ଶାରଦୀୟ ଦୁର୍ଗାପୂଜାରେ ଉତ୍ସବମୁଖର ବୌଦ୍ଧ, ବିଭିନ୍ନ ଶକ୍ତିପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା

By ETV Bharat Odisha Team

Published : Oct 23, 2023, 5:29 PM IST

thumbnail

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ଶାରଦୀୟ ଦର୍ଗାପୂଜା ପାଇଁ ଉତ୍ସବମୁଖର ହୋଇ ଉଠିଛି । ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ଚାଲିଛି ନବଦିନାତ୍ମକ ପୂଜା । ଏହା ଅବସରରେ ଘଣ୍ଟାପଡା ଠାରେ ତେଲନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଶକ୍ତିପୀଠ ମା' ସମଲେଶ୍ଵରୀଙ୍କ ମନ୍ଦିରେ ମହାଅଷ୍ଟମୀରେ ସମଲେଶ୍ଵରୀ ଯାତ୍ରା ଆନୁଷ୍ଠିତ ହୋଇଯାଇଛି ଯାହାକୁ ନିଶି ଯାତ୍ରା ମଧ୍ୟ କୁହାଯାଏ । ଜିଲ୍ଲାର ଅନ୍ୟ ଏକ ଶକ୍ତିପୀଠ ମା'ଭୈରବୀଙ୍କ ପାଖରେ ୧୬ଦିନ ଧରି ଗୁପ୍ତ ପୂଜା ଚାଲିଥାଲା ଯାହା ସମାପନ ହୋଇଛି । ଏହି ଗୁପ୍ତ ପୂଜା ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ ବର୍ତ୍ତାମାନ ମା'ଙ୍କ ସାଧାରଣା ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ଏହା ମଧ୍ୟ ପଢନ୍ତୁ....Watch: ଚାନ୍ଦିମେଢ଼ ସାଙ୍ଗକୁ ସୁନା ମୁକୁଟରେ ଝଲସୁଛି ମଙ୍ଗଳାବାଗ ପୂଜା ମଣ୍ଡପ

ବୌଦ୍ଧର ବିଭିନ୍ନ ସ୍ଥାନରେ ରହିଥିବା ମା' ହେଶ୍ୱରୀ ପୀଠରେ ମଧ୍ୟ ପାରମ୍ପାରୀକ ରୀତିନୀତି ପୂଜାର୍ଚ୍ଚନା ଜାରି ରିହିଛି । ଏହା ପୀଠରେ ସ୍ୱତନ୍ତ୍ର ବାଡି ଖେଳର ପରମ୍ପାରା ରହିଛି  । ବାଉଶୁଣୀ ଠାରେ ଦେବୀ କ୍ଷେତ୍ରପାଳିନୀଙ୍କ ସ୍ୱତନ୍ତ୍ର ଘଟ ପରିକ୍ରମା ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି । ଡୁମାଳ ସଂପ୍ରଦାୟର ଆରାଧ୍ୟ ଦେବୀ ମାହେଶ୍ୱରୀ ପୀଠରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚାନ କରାଯିବା ସହିତ ବାଡି ଖେଳର ପରମ୍ପରା ମଧ୍ୟ ଅନୁଷ୍ଠିତ ହୋଇଛି  ।  

ଇଟିଭି ଭାରତ, ବୌଦ୍ଧ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.