ମାଓଗଡ଼ ମାଳତୀ ଗୋଛାପଡାରେ ରେକର୍ଡ ସଂଖ୍ୟକ ମତଦାନ - second phase election

By ETV Bharat Odisha Team

Published : May 21, 2024, 9:39 AM IST

thumbnail
SECOND PHASE ELECTION (ETV BHARAT ODISHA)

ବୌଦ୍ଧ: ବୌଦ୍ଧରେ ଶାନ୍ତି ଶୃଙ୍ଖଳାର ସହ ଦୁଇ ବିଧାନସଭା ଆସନ ପାଇଁ ଶେଷ ହୋଇଛି ମତଦାନ । ଦୁର୍ଗମ ଅଞ୍ଚଳରେ ଥିବା ପୋଲିଂ ବୁଥରେ ସର୍ବାଧିକ ମତଦାନ ହୋଇଛି । ମାଳତୀ ଗୋଛାପଡା ବୁଥରେ ସମୁଦାୟ ୮୧ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ସୀମାନ୍ତ ଅଞ୍ଚଳରେ ରହିଛି ମାଳତୀ ଗୋଛାପଡା ଗ୍ରାମ । ଏହି ମାଳତୀ ଗୋଛାପଡା, ସିଗାଡି, ବାତେପଙ୍ଗା,ଚୁହୁରାକଣ ଭଳି ଅଞ୍ଚଳର ଅଧିବାସୀ ଙ୍କ ପାଇଁ ସିଗାଡି ବିଦ୍ୟାଳୟରେ ମତଦାନ ଅନୁଷ୍ଠିତ ହୋଇଥିଲା । ଏହି ବୁଥ ଅତ୍ୟନ୍ତ ସମ୍ବେଦନଶୀଳ ତଥା ମାଓ ଅଧ୍ୟୁଷିତ ଅଞ୍ଚଳରେ ଥିବା ହେତୁ ସୋମବାର ସକାଳୁ ଏହି ଅଞ୍ଚଳକୁ ସୁରକ୍ଷା ବାହିନୀ କଡା ସୁରକ୍ଷା ବଳୟ ମଧ୍ୟରେ ରଖିଥିଲେ । ମାଓ ଗଡରେ ଚଳିତ ନିର୍ବାଚନ ରେ ମତଦାନ ରେ ରେକର୍ଡ଼ କରିଛି । ଏହି ମାଓ ଅଧ୍ୟୁଷିତ ଅଞ୍ଚଳରେ ସରକାରୀ ଯୋଜନା ଠିକରେ ପହଞ୍ଚି ପାରୁନଥିବା ଅଭିଯୋଗ  କରିଛନ୍ତି ସ୍ଥାନୀୟ ଲୋକେ । ବିଶେଷ ଭାବରେ ଗମନାଗମନର ଅବ୍ୟବସ୍ଥା ଯୋଗୁଁ ଏସବୁ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁନାହିଁ । ଏହାଛଡା ଏହି ଅଞ୍ଚଳ କୁ ପ୍ରଶାସନିକ ଅଧିକାରୀ କିମ୍ବା ନିର୍ବାଚିତ ଜନ ପ୍ରତିନିଧି ମାନେ ମଧ୍ୟ କେବେ ଆସୁନଥିବା ପୂର୍ବତନ ସମିତି ସଭ୍ୟ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳର ଅଧିବାସୀ ମାନେ ଦାବି କରିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.