ETV Bharat / bharat

ବର୍ଷାରେ ଭାସୁଛି ଉତ୍ତର ଭାରତ, ଏକାଧିକ ରାଜ୍ୟର ମନ୍ତ୍ରୀ ଓ ଅଧିକାରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ

author img

By

Published : Jul 10, 2023, 4:00 PM IST

ବର୍ଷା ବିତ୍ପାତ: ଏକାଧିକ ରାଜ୍ୟର ମନ୍ତ୍ରୀ ଓ ଅଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ବର୍ଷା ବିତ୍ପାତ: ଏକାଧିକ ରାଜ୍ୟର ମନ୍ତ୍ରୀ ଓ ଅଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଉତ୍ତର ଭାରତ ସମେତ ଏକାଧିକ ରାଜ୍ୟରେ ବର୍ଷା ବିତ୍ପାତ ଜାରି । ଏକାଧିକ ରାଜ୍ୟର ମନ୍ତ୍ରୀ ଓ ଅଧିକାରୀଙ୍କ ସହ କଥା ହୋଇ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ । ଏବେ ବି ହିମାଚଳରେ ସ୍ଥିତି ଗମ୍ଭୀର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଥିବା ବର୍ଷା ବିତ୍ପାତ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି (ସୋମବାର) ପ୍ରଧାନମନ୍ତ୍ରୀ ଏକାଧିକ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ବର୍ଷା ସ୍ଥିତି ନେଇ ଆଲୋଚନା କରିଛନ୍ତି । ବର୍ତ୍ତମାନର ତାଜା ସ୍ଥିତି ଓ ଜାରି ରହିଥିବା ଉଦ୍ଧାର ଅପରେସନ ସମ୍ପର୍କରେ ମନ୍ତ୍ରୀ ଓ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି ସୂଚନା ପ୍ରଦାନ କରାଯାଇଛି ।

  • PM @narendramodi spoke to senior Ministers and officials, and took stock of the situation in the wake of excessive rainfall in parts of India. Local administrations, NDRF and SDRF teams are working to ensure the well-being of those affected.

    — PMO India (@PMOIndia) July 10, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କହିଛି,‘‘ବର୍ଷା ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏକାଧିକ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରି ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖାଯିବା ସହ ସେମାନଙ୍କ ସୁବିଧା ପ୍ରତି ଧ୍ୟାନ ଦିଆଯାଉଛି । ’’

ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ର ପୂର୍ବାନୁମାନ ଅନୁସାରେ ଗତ 48 ଘଣ୍ଟା ମଧ୍ୟରେ ସର୍ବାଧିକ ଉତ୍ତର ଭାରତ ଓ ପଶ୍ଚିମ ଭାରତରେ ବର୍ଷା ହୋଇଛି । ଲଗାଣ ବର୍ଷାରେ ସର୍ବାଧିକ ହିମାଚଳ ପ୍ରଦେଶ କ୍ଷତିଗ୍ରସ୍ତ ହୋଇଛି । ହିମାଚଳ ପ୍ରଦେଶରେ ଗତ 24 ଘଣ୍ଟା ମଧ୍ୟରେ 14ଜଣଙ୍କ ମୃତ୍ୟୁ ହୋଇଛି । ରାଜଧାନୀ ଶିମଲା, କୁଲୁ, ମନାଲି ଓ ମାଣ୍ଡିରେ ଯୋଗାଯୋଗ ପ୍ରଭାବିତ ହେବା ସହ ଅନେକ ଘର, ରାସ୍ତା, ପୋଲ, କଲଭର୍ଟ ଭାସିଯାଇଛି । ଉତ୍ତରାଖଣ୍ଡରେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି ।

ଏହା ମଧ୍ୟ ପଢନ୍ତୁ:-ହିମାଚଳରେ ସ୍ଥିତି ଅଣାୟତ; ବ୍ରିଜ ଉପରେ ଲହଡି, ମନ୍ଦିରରେ ପଶିଲା ପାଣି


ଆଜି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକୁ ରାଜ୍ୟବାସୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ସହ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟ ଏକ ହେଲ୍ପଲାଇନ ନମ୍ବର (1100, 1070 ଓ 1077) ଜାରି କରିଛି । ବର୍ଷା ଓ ବନ୍ୟା ସମ୍ପର୍କିତ ସାହାଯ୍ୟ ପାଇବା ପାଇଁ ରାଜ୍ୟବାସୀ ଏହି ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ । କେବଳ ଉତ୍ତରାଖଣ୍ଡ କିମ୍ବା ହିମାଚଳ ପ୍ରଦେଶ ନୁହେଁ ବରଂ ଦିଲ୍ଲୀ ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ, ପୂର୍ବ ରାଜସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଦିଲ୍ଲୀରେ ଗତ ପ୍ରାୟ 40 ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.