ETV Bharat / state

ଚିନ୍ତା ବଢାଇଛି ନିଅଣ୍ଟିଆ ବର୍ଷା; ମୌସୁମୀ ଦୁର୍ବଳ, ପ୍ରବଳ ଗରମରେ ହନ୍ତସନ୍ତ ଲୋକେ

author img

By

Published : Jul 10, 2023, 9:08 PM IST

ରାଜ୍ୟରେ ଗୁଳୁଗୁଳି ଓ ଖରା ଅନୁଭବ ହେବା ସହ ଉଭାନ ହୋଇଛି ବର୍ଷା। ମୌସୁମୀ ଦୁର୍ବଳ ଥିବାବେଳେ ବାୟୁମଣ୍ଡଳରେ ଏକ ନିମ୍ନ ଚାପରେଖା ରହୁଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ରାଜ୍ୟରୁ ଉଭାନ ହୋଇଛି ବର୍ଷା
ରାଜ୍ୟରୁ ଉଭାନ ହୋଇଛି ବର୍ଷା

ରାଜ୍ୟରୁ ଉଭାନ ହୋଇଛି ବର୍ଷା

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ଦୁର୍ବଳ ସହ ବାୟୁମଣ୍ଡଳରେ ଏକ ନିମ୍ନ ଚାପରେଖା ରହୁଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ରାଜ୍ୟରେ ଗୁଳୁଗୁଳି ଓ ଖରା ଅନୁଭବ ହେବା ସହ ଉଭାନ ହୋଇଛି ବର୍ଷା । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଏନେଇ ୨୦ଟା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ ଓ ମୟୁରଭଞ୍ଜ । ସେହିପରି ଆସନ୍ତାକାଲିଠାରୁ ବର୍ଷାର ବିସ୍ତୃତି ବଢିବା ସହ ଉତ୍ତର, ଦକ୍ଷିଣ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏନେଇ ୨୫ ଜିଲ୍ଳାଲୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ତେବେ ବର୍ତ୍ତମାନ ରାଜ୍ୟର ନିର୍ଦ୍ଦିଷ୍ଟ କୌଣସି ସିଷ୍ଟମ ନଥିବା ସହ ମୌସୁମୀ ଦୁର୍ବଳ ଥିବାରୁ କେତେ ପରିମାଣ ବର୍ଷା ହେବ ତାହା ଆକଳନ କରାଯାଇନାହିଁ। ଆସନ୍ତା 3 ଦିନ ଯାଏ ଏଭଳି ବର୍ଷା ଖରାର ଲୁଚକାଳି ସ୍ଥିତି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସେପଟେ ମୌସୁମୀ ଦୁର୍ବଳ ଥୁବାରୁ ପର୍ଯ୍ୟାପ୍ତ ବର୍ଷା ହେଉନଥିବାବେଳେ ଖରା ସହ ମେଘୁଆ ପାଗ ଥିବାରୁ ଗୁଳୁଗୁଳି ହେଉଛି । କାରଣ ଏହି ସମୟରେ ଆଦ୍ରତା ଅଧିକ ରହିଥାଏ । ତେଣୁ ରାଜ୍ୟରେ ପର୍ଯ୍ୟାପ୍ତ ବର୍ଷା ନହେବା ପର୍ଯ୍ୟନ୍ତ ଥଣ୍ଡା ପଡିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ବର୍ଷର ବିସ୍ତୃତି ସେତେ ବେଶି ନଥିବାବେଳେ ଆସନ୍ତା ସପ୍ତାହରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଆକଳନ କରାଯାଉଛି। ଏହି ବର୍ଷା ଚଳିତ ବର୍ଷର ନିଅଣ୍ଟିଆ ବର୍ଷକୁ ଭରଣା କରିବ ବୋଲି ଆଶା କରାଯାଉଛି । ତେଣୁ ଚାଷୀଙ୍କ ବର୍ଷା ପାଇଁ ଆଉ ସପ୍ତାହେ ଅପେକ୍ଷା କରିବାକୁ ପଡିବ ବୋଲି ଅନୁମାନ କରାଯାଉଛି।

ହା ମଧ୍ୟ ପଢନ୍ତୁ...ବର୍ଷାରେ ଭାସୁଛି ଉତ୍ତର ଭାରତ, ଏକାଧିକ ରାଜ୍ୟର ମନ୍ତ୍ରୀ ଓ ଅଧିକାରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ



ଅନ୍ୟପଟେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଏବେ ବି ରହିଛି । ଚଳିତ ମୋୖସୁମୀ ୠତୁରେ ୨୨୨.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହି ସମୟ ମଧ୍ୟରେ ୩୦୪.୨ ମିଲିମିଟର ବର୍ଷା ହେବା କଥା, କିନ୍ତୁ ୨୭% ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ସବୁଠାରୁ କମ୍ ବର୍ଷା ଅର୍ଥାତ ୬୬% କମ୍ ବର୍ଷା ରେକର୍ଡ ହୋଇଛି । ଏହାପରେ ରାୟଗଡାରେ ୫୭% ବର୍ଷା ଅର୍ଥାତ ୧୧୩.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହାସହ ମାଲକାନଗିରି, କୋରାପୁଟ, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ ଆଦି ୯ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ତେବେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଝାରସୁଗୁଡା ଓ ଦେବଗଡ଼ରେ ରେକର୍ଡ ହୋଇଛି । ଏହାସହ ଝାରସୁଗୁଡାରେ ୩୭୯.୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଦେବଗଡ଼ରେ ୪୫୨.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.