ସୁନ୍ଦରଗଡ଼ରେ କାଦୁଅ ଗଡ଼ିଆରେ ଫସିଲା ହାତୀ, ଉଦ୍ଧାର କଲେ ବନ ବିଭାଗ ଏବଂ ସ୍ଥାନୀୟ ଲୋକ

By ETV Bharat Odisha Team

Published : Dec 3, 2023, 10:35 PM IST

thumbnail

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । କାଦୁଅ ଗାଡ଼ିଆରେ ଫସିଲା ହାତୀ। ଲୋକଙ୍କୁ ନିଜର ବିତ୍ପାତରେ ଭୟଭୀତ କରାଉଥିବା ହାତୀ ବର୍ତ୍ତମାନ କରୁଛି ସଂଘର୍ଷ ।  ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ସାନ ଦମକୁଡ଼ା ଭଦ୍ରାପଡ଼ା ନିକଟରେ କ୍ଷେତରେ ଖୋଳା ଯାଇଥିବା ଏକ ଗାଡିଆ ରେ ପଡିଯାଇଛି ଦନ୍ତା ହାତୀ । କ୍ଷେତକୁ ଫସଲ ଖାଇବାକୁ ଆସି  ହାତୀପଲରୁ ଅଲଗା ହୋଇଥିବା ହାତୀଟି ରାତ୍ରି ସମୟରେ କାଦୁଅରେ ଫସି ଯାଇଥିବା ଜଣାପଡିଛି  । ଏହି କାଦୁଅ ଗାଡ଼ିଆ ଭିତରୁ ବାହାରିବା ବଦଳରେ ଧସିବାରେ ଲାଗିଛି ହାତୀ । ତେବେ ଏହି ଘଟଣା ଦେଖିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା । 

ଏହା ମଧ୍ଯ ପଢନ୍ତୁ... ହାତୀ ଆକ୍ରମଣ ଜନିତ ମୃତ୍ୟୁ ଥମିବାର ନାଧରୁନି, ଆଉ ଜଣେ ଚାଷୀଙ୍କ ଗଲା ଜୀବନ

ଖବର ଦେବା ପରେ ବନ ବିଭାଗ ପକ୍ଷରୁ ହାତୀକୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମ ଉଦ୍ଦେଶ୍ୟ ଥିଲା ଜଳବନ୍ଦୀ ହାତୀଟିକୁ  ବିପଦରୁ ମୁକ୍ତ କରିବା ଏବଂ ଲୋକଙ୍କୁ ମଧ୍ୟ ହାତୀଠାରୁ ଦୂରେଇ ରଖିବା । ବନ ବିଭାଗର ତ୍ବରିତ ପ୍ରତିକ୍ରିୟା ଯୋଗୁଁ ଆବଶ୍ୟକୀୟ ଉପକରଣରେ ସଜ୍ଜିତ ତାଲିମପ୍ରାପ୍ତ କର୍ମଚାରୀମାନେ ହାତୀ ଭଳି ଭୟଙ୍କର ଜୀବକୁ କ୍ଷତି ନ ପହଞ୍ଚାଇ ହାତୀକୁ ଗାଡ଼ିଆ ଭିତରୁ ବାହାର କରିବା ପାଇଁ ନିଷ୍ଠାର ସହ ଉଦ୍ୟମ ଚଳାଇଛନ୍ତି । ଏହି ସୁକ୍ଷ୍ମ ଅପରେସନରେ ଉଭୟ ହାତୀ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ନିର୍ଭୁଲ ଏବଂ ଯତ୍ନର ପଦକ୍ଷେପ ଗ୍ରହଣ କରାଯାଇଛି । ହାତୀଟିକୁ ଉଦ୍ଧାର ପରେ ସୁରକ୍ଷିତ ଭାବରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.