ଭୋଟ ଦେବାକୁ ଉତ୍ସାହ, ଛତ୍ରପୁରରେ ସନ୍ଧ୍ୟା ଯାଏଁ ଲମ୍ବା ଲାଇନ - Voting In Chhatrapur

By ETV Bharat Odisha Team

Published : May 13, 2024, 9:57 PM IST

thumbnail
Voting In Chhatrapur (ETV Bharat Odisha)

Voting In Chhatrapur: ବ୍ରହ୍ମପୁର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଶେଷ ରେକର୍ଡ ସୁଦ୍ଧା ମୋଟ୍ ମତଦାନ ପ୍ରତିଶତ ରହିଛି ୬୪.୨୩ । ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଅପରାହ୍ନରେ ବହୁ ସଂଖ୍ୟାରେ ମତଦାତା ଆସି ଭୋଟ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଲମ୍ବା ଧାଡିରେ ଆସି ମତ ସାବ୍ୟସ୍ତ କରିବାକୁ ଅପେକ୍ଷା କରିଥିଲେ ମତଦାତା । 

ଏହା ମଧ୍ୟ ପଢନ୍ତୁ...ନିଜ ବୁଥ୍ ନିର୍ଗୁଣ୍ଡିରେ ମତ ସାବ୍ୟସ୍ତ କଲେ ମନ୍ତ୍ରୀ ଜଗନ୍ନାଥ ସାରକା - Jagannath Saraka Casts Vote

ବିଶେଷ କରି ଅପରାହ୍ନରେ ଅଧିକ ସଂଖ୍ୟାରେ ମତଦାତାମାନେ ଆସିଥିଲେ । ସକାଳ ଅପେକ୍ଷା ଅପରାହ୍ନରେ ଭୋଟରଙ୍କ ସଂଖ୍ୟା ବଢିଥିଲା । ସମସ୍ତେ ବେଶ ଉତ୍ସାହର ସହ ନିଜର ମତ ସାବ୍ୟସ୍ତ କରିଛନ୍ତି । ଲମ୍ବା ଲାଇନରେ ଛିଡା ହୋଇ ମତଦାନ କରିଛନ୍ତି ଭୋଟର । ଶେଷ ସୂଚନା ସୁଦ୍ଧା, ଛତ୍ରପୁରରେ ୫୪.୬୫% ମତଦାନ ହୋଇଥିବା ଜଣାପଡ଼ିଛି । ତେବେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ମୋଟ୍ ୫୮.୦୦ % ଭୋଟିଂ ହୋଇଥିବା ଜଣାପଡ଼ିଛି । 

ଇଟିଭି ଭାରତ, ବ୍ରହ୍ମପୁର
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.