ଜୟ ଶ୍ରୀରାମ ନାରାରେ କମ୍ପିଲା ଢେଙ୍କାନାଳ, ବିଜେପି ପାଇଁ ଭୋଟ ମାଗିଲେ ଅରୁଣ ଗୋଭିଲ - arun govil campaign in dhenkanal

By ETV Bharat Odisha Team

Published : May 22, 2024, 9:32 PM IST

thumbnail
ARUN GOVIL CAMPAIGN FOR BJP (ETV Bharat Odisha)

ଢେଙ୍କାନାଳ: ବିଜେପିର ପ୍ରଚାରରେ ସାମିଲ ହେଲେ ଅଭିନେତା ଅରୁଣ ଗୋଭିଲ । ଢେଙ୍କାନାଳରେ ଆଜି ବିଜେପି ଜୋରଦାର ପ୍ରଚାର କରିଛି । ଆଧ୍ୟାତ୍ମିକ ଟିଭି ସିରିୟଲ ରାମାୟଣର ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆଜି ଅପରାହ୍ନରେ ଢେଙ୍କାନାଳରେ ପହଞ୍ଚିଥିଲେ । ପରେ ଆରାଧ୍ୟ ପ୍ରଭୁ ବଳରାମ ଜୀଉଙ୍କ ଦର୍ଶନ କରି ବିଜେପିର ଏକ ବିଶାଳ ରୋଡ଼ ସୋ'ରେ ସାମିଲ ହୋଇଥିଲେ ଅରୁଣ । ଏହି ଅବସରରେ ବିଜେପିର ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି,ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ବହୁ ନେତା ସାମିଲ ହୋଇଥିଲେ । 

ରୋଡ଼ ସୋ'ରେ ଅରୁଣ ଗୋଭିଲଙ୍କୁ ଦେଖିବା ପାଇଁ ସହରର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହାସହ ଜୟ ଶ୍ରୀରାମ ନାରାରେ କମ୍ପିଥିଲା ସାରା ପରିବେଶ । ଅରୁଣ ଗୋଭିଲ ଏବଂ ବିଜେପି ପ୍ରାର୍ଥୀଙ୍କ ପାଇଁ ଏହା ଏକ ନିର୍ବଚନୀ ରୋଡ଼ ସୋ ହୋଇଥିଲେ ମଧ୍ୟ ଢେଙ୍କାନାଳରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.