ହାତୀ ଆକ୍ରମଣ ଜନିତ ମୃତ୍ୟୁ ଥମିବାର ନାଧରୁନି, ଆଉ ଜଣେ ଚାଷୀଙ୍କ ଗଲା ଜୀବନ

By ETV Bharat Odisha Team

Published : Nov 28, 2023, 8:22 PM IST

thumbnail

ଢେଙ୍କାନାଳ: ହାତୀ ଆକ୍ରମଣରେ ଚାଷି ମୃତ୍ୟୁ । ଚାଷୀଙ୍କୁ କଚାଡି ଦେବାରୁ ଘଟଣସ୍ଥାଳରେ ଚାଷୀଙ୍କର ମୃତ୍ୟୁ ହୋଇଛି l ବନ ବିଭାଗ ମଧ୍ୟ ହାତୀ ଘଉଡ଼ାଇବାରେ ବିଫଳ ହେଉଛି  l ଯାହାଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି l ଏଭଳି ସ୍ଥିତି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ନାଗେଶ୍ବର ଗ୍ରାମାଞ୍ଚଳରେ ।

ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଥମିବାର ନାଧରୁନି । ଢେଙ୍କାନାଳ ଜିଲ୍ଲାର ଜଣେ ଚାଷୀଙ୍କ ଚାଷ ବିଲରେ ମୃତ ଦେହ ଉଦ୍ଧାର ହୋଇଛି । ଚାଷି ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ନାଗେଶ୍ବର ଗ୍ରାମର ବାଲିଆ ସିଂ ।  ଗତକାଲି ରାତିରେ ସେ ବିଲକୁ ଧାନ ଜଗିବାକୁ ଯାଇଥିବା ବେଳେ ହାତୀ ସମ୍ମୁଖରେ ପଡ଼ି ଯାଇଥିଲେ। ହାତୀ ଟେକି କଚାଡି ଦେବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ସକାଳୁ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ପରିବାର ଲୋକେ ପହଞ୍ଚି ମୃତଦେହକୁ ଘରକୁ ଆଣିଥିଲେ । ଆଜି ସକାଳେ ମହାବିରୋଡ଼ ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ...ସୁନ୍ଦରଗଡରେ ଥମୁନି ହାତୀ ଉପଦ୍ରବ, ଯୁବକଙ୍କୁ ଦଳିଦେଲା ଦନ୍ତା

ତେବେ ଜିଲ୍ଲାରେ ହାତୀ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି  l  ଲୋକ ହାତୀ ଭୟରେ ଚାଷକାର୍ଯ୍ୟ କରିବାକୁ ପଛାଉଚନ୍ତି  l ହାତୀ ଭୟରେ ଲୋକେ ସଂନ୍ଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି  l ନିଜର ଧାନକୁ ଜଗିବାକୁ  ବିଲକୁ ଗଲେ ହାତୀ ହାବୁଡ଼ରେ ପଡି ଜୀବନ ହରାଉଛନ୍ତି  l ବନ ବିଭାଗ ମଧ୍ୟ ହାତୀ ଘଉଡ଼ାଇବାରେ ବିଫଳ ହେଉଛି  l ଯାହାଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି l 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.