ନିଜ ବୁଥ୍ ନିର୍ଗୁଣ୍ଡିରେ ମତ ସାବ୍ୟସ୍ତ କଲେ ମନ୍ତ୍ରୀ ଜଗନ୍ନାଥ ସାରକା - Jagannath Saraka Casts Vote

By ETV Bharat Odisha Team

Published : May 13, 2024, 8:56 PM IST

thumbnail
Jagannath Saraka (ETV Bharat Odisha)

Jagannath Saraka Casts Vote: ରାୟଗଡ଼ା: ନିଜ ବୁଥ୍ ନିର୍ଗୁଣ୍ଡିରେ ମତ ସାବ୍ୟସ୍ତ କରିଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକା । ଆଜି ଜିଲ୍ଲାର ୩ଟି ବିଧାନସଭା ସହ କୋରାପୁଟ ଲୋକସଭା ପାଇଁ ଭୋଟ ଗ୍ରହଣ କରାଯାଇଛି । ତେବେ ସକାଳୁ ସକାଳୁ ବହୁ ସଂଖ୍ୟାରେ ମହିଳା ମତଦାନ କେନ୍ଦ୍ର ଆଗରେ ଧାଡିବାନ୍ଧି ଠିଆ ହୋଇଥିବାବେଳେ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଲିଥିଲା । ସମ୍ବେଦନଶୀଳ ବୁଥମାନଙ୍କରେ ପୋଲିସ ମୁତୟନ କରାଯାଇଥିଲା । ଅନେକ ବୁଥରେ ସିସିଟିଭି କ୍ୟାମେରା ସହ ଦିବ୍ୟାଙ୍ଗମାନଙ୍କ ପାଇଁ ହ୍ବିଲ ଚେୟାରର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । 

ଏହା ବି ପଢନ୍ତୁ...ରାୟଗଡାରେ ସୁରୁଖୁରୁରେ ଚାଲିଛି ନିର୍ବାଚନ, ମତଦାନ କଲେ ବିଜେଡି ପ୍ରାର୍ଥିନୀ ଅନୂସୟା ମାଝୀ - BJD MLA Candidate Anusaya Majhi

ସୂଚନା ଅନୁସାରେ, ବିଷମକଟକ ନିର୍ବାଚନ ମଣ୍ଡଳୀ ନିର୍ଗୁଣ୍ଡି ମତଦାନ କେନ୍ଦ୍ରରେ ଯାନ୍ତ୍ରିକ ତ୍ରୁଟିଯୋଗୁ ୩୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା 2 ଲକ୍ଷ 34 ହଜାର 253 ଭୋଟର ରହିଛନ୍ତି । ବିଷମକଟକ ନିର୍ବାଚନ ମଣ୍ଡଳୀରେ 14 ଟି ବୁଥ ମୋବାଇଲ ସେବା ଅପହଞ୍ଚ ଥିବାବେଳେ 40 ଟି ବୁଥ୍ ଅତି ସମ୍ବେଦନ ରହିଛି । ବିଶେଷ କରି ଏହି ନିର୍ବାଚନ ମଣ୍ଡଳୀ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ସିଆରପିଏଫ ଏବଂ ବିଏସଏଫ ଯବାନଙ୍କୁ ନିୟାଜିତ କରାଯାଇଥିଲା ।

ଇଟିଭି ଭାରତ, ରାୟଗଡ଼ା
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.