ପ୍ରଚାର ମୈଦାନରେ ସସ୍ମିତା ବେହେରା, ରୋଡ ସୋ’ କରି ମାଗିଲେ ଭୋଟ - Sasmita Behera Election Campaign

By ETV Bharat Odisha Team

Published : May 22, 2024, 6:37 PM IST

thumbnail
Sasmita Behera Road Show in Angul (ETV Bharat Odisha)

Sasmita Behera Road Show in Angul: ଅନୁଗୋଳ: ରାଜ୍ୟରେ ପାଖେଇ ଆସୁଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । କଂଗ୍ରେସର ବିଶାଳ ରୋଡ ସୋ । ଢେଙ୍କାନାଳ ସାଂସଦ ପ୍ରାର୍ଥୀ ସସ୍ମିତା ବେହେରା ତାଙ୍କ ସହ ସହକର୍ମୀଙ୍କୁ ନେଇ ଅନୁଗୋଳ ସହରାଞ୍ଚଳରେ ରୋଡ଼ ସୋ କରି ଭୋଟରଙ୍କୁ ଭୋଟ ଭିକ୍ଷା କରିଛନ୍ତି । ଅନୁଗୋଳ ସହରର ବଜାର ଛକଠାରୁ ରୋଡ଼ ସୋ ଆରମ୍ଭ କରି ପୁରା ବଜାର, ବସ ଷ୍ଟାଣ୍ଡ, ରାଜା ଛକ, ଅମଳାପଡା ଓ ସିମିଳିପଡା ଆଦି ସମସ୍ତ ୱାର୍ଡ ପରିକ୍ରମା କରିଥିଲେ ସସ୍ମିତା । ସ୍ଥାନେ ସ୍ଥାନେ ପ୍ରଚାର ଗାଡିରୁ ଓହ୍ଲାଇ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ ସସ୍ମିତା । ଏହି ରୋଡ଼ ସୋରେ କଂଗ୍ରେସ କର୍ମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା । କଂଗ୍ରେସର 5 ନ୍ୟାୟ ଏବଂ 25ଟି ଗ୍ୟାରେଣ୍ଟିକୁ ନେଇ ସେ ଏଥର ଲୋକଙ୍କ ପାଖକୁ ଯାଉଛନ୍ତି ବୋଲି କହିଛନ୍ତି । ଆଉ ଲୋକ ଏଥର କଂଗ୍ରେସକୁ ବାଛିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.