ବଲାଙ୍ଗୀରେ 21 ମଣ୍ଡପରେ ପୂଜା ପାଉଛନ୍ତି ମହାମାୟା, ମନ ମୋହିଲା ତୋରଣ ସାଙ୍ଗକୁ ସାଜସଜ୍ଜା

By ETV Bharat Odisha Team

Published : Oct 24, 2023, 12:33 PM IST

thumbnail

ବଲାଙ୍ଗୀର: ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ପୁରପଲ୍ଲୀ । ଜଗତଜନନୀ ମା' ଦୁର୍ଗାଙ୍କ ନବମୀ ପୂଜା ନବଦୀନାତ୍ମକ ପୂଜା ଶେଷ ହୋଇଛି । ଭୁତ ପିଶାଚ ଓ ଅଶୁରୀରି ଶକ୍ତିର ବିନାଶ ପାଳନ ନେଇ ଆଜି(ମଙ୍ଗଳବାର) ବିଜୟା ଦଶମୀ ଅନୁଷ୍ଠିତ ହୋଇଛି । ମା'ଙ୍କ ନବଦିନାତ୍ମକ ପୂଜାର ଅନ୍ତିମ ଦିବସ ନବମୀ ପୂଜା ସମାହିତ ହୋଇଛି ।  ମା' ସିଦ୍ଧିଦାତ୍ରୀ ବେଶରେ ଅଶୁରୀୟ ଶକ୍ତି ଉପରେ ବିଜୟ ହୋଇଛି । ପ୍ରଥମେ ସୂର୍ଯ୍ୟ ପୂଜା ପରେ ଦ୍ୱାରପାଳ ପୂଜା ଓ ପରେ ନବ କୁମାରୀ ପୂଜା ସହ ନବମୀ ପୂଜା ସମ୍ପନ୍ନ ହୋଇଥିଲା । ବଲାଙ୍ଗୀର 5ଟି ଦୁର୍ଗା ମଣ୍ଡପ ଓ ଦୁର୍ଗା ମନ୍ଦିରରେ ନିଷ୍ଠାର ସହ ଏହି ନବଦିନାତ୍ମକ ପୂଜା ସମ୍ପନ୍ନ ହୋଇଛି । ଶାରଦୀୟ ଦୁର୍ଗରେ ପୂଜାରେ 21 ଗୋଟି ମଣ୍ଡପ ସୁନ୍ଦର ତୋରଣ, ମେଢ଼ ଓ ଲାଇଟ ସହ ସାଜସଜ୍ଜା କରିଥିଲେ । ସାରା ସହରରେ ଭକ୍ତି ମୟ ପରିବେଶ ଦେଖିବାକୁ ମିଳିଥିଲା। ସେହିପରି କିଛି ମଣ୍ଡପରେ ସମାଜ ଓ ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆ ଯାଇଥିଲା । ତେବେ ରୁଗୁଡିପଡ଼ା ପୂଜା ମଣ୍ଡପଠାରେ ବାଲୁକା ଶିଳ୍ପୀ ଓମ୍‌ ପ୍ରକାଶ ସାହୁ ତାଙ୍କ ବାଲୁକା କଳାରେ ପୃଥିବୀରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ପାଇଁ ଏକ ବାଲୁକା କଳା ତିଆରି କରିଥିଲେ । ଯାହାକୁ ଲୋକେ ବେଶ ପ୍ରଶଂସା କରିଥିଲେ । ପୃଥିବୀରେ ହିଂସା ବଦଳରେ ଅହିଂସା ପ୍ରଚାର ହେବା ପାଇଁ ସେ ଗାନ୍ଧୀଙ୍କ ନୀତିକୁ ଏଥିରେ ପ୍ରତିଫଳିତ କରିଥିଲେ । ଯେଉଁଥିରେ ବର୍ତ୍ତମାନ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ହେଉ କି ଋଷ ୟୁକ୍ରେନ ଯୁଦ୍ଧ ହେଉ ତାହା ଯଥାର୍ଥ ନୁହେଁ ବୋଲି ସେ ବାର୍ତ୍ତା ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.