ଭଦ୍ରକରେ ଦନ୍ତା ହାତୀ ଆତଙ୍କ, ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ

By ETV Bharat Odisha Team

Published : Nov 24, 2023, 7:00 PM IST

thumbnail

ଭଦ୍ରକ: ଭଦ୍ରକରେ ଦନ୍ତା ହାତୀ ଆତଙ୍କ । ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିବା ସନ୍ଦେହ । ଧାନ ବିଲ ଉପରେ ବିଦ୍ୟୁତ ତାର ଥିବାରୁ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହିଛି । ପାଚିଲା ଧାନ ସବୁ ନଷ୍ଟ ହେବାର ଆଶଙ୍କା ରହିଛି । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇ ଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ..8 ଦିନ ହେଲା କଷ୍ଟ ପାଉଥିଲା, ଉଦ୍ଧାର ହେଲା ଅସୁସ୍ଥ ହାତୀ ଛୁଆ

ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଏକ ଦନ୍ତା ହାତୀର ଆତଙ୍କ ଦେଖାବାକୁ ମିଳିଛି । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଗାଁ ମୁହାଁ ହୋଇଥିବା ଆଶଙ୍କା କରାଯାଉଛି । ତେବେ ହାତୀଟି ଧାନ ବିଲରେ ପଶିଥିବା ଲୋକେ ଦେଖିବା ପରେ ଆତଙ୍କ ସୃଷ୍ଟି ହୋଇଛି । ତେଣୁ ଭୟରେ ଅଞ୍ଚଳର ଲୋକମାନେ ଘର ବନ୍ଦ ହୋଇ ରହିଥିଲେ । ଗତକାଲି ପ୍ରଥମେ ମଞ୍ଜୁରୀ ରୋଡ଼ ଅଞ୍ଚଳରେ ଏହି ଦନ୍ତା ହାତୀ ପ୍ରବେଶ କରିଥିବା ଦେଖାଯାଇଥିଲା । ତେବେ ଆଜି ଭଣ୍ଡାରିପୋଖରୀ ବ୍ଲକ ତଥା ତହସିଲ ଅଫିସ ଆଖ ପାଖ ଅଞ୍ଚଳରେ ଥିବା ଧାନ ବିଲରେ ପ୍ରବେଶ କରିଛି । ସ୍ଥାନୀୟ ଲୋକମାନେ ନିଜ ପାଚିଲା ଧାନ କ୍ଷେତ ନଷ୍ଟ ହେବା ଆଶଙ୍କାରେ ସଙ୍ଘବଦ୍ଧ ହୋଇ ଉଡ଼ାଉଛନ୍ତି । 

ସେହିପରି ଏହି ଦନ୍ତା ହାତୀକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଯେତିକି ହେଉଛି ତାଠୁ ଅଧିକ ଭୟ ସୃଷ୍ଟି ହେଉଛି । ତେବେ ସ୍ଥାନୀୟ ଲୋକ ମାନେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ । ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ହଦଗଡ଼ ଜଙ୍ଗଲ ଅଭିମୁଖେ ଘଉଡାଇ ଥିଲେ । ଏଥିସହ ଡାକବାଜି ଜନ୍ତ୍ର ମାଧ୍ୟମରେ ସ୍ଥାନୀୟ ଲୋକ ମାନଙ୍କୁ ଭଣ୍ଡାରିପୋଖରୀ ପୁଲିସ ଏବଂ ବନ ବିଭାଗ ପକ୍ଷରୁ ସତର୍କ କରାଇବା କାର୍ଯ୍ୟ ମଧ୍ୟ କରିଥିଲେ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.