ETV Bharat / state

ସୁନ୍ଦରଗଡରେ ଥମୁନି ହାତୀ ଉପଦ୍ରବ, ଯୁବକଙ୍କୁ ଦଳିଦେଲା ଦନ୍ତା

author img

By ETV Bharat Odisha Team

Published : Nov 28, 2023, 2:25 PM IST

ଥମୁନି ହାତୀ ଉପଦ୍ରବ
ଥମୁନି ହାତୀ ଉପଦ୍ରବ

ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ଅନ୍ତର୍ଗତ ଗରଗଡବାହାଲ ଗ୍ରାମରେ ଥମୁନି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

ଥମୁନି ହାତୀ ଉପଦ୍ରବ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । ପୁଣି ମୁଣ୍ଡ ନେଲା ଦନ୍ତା । ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ଅନ୍ତର୍ଗତ ଗରଗଡବାହାଲ ଗ୍ରାମରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତ ଯୁବକ ଜଣକ ଗରଗଡବାହାଲର ହିରାଲାଲ ବେହେରା । ହିରାଲାଲ ଜମିକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ଜିଲ୍ଲାର ବିଭିନ୍ନ ସ୍ଥାନରେ ଝାଡ଼ଖଣ୍ଡି ହାତୀପଲଙ୍କ ଆତଙ୍କ ଦେଖିବାକୁ ମିଳିଛି । ଝାଡ଼ଖଣ୍ଡରୁ ଆସିଥିବା 30 ଟିକିଆ ହାତୀପଲ ବର୍ତ୍ତମାନ ବଡ଼ଗାଁ ଏବଂ କୁତ୍ରା ଅଞ୍ଚଳରେ ବୁଲୁଥିବାରୁ ଆତଙ୍କିତ ରହିଛନ୍ତି ଗ୍ରାମବାସୀ । ହାତୀପଲ ଫସଲ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି କରୁଥିବା ସୂଚନା ମିଳିଛି । ଏହାରି ମଧ୍ୟରେ ଆଜି ଭୋରୁ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଫସଲ ଅମଳ ସମୟ ଆସିଥିବାରୁ ଯୁବକ ଜଣକ ବିଲକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଏନେଇ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ହାତୀଙ୍କୁ ଘଉଡାଇବା ବ୍ୟବସ୍ଥା କରିଛି ।

ଏହା ମଧ୍ୟ ପଢନ୍ତୁ - ମହିଳାଙ୍କୁ ଦଳିଦେଲା ଦନ୍ତା: ମିଳିଲାନି ମହାପ୍ରୟାଣ ଗାଡି, ମେଡିକାଲରୁ ୧୩ କିମି ବୁହା ହେଲା ମୃତଦେହ

ଏହା ମଧ୍ୟ ପଢନ୍ତୁ - ଅନୁଗୋଳରେ ଥମୁନି ହାତୀ ଆକ୍ରମଣ: 2 ଜଣଙ୍କୁ ଦଳିଦେଲା ଦନ୍ତା, ରାସ୍ତା ଅବରୋଧ କଲେ ଲୋକେ

ତେବେ ପଡୋଶୀ ରାଜ୍ୟ ଝାଡଖଣ୍ଡରୁ ଆସିଥିବା ହାତୀପଲ ଏହି ଅଞ୍ଚଳରେ ପଶିଥିବାରୁ ଆତଙ୍କିତ ଅଛନ୍ତି ଗ୍ରାମବାସୀ । ଏନେଇ ସ୍ଥାନୀୟ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ହାତୀପଲଙ୍କ ସୁରକ୍ଷା ଏବଂ ଜନ ସାଧାରଣଙ୍କ ସୁରକ୍ଷା ପାଇଁ ଉଦ୍ୟମ ଜାରି ରହିଛି । ହାତୀପଲଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମବାସୀ ଓ ହାତୀର ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ଓ ବନ କର୍ମଚାରୀମାନେ ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି । ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବା ସହ ତାଙ୍କ ଆଚରଣ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ହାତୀକୁ କିଭଳି ଏହି ଅଞ୍ଚଳରୁ ସୁରକ୍ଷିତ ଭାବେ ଝାଡଖଣ୍ଡ ଅଞ୍ଚଳକୁ ଫେରାଇବେ ସେନେଇ ଚେଷ୍ଟା ଚାଲିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.