ରାୟଗଡାରେ ସୁରୁଖୁରୁରେ ଚାଲିଛି ନିର୍ବାଚନ, ମତଦାନ କଲେ ବିଜେଡି ପ୍ରାର୍ଥିନୀ ଅନୂସୟା ମାଝୀ - BJD MLA Candidate Anusaya Majhi

By ETV Bharat Odisha Team

Published : May 13, 2024, 3:31 PM IST

thumbnail
ମତଦାନ କଲେ ବିଜେଡି ପ୍ରାର୍ଥିନୀ ଅନୂଶୟା ମାଝୀ (ETV Bharat Odisha)

One to One with BJD MLA Candidate Anusaya Majhi: ରାୟଗଡ଼ା: ଆଜି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନକୁ ରାୟଗଡା ଜିଲ୍ଲାରେ ଉତ୍ସାହର ସହ ଭୋଟ ଦାନ ପର୍ବ ଜାରି ରହିଛି । ତେବେ ଆଜି ସକାଳୁ ରାୟଗଡ଼ା ବିଧାନସଭା ଆସନର ବିଜେଡି ପ୍ରାର୍ଥିନୀ ଅନୂସୟା ମାଝୀ ପ୍ରଥମେ ରାୟଗଡା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀ ମନ୍ଦିର ଯାଇ ପୂଜାର୍ଚ୍ଚନା ପରେ ସ୍ଥାନୀୟ ଏମଆଇ ଡିଭିଜନରେ ନିଜ ମତଦାନ ସାବ୍ୟସ୍ତ କରିଥିଲେ । ତେବେ ନିଜ ଅଞ୍ଚଳର ବିକାଶ ସାଙ୍ଗକୁ ରାଜ୍ୟ ତଥା ଦେଶର ସାମଗ୍ରିକ ବିକାଶ ପାଇଁ ନିଜ ନିଜ ପସନ୍ଦର ନେତା ଓ ଦଳକୁ ଭୋଟ ଦେଇ ଖୁସିବ୍ୟକ୍ତ କରି ଜିଲ୍ଲା ପ୍ରଶାସନର ଆୟୋଜନକୁ ପ୍ରଶଂସା କରିଛନ୍ତି ଭୋଟର ।

ଏହା ବି ପଢନ୍ତୁ- ମୁସଲିମ ମହିଳା ଭୋଟରଙ୍କୁ ବୁର୍ଖା ଖୋଲି ଯାଞ୍ଚ, ହାଇଦ୍ରାବାଦ ବିଜେପି ପ୍ରାର୍ଥୀ ମାଧବିଲତାଙ୍କ ବିରୋଧରେ ମାମଲା 

ଚଳିତ ନିର୍ବାଚନରେ 20ହଜାରରୁ ଊର୍ଦ୍ଧ୍ବ ଯୁବ ଭୋଟର ରହିଥିବା ବେଳେ ସେମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି ।  ସକାଳ ୭ଟା ସମୟରୁ ୮୮୪ ଗୋଟି ବୁଥରେ ମତଦାନ ଆରମ୍ଭ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନକୁ ଅବାଧ ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଥିବା ବେଳେ ଭୋଟରଙ୍କୁ ଆହୁରି ଉତ୍ସାହିତ କରିବା ପାଇଁ ୫୨ଟି ସକ୍ଷୀ ବୁଥ କରାଯାଉଛି । ତିନୋଟି ନିର୍ବାଚନ ମଣ୍ଡଳୀ ରାୟଗଡା, ବିଷମକଟକ ଓ ଗୁଣପୁରରେ ୧୨୧ଗୋଟି ସମ୍ବେଦନଶୀଳ ବୁଥ ପାଇଁ ବ୍ୟାପକ ମାତ୍ରାରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଭିନ୍ନକ୍ଷମ ଭୋଟରମାନଙ୍କ ପାଇଁ ମଧ୍ୟ ବୁଥର ବ୍ୟବସ୍ଥା କରାଯାଉଛି ।  

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.