ETV Bharat / state

ରାଜଧାନୀରେ ବଡଧରଣର ଆଇଟି ରେଡ୍, କାରରୁ ମିଳିଲା ୫କୋଟି ଟଙ୍କା - Income Tax Dept Seized 5 Crore

author img

By ETV Bharat Odisha Team

Published : May 14, 2024, 7:01 PM IST

IT Dept Raid: ରାଜଧାନୀରେ ଧରାପଡିଛି କୋଟି କୋଟି ଟଙ୍କା । ଭୁବନେଶ୍ବରର ସୂର୍ଯ୍ୟନଗରରୁ ନଗଦ ୫ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ । ଅଧିକ ପଢନ୍ତୁ

Income Tax Dept Seized 5 Crore Cash
Income Tax Dept Seized 5 Crore Cash (ETV Bharat Odisha)

Income Tax Dept Seized 5 Crore Cash (ETV Bharat Odisha)

ଭୁବନେଶ୍ବର: ଆସନ୍ତା ୨୦ ତାରିଖରେ ରାଜ୍ୟରେ ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଏହା ପୂର୍ବରୁ ଆୟକର ବିଭାଗ ହାତରେ ଧରା ପଡିଛି କୋଟି କୋଟି ଟଙ୍କା । ରାଜଧାନୀରେ କାରରୁ ନଗଦ ୫ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ । ଯାଜପୁରର ଜଣେ କଣ୍ଟ୍ରାକ୍ଟରଙ୍କ ଗାଡିରୁ ଏତେ ପରିମାଣର ନଗଦ ଟଙ୍କା ମିଳିବା ପରେ ଜୋରଦାର ସର୍ଚ୍ଚ ଅପରେସନ କରିଛି ଆୟକର ଟିମ ।

ଏନେଇ ଯାଜପୁରର ୩ଟି ସ୍ଥାନରେ ଓ ଧର୍ମଶାଳାର ଗୋଟିଏ ସ୍ଥାନକୁ ମିଶାଇ ରେଡ ଭୁବନେଶ୍ବରରେ ରେଡ୍ ଜାରି ରଖିଛି ଆୟକର ବିଭାଗ । ତେବେ ମିଳିଥିବା ସୂଚନା ଅନୁସାରେ ‌ନିର୍ବାଚନକୁ ଆଖି ଆଗରେ ରଖି କ୍ୟାସ ଫ୍ଲୋ ଉପରେ ନଜର ରଖିଛି ଆୟକର ଟିମ୍ । ଏ ନେଇ ଅନେକ ହେଭିଓ୍ବେଟଙ୍କୁ ଟ୍ରାକ କରାଯାଉଛି । ଏନେଇ କ୍ୟାସ କାରବାର ନେଇ ଖବର ପାଇ ଭୁବନେଶ୍ବର ସୂର୍ଯ୍ୟ ନଗରରେ ଏକ କାରକୁ ଚଢ଼ାଉ ବେଳେ ଇନକମ ଟ୍ୟାକ୍ସ ବିଭାଗ ହାତରେ ଧରା ପଡିଥିଲା ନଗଦ ୫ କୋଟି ଟଙ୍କା । କାର ଭିତରୁ ନଗଦ ପାଞ୍ଚ କୋଟି ଟଙ୍କାର କ୍ୟାସ ଦେଖି ତାଜୁବ ହୋଇଥିଲେ ଆୟକର ଅଧିକାରୀ । କାରଟି ଜଣେ ଏ କ୍ଲାସ କଣ୍ଟ୍ରାକ୍ଟରଙ୍କର ବୋଲି ଜଣାପଡିଛି । ଉକ୍ତ କଣ୍ଟ୍ରାକ୍ଟରଙ୍କ ନାଁ ନିହାର ରଞ୍ଜନ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ ... ବ୍ୟବସାୟୀଙ୍କ ଘରେ ଆୟକର ରେଡ୍, ଭୁବନେଶ୍ୱରରୁ ମିଳିଲାଣି 3 କୋଟି ନଗଦ ଟଙ୍କା - IT Raid In Bhubaneswar

କାରରୁ ଟଙ୍କା ମିଳିବା ପରେ ଆଉ ଅଧିକ ତଥ୍ୟ ପାଇବା ଆଶାରେ କଣ୍ଟ୍ରାକ୍ଟର ତାଙ୍କ ଯାଜପୁର ବାସଭବନ ସମେତ ଧର୍ମଶାଳା ମିଶାଇ ମୋଟ ୫ଟି ସ୍ଥାନରେ ଏବେ ଚଢାଉ ଜାରି ରଖିଛି ଆୟକର ବିଭାଗ । ସେହିପରି ଗତ ମେ ୧୧ ତାରିଖରେ ମଧ୍ୟ ବିପୁଳ ଟଙ୍କା ଥିବା ଖବର ପାଇ ଜନୈକ ବିଲଡରଙ୍କ ଘରେ ପଶିଥିଲା ଆୟକର ବିଭାଗ । ଭୁବନେଶ୍ବରରେ ଶୈଳଶ୍ରୀ ବିହାରର ବିଲଡରଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଥିଲା । ଶୈଳଶ୍ରୀ ବିହାର ତୁଳସୀ ନଗରରେ ଷ୍ଟଲଓ୍ବାର୍ଟ ବିଲଡର ଘରେ ଆୟକର ବିଭାଗ ଛାନଭିନ କରିଥିଲା । ଏନେଇ ଆଇଟିର ଅଧିକାରୀ ଘର ସମେତ ଅଫିସରେ ମଧ୍ୟ ଛାନଭିନ ଜାରି ରଖିଛନ୍ତି ।

ବିଭିନ୍ନ ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନଜର ରଖିଛି ଆୟକର ବିଭାଗ । ଯାହାର ଆଧାରରେ ରାଡାରକୁ ଆସିଥିଲା ଷ୍ଟଲଓ୍ବାର୍ଟ ବିଲଡର ସଂସ୍ଥା । ଏନେଇ ନିର୍ବାଚନ ସମୟରେ ବିପୁଳ ଟଙ୍କା ନଗଦ ଥିବା ସନ୍ଦେହରେ ରେଡ କରିଥିଲା ଟିମ୍ । ଏନେଇ‌ ଇନକମ ଟ୍ୟାକ୍ସର ଚାରିରୁ ପାଞ୍ଚଜଣ ଅଧିକାରୀ ଶୈଳଶ୍ରୀବିହାର ସ୍ଥିତ ତୁଳସୀ ନଗରରେ ଥିବା ତାଙ୍କର ଅଫିସ ତଥା ଘରେ ରେଡ କରିଥିଲା ଟିମ୍ । ଏନେଇ ବିଲଡରଙ୍କ ଘରେ ବିଭିନ୍ନ ଦିଗକୁ ନେଇ ଛାନଭିନ ସହ ନଗଦ ଟଙ୍କା ଖୋଜିଥିଲେ ଆୟକର ଅଧିକାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.