କଳାକାରଙ୍କ କ୍ୟାମ୍ପେନରେ କମ୍ପିଲା ଆଠମଲ୍ଲିକ, ଭୋଟ ମାଗିଲେ ସିଦ୍ଧାନ୍ତ-ପିଙ୍କି - BJP Campaign in Angul

By ETV Bharat Odisha Team

Published : May 22, 2024, 6:04 PM IST

thumbnail
BJP CAMPAIGN IN ANGUL (ETV Bharat Odisha)

BJP CAMPAIGN IN ANGUL: ଅନୁଗୋଳ: ରାଜ୍ୟରେ ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ସେପଟେ ପାଖେଇ ଆସୁଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଯାହାପାଇଁ ନିର୍ବାଚନୀ ମୈଦାନରେ ଚାଲିଛି ପ୍ରଚାର ପର୍ବ । ତେବେ ଆଜି ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ସାତକୋଶିଆ ଅଞ୍ଚଳରେ ବିଜେପିର ମାରାଥନ ପ୍ରଚାର ଚାଲିଛି । ଧର୍ମେନ୍ଦ୍ରଙ୍କ ପାଇଁ ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଓ ବିଜେପି ନେତା ସିଦ୍ଧାନ୍ତ ମହାପାତ୍ର ଭୋଟ ମାଗିଛନ୍ତି  ।

ଏହା ମଧ୍ୟ ପଢ଼ନ୍ତୁ.. ଭୁବନେଶ୍ୱରରେ ଆଜି ନବୀନଙ୍କ ରୋଡ଼ ସୋ'; ମନ୍ମଥ ଓ ସୁଶାନ୍ତଙ୍କ ପାଇଁ ମାଗିବେ ଭୋଟ - CM NAVEEN ROAD SHOW

ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଧାୟକ ପ୍ରାର୍ଥୀ ସଞ୍ଜିବ କୁମାର ସାହୁଙ୍କ ପାଇଁ ରୋଡ଼ ସୋ କରିଛନ୍ତି ପିଙ୍କି ଏବଂ ସିଦ୍ଧାନ୍ତ । ଅନ୍ତୁଳିଆ ଛକରୁ ରୋଡ଼ ସୋ କରି ଟାଇଁସି, ନୂଆପଡା, କୋଠଭୁଇଁ, ଦଣ୍ଡସିଂହା ସମେତ ବହୁ ଜଙ୍ଗଲ ଅଧ୍ୟୁଷିତ ଗାଁକୁ ଯାଇ ପ୍ରଚାର କରିଥିଲେ । ସେମାନେ ଗାଁ ଛକ ମାନଙ୍କରେ ରହି ଲୋକଙ୍କୁ ବିଜେପି ସରକାରର ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଉଥିବା ଦେଖିବାକୁ ମିଳିଛି । ଏହି ପ୍ରଚାରରେ ହଜାର ହଜାର ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ । ଜିଲ୍ଲା ବିଜେପି ସଭାପତି ଡିଲେଶ୍ଵର ପ୍ରଧାନଙ୍କ ସମେତ ବହୁ ପଞ୍ଚାୟତ ସ୍ତରୀୟ ନେତା ମଧ୍ୟ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.