିଛନ୍ତି । ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଷ୍ଟ୍ରଙ୍ଗରୁମ ଭିତରେ ସୁରକ୍ଷିତ ରହିଛି ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.