ETV Bharat / opinion

ସମ୍ପଦ ଅସମାନତା ହଟାଇ ସମାନତା ମାର୍ଗ ପ୍ରଶସ୍ତ କରିବା ଜରୁରୀ - Economic Inequality in India

author img

By ETV Bharat Odisha Team

Published : May 22, 2024, 8:51 PM IST

ECONOMIC INEQUALITY IN INDIA: ବର୍ତ୍ତମାନ ସମୟରେ ଅର୍ଥନୈତିକ ଅସମାନତା ଏକ ମୁଖ୍ୟ ପ୍ରସଙ୍ଗ ହେଇଛି । କାରଣ ବର୍ତ୍ତମାନ ସମୟରେ ଧନୀ ଅଧିକ ଧନୀ ହେବାକୁ ଲାଗୁଥିବା ବେଳେ ଗରିବମାନେ ଅଧିକ ଗରିବ ହେବାରେ ଲାଗିଛନ୍ତି । ତେବେ ଏନେଇ ପଢନ୍ତୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଫାଇନାନ୍ସ ଏବଂ ଇକୋନୋମିକ ଏକ୍ସପର୍ଟ ଡ. ଏମ ଭେଙ୍କେଟେଶ୍ବରାଲୁଙ୍କ ରିପୋର୍ଟ

Economic Inequality in India
Economic Inequality in India (Getty Images)

ହାଇଦ୍ରାବାଦ: ଅର୍ଥନୈତିକ ଅସମାନତା ଭାରତରେ ଏକ ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି । ଏହା ରାଜନୈତିକ କ୍ଷେତ୍ରରେ ଏକ ବିତର୍କର ବିଷୟ ପାଲଟିଛି । ବିଭିନ୍ନ ରାଜନୈତିକ ଦଳ ଗୁଡିକ ବିଭିନ୍ନ ଅର୍ଥନୈକିର ନୀତିକୁ ନେଇ ଓକିଲାତି କରିଥାନ୍ତି । ସମ୍ପଦ ଅସମାନତା ଏକ ଦେଶରେ ଧନ ବଣ୍ଟନର ଏକ ମାପ ଏବଂ ଆୟ ଅସମାନତା ସହିତ ନିବିଡ ଭାବରେ ଜଡିତ ଅଟେ । ସମ୍ପଦ ଅସମାନତା ମଧ୍ୟରେ ଆୟ ଏବଂ ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ଯେପରିକି ସଞ୍ଚୟ, ବିନିଯୋଗ, ଷ୍ଟକ୍ ଏବଂ ଆଭୂଷଣ ଅନ୍ତର୍ଗତ ରହିଛି । ସମ୍ପଦ ଅସମାନତା ଜୀବନଧାରଣରେ ଅସମାନତାର ଏକ ପ୍ରମୁଖ କାରଣ ଏବଂ ଏକ ଅନ୍ତର୍ଭୁକ୍ତ ସମାଜ ପାଇଁ ଏକ ପ୍ରତିବନ୍ଧକ ।

ଭାରତର ଆୟ ଏବଂ ସମ୍ପଦ ଅସମାନତାକୁ ନେଇ ମାର୍ଚ୍ଚ 2024ରେ ପ୍ରକାଶିତ ନେଇ ଇନକମ ଏବଂ ଓ୍ବେଥ ଇନଇକ୍ବାଲିଟି ଇନ ଇଣ୍ଡିଆ ରିପୋର୍ଟକୁ ନେଇ ବର୍ତ୍ତମାନ ସମୟରେ ଲୋକସଭା ନିର୍ବାଚନରେ ବିତର୍କ ଏବଂ ଏଜେଣ୍ଡା ସୃଷ୍ଟି କରିଛି । ରିପୋର୍ଟ ଅନୁସାରେ, ସ୍ୱାଧୀନତା ପରେ 1980 ଦଶକ ଆରମ୍ଭ ପର୍ଯ୍ୟନ୍ତ ଅସମାନତାରେ ହ୍ରାସ ପାଇଥିଲା । ଅପରପକ୍ଷେ, ଜିଡିପି ଅଭିବୃଦ୍ଧି 1970 ଦଶକରେ ହାରାହାରି 2.9 ପ୍ରତିଶତରୁ 1980 ଦଶକରେ 5.6 ପ୍ରତିଶତକୁ ବୃଦ୍ଧି ପାଇଥିଲା । ଜିଡିପିର ଅଭିବୃଦ୍ଧି ମୁଖ୍ୟତଃ ଶିଳ୍ପର ଉଦାରୀକରଣ, ବାଣିଜ୍ୟ ସଂସ୍କାର, ବୈଦେଶିକ ଋଣ ଏବଂ ସରକାରୀ ଖର୍ଚ୍ଚର ବୃଦ୍ଧି ହେତୁ ହୋଇଥାଏ । ବୈଶ୍ବୀକରଣ ଦେଶ ମଧ୍ୟରେ ସମ୍ପଦ ଅସମାନତାକୁ ହ୍ରାସ କରିଛି, କିନ୍ତୁ ଦେଶ ଭିତରେ ସମ୍ପଦ ଅସମାନତା ବୃଦ୍ଧି କରିଛି । ବିକଶିତ ଦେଶ ଅପେକ୍ଷା ବିକାଶଶୀଳ ଦେଶମାନଙ୍କରେ ଅଧିକ ଅସମାନତା ଦେଖିବାକୁ ମିଳେ ।

ଋଷିଆ ଏବଂ ଆମେରିକା ପରି କେତେକ ବିକଶିତ ଦେଶମାନଙ୍କରେ ଅସମାନତା ଅଧିକ ଅଟେ । ଯଦି ଧନୀ ଏବଂ ଗରିବଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଏ ତେବେ ଏହା ସାମାଜିକ ବିଭାଜନର କାରଣ ହୋଇପାରେ । ଅର୍ଥନୈତିକ ଅସମାନତା ବିଭିନ୍ନ ସାମାଜିକ ଏବଂ ଅର୍ଥନୈତିକ ଗୋଷ୍ଠୀ ମଧ୍ୟରେ ଅବିଶ୍ୱାସ ଏବଂ ଅସନ୍ତୋଷ ବଢାଇବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଅର୍ଥନୈତିକ ଅଭିବୃଦ୍ଧି ବଜାୟ ରଖିବା ସହିତ ଏହି ଅସମାନତାକୁ ଦୂର କରିବା ଭାରତରେ ନୀତି ନିର୍ଣ୍ଣୟକାରୀଙ୍କ ପାଇଁ ଏକ ମହତ୍ବପୂର୍ଣ୍ଣ ଆହ୍ବାନ ଅଟେ ।

ଏହା ମଧ୍ୟ ପଢନ୍ତୁ: ବିକଶିତ ଭାରତ@2047: ଭାରତରେ ବିଲେନିୟର ରାଜ, ଆୟ ଏବଂ ସମ୍ପତ୍ତି ଅସମାନତା ବୃଦ୍ଧି - Economic Inequality In India

ସମ୍ପଦ ଅସମାନତା: ଋଷର ଅସମାନତା ବ୍ୟବଧାନ ଅତ୍ୟଧିକ ଅଧିକ । ଋଷର 58.6 ପ୍ରତିଶତ ସମ୍ପତ୍ତି ଏକ ପ୍ରତିଶତ ଧନୀକ ବ୍ୟକ୍ତି ଦ୍ବାରା ନିୟନ୍ତ୍ରିତ ହେଉଛି । ଏହା ପଛକୁ ରହିଛି ବ୍ରାଜିଲ । ଏଠାରେ ଜନସଂଖ୍ୟାର ଏକ ପ୍ରତିଶତ ଲୋକ ଏହାର 50 ପ୍ରତିଶତ ସମ୍ପତ୍ତି ନିୟନ୍ତ୍ରଣ କରୁଛନ୍ତି । ଅତ୍ୟଧିକ ଅସମାନତା ଦେଶ ମଧ୍ୟରେ 40.6 ପ୍ରତିଶତ ସହ ଭାରତ ତୃତୀୟ ସ୍ଥାନରେ ରହିଛି ଏବଂ 35.1 ପ୍ରତିଶତ ସହିତ ଆମେରିକା ଚତୁର୍ଥ ସ୍ଥାନରେ ରହିଛି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତରେ ଶୀର୍ଷ 1 ପ୍ରତିଶତଙ୍କ ନିକଟରେ ହାରାହାରି ସମ୍ପତ୍ତି 54 ରହିଛି । ଯାହା ହାରାହାରି ଭାରତୀୟଙ୍କ ତୁଳନାରେ 40 ଗୁଣ ଅଧିକ ଅଟେ ।

ଆୟ ଅସମାନତା: ଜାତୀୟ ଆୟର ଅଂଶ ଯାହା ଶୀର୍ଷ 10 ପ୍ରତିଶତକୁ ପହଞ୍ଚିଥିଲା । 37 ପ୍ରତିଶତ ଥିଲା ଯାହା 1982ରେ ହ୍ରାସ ପାଇ 30 ପ୍ରତିଶତ ହୋଇଯାଇଛି । 1990 ଦଶକ ଆରମ୍ଭରୁ ପରବର୍ତ୍ତୀ 30 ବର୍ଷ ମଧ୍ୟରେ ଶୀର୍ଷ 10 ପ୍ରତିଶତ ବୃଦ୍ଧି ପାଇଥିଲା । ଅପରପକ୍ଷେ, 2022-23 ମସିହାରେ ନିମ୍ନ 50 ପ୍ରତିଶତ ଭାରତର ଜାତୀୟ ଆୟର ମାତ୍ର 15 ପ୍ରତିଶତ ପାଇଥିଲା । ସ୍ୱଳ୍ପ ଆୟ କରୁଥିବା ଲୋକଙ୍କ ପାଇଁ ବ୍ୟାପକ ଆଧାରିତ ଶିକ୍ଷାର ଅଭାବ ଆୟ ସ୍ତରରେ ଏହି ପାର୍ଥକ୍ୟର ଏକ ମୂଳ କାରଣ ।

କୋଭିଡ ମହାମାରୀ ଏବଂ ଅସମାନତା: ମହାମାରୀ ଶ୍ରମ ବଜାରରେ ବିଦ୍ୟମାନ ଅସମାନତାକୁ ଆହୁରି ଖରାପ ସ୍ଥିତିକୁ ଆଣିଛି । ଶିଳ୍ପ କୁଶଳୀ ଏବଂ ଅଶିକ୍ଷିତ ଶ୍ରମିକମାନଙ୍କୁ ଚାକିରି ଏବଂ ଆୟର କ୍ଷତି ହୋଇପାରେ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏହାର ରିପୋର୍ଟରେ ଯୁକ୍ତି ଦର୍ଶାଇଛି ଯେ, ଯେଉଁ ପରିବାରରେ କମ୍ ଶିକ୍ଷିତ ବ୍ୟକ୍ତିଙ୍କ ନେତୃତ୍ବରେ ଛୁଆ ରହିଥିଲେ, ମହାମାରୀ ସମୟରେ ସେମାନେ ଦାରିଦ୍ର୍ୟ ଏବଂ ଆୟର ଉଲ୍ଲେଖନୀୟ କ୍ଷତିର ସମ୍ମୁଖୀନ ହୋଇଥିଲେ । କୋଭିଡ ମହାମାରୀ ଦାରିଦ୍ର ତଥା ଅସମାନତାକୁ ବଢାଇ ଦେଇଛି । କିନ୍ତୁ ଏହାର ପ୍ରଭାବ ସାମୟିକ ଥିଲା । 2021 ଶେଷ ସୁଦ୍ଧା ଦାରିଦ୍ର ଏବଂ ଅସମାନତା ପୂର୍ବ-ମହାମାରୀ ସ୍ତରକୁ ଫେରି ଆସିଥିଲା । କୋଭିଡ ମହାମାରୀ ସମୟରେ ଭାରତୀୟ ରାଜଧାନୀ ବଜାରରେ ଏକ ନିଆରା ଘଟଣା ଦେଖାଯାଇଥିଲା । ଅସମାନତା ବୃଦ୍ଧି ପାଇବା ଯୋଗୁଁ ଅର୍ଥନୈତିକ ଅଭିବୃଦ୍ଧି ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା । ଉଦାହରଣ ସ୍ବରୂପ 2020 ମସିହାରେ ମାର୍ଚ୍ଚ 24 ତାରିଖରେ ବିଏସଇ ସେନସେକ୍ସ 46 ଦିନରେ 16,635 ପଏଣ୍ଟ ହ୍ରାସ ପାଇ ବାର୍ଷିକ ସର୍ବନିମ୍ନ 25,638ରେ ପହଞ୍ଚିଥିଲା । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ 226 ଦିନ ମଧ୍ୟରେ ବିଏସଇ ସେନସେକ୍ସ 52,516 ପଏଣ୍ଟରେ ପହଞ୍ଚିଥିଲା ।

ଅସମାନତାରୁ ବାହାରିବା ବାହାରିବା ଜରୁରୀ: ଉଚ୍ଚ ଅଭିବୃଦ୍ଧି ହାର ସହିତ ଭାରତ ବିଶ୍ୱର ଅଗ୍ରଣୀ ଅର୍ଥନୀତି ମଧ୍ୟରୁ ଅନ୍ୟତମ । କିନ୍ତୁ ସମାଜରେ ବୃଦ୍ଧି ପାଉଥିବା ଅସମାନତା କାରଣରୁ ବିବାଦୀୟ ପ୍ରସଙ୍ଗ ବୃଦ୍ଧି ପାଉଛି । ଗଭୀର ଅସମାନତାକୁ ମୁକାବିଲା କରିବା ପାଇଁ ସରକାର ଟିକସ ପୂର୍ବ ଆୟ ଏବଂ ଟିକସ ପରେ ଆୟ, ଅର୍ଥାତ୍ ମୋଟ ଆୟ ଏବଂ ବ୍ୟକ୍ତିବିଶେଷଙ୍କ ଆୟ ଉପରେ ଧ୍ୟାନ ଦେବା ଉଚିତ । ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ବ୍ୟକ୍ତିବିଶେଷଙ୍କ ମୋଟ ଆୟ ସ୍ତର ମଧ୍ୟରେ ବ୍ୟବଧାନକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ଟିକସ ଏବଂ ସାମାଜିକ ସ୍ଥାନାନ୍ତର ମାଧ୍ୟମରେ ସରକାରୀ ହସ୍ତକ୍ଷେପ ବ୍ୟକ୍ତିବିଶେଷଙ୍କୁ ବେକାରି, ବାର୍ଦ୍ଧକ୍ୟ, ପରିବାରର ସମ୍ପ୍ରସାରଣ, ଅକ୍ଷମତା କିମ୍ବା ଅସୁସ୍ଥତା ଭଳି ବିଭିନ୍ନ ପ୍ରତିକୂଳ ଘଟଣାର ମୁକାବିଲା କରିବାରେ ସାହାଯ୍ୟ କରିବ । ଉଚ୍ଚ, ଏବଂ ସ୍ୱଳ୍ପ ଆୟକାରୀ ପରିବାର ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ଗୃହ ନିର୍ମାଣରେ ଏକ ଭିନ୍ନ ଭିନ୍ନତା ରହିଛି । ଏହି ଅସମାନତା ନବଜାତ ଶିଶୁମାନଙ୍କୁ ଏକ ଅସମାନ ପ୍ରାରମ୍ଭ ସ୍ଥିତିରେ ରଖିଥାଏ । ଉପରୋକ୍ତ ପରିସ୍ଥିତିର ମୁକାବିଲା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଗୃହ ପାଇଁ ସରକାରୀ ଖର୍ଚ୍ଚ ଧନୀ ଏବଂ ଗରିବଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ କରିବ ।

ତେବେ ଧନୀମାନଙ୍କୁ ଟିକସ ଦେବା ଭାରତରେ ନୂଆ କଥା ନୁହେଁ । ଧନୀ ଲୋକମାନେ ଗରିବଙ୍କ ଅପେକ୍ଷା ଆୟକର କ୍ଷେତ୍ରରେ ଅଧିକ ଯୋଗଦାନ ନିଶ୍ଚିତ କରିବାକୁ ସରକାର ଏହା କରିଛନ୍ତି । ବିଶ୍ବ ଅସମାନତା ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଭାରତର 167 ଧନୀ ପରିବାର ଉପରେ ମାତ୍ର 2 ପ୍ରତିଶତ ସୁପର ଟ୍ୟାକ୍ସ ଲାଗୁ କରାଯାଇ 2022-23 ଆର୍ଥିକ ବର୍ଷ ପାଇଁ ଜାତୀୟ ଆୟର 0.5 ପ୍ରତିଶତ ଆୟ କରିପାରିବ ଏବଂ ଏହାଦ୍ୱାରା ପୁଞ୍ଜି ବିନିଯୋଗ ହୋଇପାରିବ । ସାମାଜିକ କ୍ଷେତ୍ର ପାଇଁ ଆର୍ଥିକ ସହାୟତା ପାଇବାକୁ ସମର୍ଥ ହେବେ ।

1940 ଦଶକ ଶେଷରେ ଭାରତ ଏକ ଅସମାନ ସମାଜ ଥିଲା । ତେଣୁ ଏହି ଅସମାନତା ହ୍ରାସ କରିବାକୁ 1953ରେ ସମ୍ପତ୍ତି କର ଲାଗୁ ହେଲା ଏବଂ 1957ରେ ସମ୍ପତ୍ତି କର କାର୍ଯ୍ୟକାରୀ ହୋଇଥିଲା । କିନ୍ତୁ 1985 ଏବଂ 2016 ମସିହାରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା । ଉଚ୍ଚ ପ୍ରଶାସନ ଏବଂ ଅନୁପାଳନ ଖର୍ଚ୍ଚ ତୁଳନାରେ ମୋଟ ଟିକସ ରାଜସ୍ୱ 0.25 ପ୍ରତିଶତରୁ କମ୍ ଥିବାରୁ ଏହାକୁ ପ୍ରତ୍ୟାହାର କରାଯାଇଥିଲା । ନିକଟରେ ଭାରତରେ ଏହି ଟ୍ୟାକ୍ସର ପୁନଃ ପ୍ରବର୍ତ୍ତନ ନେଇ ରାଜନୈତିକ ଦଳ ତଥା ଅର୍ଥନୀତିଜ୍ଞଙ୍କ ସମେତ କେତେକ ସର୍କଲରେ ବିତର୍କ ଜାରି ରହିଛି । ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଯଦି ଉତ୍ତରାଧିକର କର ଲାଗୁ ହୁଏ ତେବେ ଗତ ଦଶ ବର୍ଷ ମଧ୍ୟରେ ଭାରତର ଅଗ୍ରଗତି ଶୂନ ହେବ । ଅନ୍ୟପକ୍ଷରେ ଗତ ମାର୍ଚ୍ଚ 11 ତାରିଖରେରେ ଆମେରିକା ବଜେଟ୍ ପ୍ରସ୍ତାବରେ ଧନୀ ଆମେରିକୀୟମାନଙ୍କୁ ଟିକସ ଦେବାକୁ ପ୍ରସ୍ତାବ ଦେଇଥିଲା। ଯୁକ୍ତରାଷ୍ଟ୍ରରୁ ଆସିଥିବା ଉଦ୍ୟୋଗୀ ସାମ ପିଟ୍ରୋଡା ଭାରତରେ ଉତ୍ତରାଧିକାର କର ଆଣିବାକୁ ପରାମର୍ଶ ଦେଇ ଭାରତରେ ବିତର୍କ ଆରମ୍ଭ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.