ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା, ଜିଲ୍ଲାକୁ ପ୍ରାକ ମରୁଡି ଘୋଷଣା କରିବାକୁ ଦାବି

By

Published : Jul 16, 2023, 8:50 AM IST

thumbnail

ନବରଙ୍ଗପୁର: ଚାଷୀକୁଳକୁ ହତାଶ କରିଛି ନିଅଣ୍ଟିଆ ବର୍ଷା l ନବରଙ୍ଗପୁର ଭଳି ବୃଷ୍ଟିପାତ ଅଞ୍ଚଳରେ ଯଦି ଏପରି ଅବସ୍ଥା ତେବେ ଅନ୍ୟ ଜିଲ୍ଲାମାନଙ୍କର କଥା ନ କହିବା ଭଲ ବୋଲି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ l ଜିଲ୍ଲାରେ 80% ଭାଗ ପରିବାର ଚାଷ ଉପରେ ନିର୍ଭର କରିଥାନ୍ତି l ଚାଷ କାମରେ ଅବହେଳା ହେଲେ ଜିଲ୍ଲାର ଶ୍ରମିକଙ୍କ ଉପରେ ମଧ୍ୟ ବିଶେଷ ପ୍ରଭାବ ପଡିବା ସହ ଶ୍ରମିକ ମାନେ ଦାଦନ ଖଟିବାକୁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି l ଚଳିତ ବର୍ଷ ଜୁଲାଇ 14 ସୁଦ୍ଧା ସର୍ବାଧିକ 21.02ମିମି ବର୍ଷା ହୋଇଥିବାରୁ  ଧାନ, ମକା , ଆଖୁ ଓ ମାଣ୍ଡିଆ ଉପରେ ବିଶେଷ ପ୍ରଭାବ ପକାଇଛି l ଚାଷ ପାଇଁ ସାହୁକାର ଠାରୁ ଖତ ବିହନ ଆଣି ଚାଷୀ ଆଜି ହତାଶ l ତେଣିକି କାଳ ବିଳମ୍ବ ନ କରି ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ବର୍ତ୍ତମାନ ପରିସ୍ଥିତିରେ ଏକ ସର୍ଭେ କରିବା ସହ ଜିଲ୍ଲାରେ ଏକ ରେସିଓ ବାହାର କରିବା ପାଇଁ ଦାବି କରିଛି କଂଗ୍ରେସ l ଅନ୍ୟପଟେ ସରକାର ଜିଲ୍ଲାକୁ ପ୍ରାକ ମରୁଡି ଘୋଷଣା କରନ୍ତୁ ନଚେତ ଭୟାବହ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ କହିଛନ୍ତି l

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.