କାମାକ୍ଷାନଗରରେ ଅନୁଭବଙ୍କ ରୋଡ ସୋ', ବିଜେପି ପ୍ରାର୍ଥୀଙ୍କ ପାଇଁ କଲେ ଭୋଟ ଭିକ୍ଷା - ANUBHAV MOHANTY CAMPAIGN

By ETV Bharat Odisha Team

Published : May 22, 2024, 10:04 PM IST

thumbnail
କାମାକ୍ଷାନଗରରେ ଅନୁଭବଙ୍କ ରୋଡ ସୋ' (ETV Bharat Odisha)

Anubhav Mohanty Election Campaign: ଢେଙ୍କାନାଳ: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜୋରଦାର ପ୍ରଚାର ଚାଲିଛି । ସେହି କ୍ରମରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର (୫୭) କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ପ୍ରଚାର ମଧ୍ୟ ଜୋରସୋରରେ ଚାଲିଛି । ବିଜେଡିର ଶୀର୍ଷ ନେତୃତ୍ବମାନେ ଘନଘନ ଢେଙ୍କାନାଳ ଗସ୍ତ କରୁଥିବା ବେଳେ ବିଜେପି ମଧ୍ୟ ପଛରେ ପଡିନାହିଁ । ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳରେ ପ୍ରଚାର କରିଥିଲେ । ସେହିଭଳି ଆଜି ମଧ୍ୟ ବିଜେପି ନେତା ତଥା ଓଡିଆ ସିନେ ତାରକା ଅନୁଭବ ମହାନ୍ତି କାମାକ୍ଷାନଗରରେ ରୋଡ ସୋ' କରିଛନ୍ତି । 

ଆଜି ଦିନ ପ୍ରାୟ ୧୨ଟାରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାଟଗାଁର ହେଲିପ୍ୟାଡରେ ଓହ୍ଲାଇଥିଲେ । ସେଠାରୁ କାମାକ୍ଷାନଗର ଆସି ଜିରିଡାମାଳି ଛକ ଠାରେ ପହଞ୍ଚିବା ପରେ ବିଜେପି କର୍ମୀ ତାଙ୍କୁ ସ୍ବାଗତ କରିଥିଲେ । ସେଠାରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ରୋଡ ସୋ' ମାଧ୍ୟମରେ ସାରା ସହର ପରିକ୍ରମା କରିଥିଲେ । ସ୍ଥାନୀୟ କଳ୍ପନା କ୍ଲବ ଛକଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଢେଙ୍କାନାଳ ବିଜେପି ସାଂସଦ ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କୁ ଭୋଟ ଦେବା ସହ କାମାକ୍ଷାନଗର ବିଜେପି ବିଧାୟକ ପ୍ରାର୍ଥୀ ଶତ୍ରୁଘ୍ନ ଜେନାଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ ଅନୁଭବ ମହାନ୍ତି । ଏହି ସଭାରେ ରାଜ୍ୟ ସରକାରଙ୍କୁ କଡା ଭାଷାରେ ତାଚ୍ଛଲ୍ୟ କରିବା ସହ 5ଟି ଅଧ୍ୟକ୍ଷଙ୍କ ଉପରେ ମଧ୍ୟ ବର୍ଷିଥିଲେ ଅନୁଭବ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.