ETV Bharat / state

ଖଣି ଦୁର୍ନୀତି ମାମଲାରେ EDର ଗିରଫଦାରୀ, ସିଦ୍ଧାର୍ଥ ସ୍ପଞ୍ଜର ନିର୍ଦ୍ଦେଶକ ଆନନ୍ଦ ଅଗ୍ରୱାଲ ଗିରଫ - Anand Agrawal Arrested By ED

author img

By ETV Bharat Odisha Team

Published : May 22, 2024, 6:47 PM IST

Anand Agrawal Arrested By ED: ଖଣି ଦୁର୍ନୀତି ମାମଲାରେ ଇଡି ସିଦ୍ଧାର୍ଥ ସ୍ପଞ୍ଜ ପ୍ରାଇଭେଟ୍ ଲିମିଟେଡ଼ର ମାଲିକ ଆନନ୍ଦ ଅଗ୍ରୱାଲଙ୍କୁ ଗିରଫ କରିଛି । ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟରେ ଗିରଫ ହେବା ପରେ ଆସନ୍ତା ୪ତାରିଖ ଯାଏଁ ଜେଲରେ ରହିବେ ଆନନ୍ଦ । ଅଧିକ ପଢନ୍ତୁ

Anand Agrawal Arrested By ED
Anand Agrawal Arrested By ED (ETV Bharat Odisha)

Anand Agrawal Arrested By ED (ETV Bharat Odisha)

ଭୁବନେଶ୍ବର: ବେଆଇନ ଖଣି ଦୁର୍ନୀତି ମାମଲାରେ ଖଣି ମାଲିକ ଗିରଫ । ସିଦ୍ଧାର୍ଥ ସ୍ପଞ୍ଜ ଆଣ୍ଡ ପ୍ରାଇଭେଟ୍ ଲିମିଟେଡ଼ର ମାଲିକ ଆନନ୍ଦ ଅଗ୍ରୱାଲଙ୍କୁ ଗିରଫ କରିଛି ଇଡି । ଗିରଫ ପରେ ଆନନ୍ଦ ଅଗ୍ରୱାଲଙ୍କୁ କୋର୍ଟ ଚାଲାଣ କରାଯାଇଛି । ଇଡି ପକ୍ଷରୁ ମିଳିଥିବା ସୁଚନା ଅନୁସାରେ ସିଦ୍ଧାର୍ଥ ସ୍ପଞ୍ଜ ପ୍ରାଇଭେଟ୍ ଲିମିଟେଡ଼ ସଂସ୍ଥା ନାଁରେ ମୟୂରଭଞ୍ଜ ଜିଲ୍ଲାର କାଶିବେଡାରେ ଥିବା ବେଆଇନ ଭାବେ ଓ କ୍ଷମତା ଠାରୁ ଅଧିକ ଖଣି ଖନନ କରିଥିବାର ଅଭିଯୋଗ ରହିଥିଲା । ଖଣି ଖନନ ପାଇଁ ମିଳିଥିବା ଅନୁମତି ଅଞ୍ଚଳ ଠାରେ ଅଧିକ ଖଣି ଖନନ କରି ଲୁହାପଥର ଖଣିଜପଦାର୍ଥକୁ ଖନନ କରାଯାଇଥିବାର ଅଭିଯୋଗ ରହିଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ଏହି ଘଟଣାର ତନାଘନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ... ରାଜଧାନୀରେ ବଡଧରଣର ଆଇଟି ରେଡ୍, କାରରୁ ମିଳିଲା ୫କୋଟି ଟଙ୍କା - Income Tax Dept Seized 5 Crore

ଏନେଇ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ କେସ କରାଯାଇ ତଦନ୍ତ ଚାଲିଥିଲା । ସେହି ଦୁର୍ନୀତି ଘଟଣାକୁ ଆଧାର କରି ଇଡି ପକ୍ଷରୁ ଏକ କେସ ରୁଜୁ କରଯାଇ ତନାଘନା କରାଯାଇଥିଲା । ଏପରିକି ପ୍ରିଭେନସନ ଅଫ ମନି ଲଣ୍ଡରି ଆକ୍ଟରେ କେସ ରୁଜୁ ହୋଇ ଘଟଣାର ତଦନ୍ତ କରିଥିଲା ଇଡି । ୨୦୨୩ରେ ଏନେଇ ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ କରଯାଇଥିଲା । ଏପରିକି ଏ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଚଢାଉ କରି ଅନେକ ସ୍ଥାବର ଅବସ୍ଥାର ସମ୍ପତ୍ତିର ହିସାବ ନିକାସ କରିଥିଲା ଇଡି । ପରେ ଏନେଇ 21 କୋଟି ଟଙ୍କାର ସରକାରୀ ଆର୍ଥିକ କ୍ଷତି କରାଇ ବୈଦେଶିକ କାରବାର କରିଥିବା ଜାଣିବାକୁ ପାଇଥିଲା ଇଡି ।

ଏପରିକି 35କୋଟି ଟଙ୍କା ବେଆଇନ ଭାବେ କେଉଁ ଆଡ଼େ ନିବେଶ କରିଥିବା ମଧ୍ୟ ଜାଣିବାକୁ ପାଇଥିଲା ଇଡି । ଏନେଇ କମ୍ପାନୀର କର୍ତ୍ତୃପକ୍ଷ ସହ ଆନନ୍ଦ ଅଗ୍ରୱାଲଙ୍କୁ ମଧ୍ୟ ଅନେକ ଥର ଏ ସମ୍ପର୍କରେ ତଥ୍ୟ ରଖିବାକୁ ନୋଟିସ ଜାରି କରାଯାଇଥିଲା । ହେଲେ ଏନେଇ ନୋଟିସକୁ ବାରମ୍ବାର ପ୍ରତ୍ୟାଖାନ କରିଚାଲିଥିଲେ ଆନନ୍ଦ । ଶେଷରେ ତାଙ୍କୁ ଗତ ୧୮ତାରିଖରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଏନେଇ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ଇଡି । ପରେ ରିମାଣ୍ଡ ସରିବା ପରେ‌ ଆଜି କୋର୍ଟରେ ହାଜର କରିବା ପରେ ଆସନ୍ତା ୪ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବା ପାଇଁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.