ତତଲା ବାଲିରେ ପାମ୍ପଡ ଭାଜିଲେ ଯବାନ, ଦେଖନ୍ତୁ ଭିଡିଓ - JAWAN BAKING PAPAD

By ETV Bharat Odisha Team

Published : May 22, 2024, 9:29 PM IST

thumbnail
papad Baking (ETV Bharat)

Jawan Baking Papad In Sand: ଜୟପୁର: ଦେଶର ସ୍ଥାନେ ସ୍ଥାନେ ବର୍ଷା ହୋଇଥିବାବେଳେ ଆଉ କେତେକ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେଉଛି । ଏହାରି ଭିତରେ ରାଜସ୍ଥାନରୁ ଏମିତି ଦୃଶ୍ୟ ସାମନାକୁ ଆସିଛି ଯାହା ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁସାରେ, ଆଜି (ବୁଧବାର) ବିକାନେରରେ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଭାରତ-ପାକିସ୍ତାନ ସୀମାରେ ଭୀଷଣ ଗରମରେ ଜଣେ ଯବାନ ଉତ୍ତପ୍ତ ବାଲିରେ ପାମ୍ପଡ ସେକୁଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ଗରମ ପାଇଁ ସୁପର୍ ଏନର୍ଜି ଡ୍ରିଙ୍କ 'ଆଖୁ ରସ', ଦୂର ହେବ ଏହି ସ୍ୱାସ୍ଥ୍ୟ ସମସ୍ୟା - Sugarcane Juice Benefits

ଭିଡିଓରେ ଦେଖିବାକୁ ମିଳିଛି ଯେ, ଯବାନ ଜଣଙ୍କ ବାଲି ତଳେ ପାମ୍ପଡ ରଖିଦେଉଛନ୍ତି । ଆଉ ମାତ୍ର କିଛି ମିନିଟ ପରେ ତାକୁ ବାହାରକୁ ଆଣିଛନ୍ତି । ତେବେ ପାମ୍ପଡଟି ଭୀଷଣ ଗରମ କାରଣରୁ ଟାଣ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହାକି ଗରମର ମାତ୍ରାକୁ ଦର୍ଶାଉଛି । ଏହି ଭିଡିଓ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.