ETV Bharat / politics

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ; ବିଜେପିରେ ହେବେ ସାମିଲ - Jyoti Panigrahi quits BJD

author img

By ETV Bharat Odisha Team

Published : May 22, 2024, 11:49 AM IST

Updated : May 22, 2024, 11:57 AM IST

Jyoti Panigrahi quits BJD: ବିଜେଡି ଛାଡିଲେ ଜ୍ୟୋତି ପାଣିଗ୍ରାହୀ । ନବୀନଙ୍କୁ ଧନ୍ୟବାଦ ଦେଲେ, ହେଲେ ଆଗାମୀ ନିଷ୍ପତ୍ତି ସ୍ପଷ୍ଟ କଲେନି । ଏଥର ଜ୍ୟୋତିଙ୍କ ପରିବର୍ତ୍ତେ ସିମୁଳିଆରେ ବିଜେଡି ଟିକଟ ପାଇଛନ୍ତି ସୁଭାସିନୀ ସାହୁ । ବିଜେପିରେ ସାମିଲ ହେବା ଚର୍ଚ୍ଚା ଜୋର । ଅଧିକ ପଢନ୍ତୁ

ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ (ETV Bharat Odisha)

ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ (ETV Bharat Odisha)

ଭୁବନେଶ୍ବର/ବାଲେଶ୍ବର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି ସେ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର ବିଜେଡି ସଭାପତି ତଥା ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏହା ପରେ ସେ ନିଜେ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । ଦଳରେ କାର୍ଯ୍ୟ କରିବାର ଅବସର ଦେଇଥିବାରୁ ସେ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ମାତ୍ର ସେ କ’ଣ ପାଇଁ ବିଜେଡି ଛାଡୁଛନ୍ତି ସେ ସମ୍ପର୍କରେ କିଛି କାରଣ ସାମ୍ନାକୁ ନଆଣିବା ସହ ଆଗାମୀ ରାଜନୈତିକ ନିଷ୍ପତ୍ତି ନେଇ ମଧ୍ୟ କିଛି ସ୍ପଷ୍ଟ କରିନାହାନ୍ତି । ତେବେ ସେ ଭାରତୀୟ ଜନତା ପାର୍ଟି ସହ ଯୋଗାଯୋଗରେ ଥିବା ଓ ଆଜି ବିଜେପିରେ ସାମିଲ ହେବା ନେଇ ବିଭିନ୍ନ ସୂତ୍ରରୁ ଚର୍ଚ୍ଚା ହେଉଛି ।

ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ (ETV Bharat Odisha)

ଭିଡିଓରେ ଜ୍ୟୋତି କହିଛନ୍ତି,‘‘ଦୀର୍ଘ ଦିନର ବିଜେଡ଼ି ସହ ମୋର ଓ ମୋ ପରିବାରର ସମ୍ପର୍କ । ମୋ ବାପା ପର୍ଶୁରାମ ପାଣିଗ୍ରାହୀ ବିଜୁ ପଟ୍ଟନାୟକଙ୍କ ସହ 40 ବର୍ଷ ଓ ମୁଁ ବିଜୁ ଜନତା ଦଳରେ 10ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କାର୍ଯ୍ୟ କରିଛି । ଲୋକଙ୍କ ସେବା କରିବା ଲାଗି ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଉଛି । ସିମୁଳିଆ-ଖାଇରାର ଜନସାଧାରଣଙ୍କ ଲାଗି ଏହି ପରିବାର ଉତ୍ସର୍ଗୀକୃତ । ପୂର୍ବରୁ ଲୋକଙ୍କ ଲାଗି କାର୍ଯ୍ୟ କରିଥିଲି । ଆଗକୁ ମଧ୍ୟ କରିବି ।’’

ଏଥର ସୁଭାସିନୀ ସାହୁଙ୍କୁ ଟିକଟ ଦେଇଛି:-
ଚଳିତ ନିର୍ବାଚନ ସିମୁଳିଆରେ ବିଜେଡି ପରିବାରବାଦ ପ୍ରଶୟ ଦେଇନି । ପାଣିଗ୍ରାହୀ ପରିବାର ପରିବର୍ତ୍ତେ ନୂଆ ପ୍ରାର୍ଥୀ ଦେଇଛି ଦଳ । ଏହି ନିଷ୍ପତ୍ତି ଆଧାରରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଟିକଟ କାଟି ଦେଇଥିଲା ବିଜେଡି । ଏଠାରେ ଦଳ ସୁଭାସିନୀ ସାହୁଙ୍କୁ ଟିକଟ ଦେଇଛି । ଏହା ପରେ ଜ୍ୟୋତି ଏକପ୍ରକାର ରାଜନୈତିକ କାର୍ଯ୍ୟକ୍ରମରୁ ଦୁରେଇ ରହିଥିଲେ । ସେ ବିଜେଡି ଛାଡିବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା । ଯାହା ଆଜି ସତ୍ୟ ପ୍ରମାଣିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ଆସନ୍ତାକାଲି କଣ୍ଟାମାଳ ବିଧାନସଭାର ୨ ବୁଥରେ ପୁଣି ଭୋଟ୍, ଉତ୍ତେଜନା ଓ ବିଭ୍ରାଟ ଯୋଗୁଁ ସାନି ମତଦାନ - REPOLLING IN KANTAMAL CONSTITUENCY

ବିଜେପି ଯାଇପାରନ୍ତି ଜ୍ୟୋତି:-
ଅନ୍ୟପଟେ ସିମୁଳିଆରେ ବିଜେପି ଟିକଟରେ ପଦ୍ମଲୋଚନ ପଣ୍ଡା ନିର୍ବାଚନ ଲଢ଼ୁଛନ୍ତି । ଏଥର ପ୍ରତିଦ୍ବନ୍ଦ୍ବିତା ସମ୍ଭବ ହୋଇନଥିବା ବେଳେ ଜ୍ୟୋତି ଆଗାମୀ ନିର୍ବାତନ (2029) ପାଇଁ ନିଜକୁ ପ୍ରମୁଖ ଦାବିଦାର କରିବେ ବୋଲି ରାଜନୈତିକ ମହଲରେ ଅନୁମାନ କରାଯାଉଛି । ବୟସାଧିକ କାରଣରୁ ପଦ୍ମଲୋଚନ ପଣ୍ଡା 2029 ନିର୍ବାଚନ ଲଢ଼ିବା ସମ୍ଭାବନା କ୍ଷୀଣ । ସିମୁଳିଆରେ ବିଜେପିର ଯୁବ ନେତା ଠାକୁର ରଞ୍ଜିତ ଦାସ ନୂଆ ଚେହେରା ଭାବେ ମୈଦାନରେ ଅଛନ୍ତି । ନିର୍ଦ୍ଦିଷ୍ଟ କିଛି ଅଞ୍ଚଳ ଛାଡି ଦେଲେ ତାଙ୍କର ବିଶେଷ ଗ୍ରହଣୀୟତା ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଫଳରେ ଦଳ ପଦ୍ମଲୋଚନଙ୍କ ପରେ ଜ୍ୟୋତିଙ୍କୁ ଗୁରୁତ୍ୱ ଦେଇପାରେ । ତେଣୁ ଜ୍ୟୋତି ବିଜେପିରେ ସାମିଲ ହେବା ନେଇ ଚିନ୍ତା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର ଓ ବାଲେଶ୍ବର

Last Updated : May 22, 2024, 11:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.