ETV Bharat / bharat

'ଆମ ରାୟ ସମ୍ପୂର୍ଣ୍ଣ ସ୍ପଷ୍ଟ', କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନକୁ ନେଇ ଏମିତି କହିଲେ ସୁପ୍ରିମକୋର୍ଟ - Supreme court

author img

By ETV Bharat Odisha Team

Published : May 16, 2024, 4:26 PM IST

Supreme court on kejriwal interim bail for campaigning: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନ୍ତରୀଣ ଜାମିନକୁ ନେଇ ପ୍ରଶ୍ନ ଉଠିବା ପରେ ସୁପ୍ରିମକୋର୍ଟଙ୍କ ପ୍ରତିକ୍ରିୟା । କହିଲେ 'ଆମ ରାୟ ସମ୍ପୂର୍ଣ୍ଣ ସ୍ପଷ୍ଟ' । ଅଧିକ ପଢନ୍ତୁ

Supreme court
Supreme court (Photo- ANI)

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନିଲଣ୍ଡରିଂ ମାମଲାରେ ଅନ୍ତରୀଣ ଜାମିନ ପାଇ ଜେଲରୁ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ୟଦି ଲୋକେ ତାଙ୍କୁ ଭୋଟ ଦିଅନ୍ତି, ତେବେ ତାଙ୍କୁ ଆଉ ଜେଲ ଯିବାକୁ ପଡ଼ିବ ନାହିଁ ବୋଲି ନିକଟରେ କେଜ୍ରିୱାଲ ଦେଇଥିବା ମନ୍ତବ୍ୟକୁ ବିରୋଧ କରିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା । କେଜ୍ରିୱାଲ ଅନ୍ତରୀଣ ଜାମିନକୁ ନେଇ ପ୍ରଶ୍ନ ଉଠିବା ପରେ ଏହା ଉପରେ ମତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ । କେଜ୍ରିୱାଲଙ୍କୁ ଜାମିନ ଆବେଦନ ରାୟ ସମ୍ପୂର୍ଣ୍ଣ ସ୍ପଷ୍ଟ । ଏ ନେଇ ଯଥାର୍ଥତା ଅନୁଭବ କଲୁ ଏବଂ ରାୟ ପାସ୍‌ କରାଗଲା ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ପ୍ରଚାର ସମୟରେ କେଜ୍ରିୱାଲ ଜନତାଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଯଦି ସେମାନେ ଦଳୀୟ ଚିହ୍ନ ଝାଡୁରେ ଭୋଟ ଦିଅନ୍ତି, ତେବେ ତାଙ୍କୁ ଆଉ ଜେଲ ଯିବାକୁ ପଡ଼ିବ ନାହିଁ । ଏହି ମନ୍ତବ୍ୟକୁ ଇଡି ଦୃଢ ବିରୋଧ କରିଛି । ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ନେତୃତ୍ବାଧୀନ ଖଣ୍ଡପୀଠଙ୍କୁ କହିଛନ୍ତି ଯେ କେଜ୍ରିୱାଲ ଏପରି ବୟାନ କିପରି ଦେଇପାରିବେ । ଏହା ଉପରେ ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି ଯେ ଆମ ଆଦେଶ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ।

ଏହା ବି ପଢନ୍ତୁ- 51 ଦିନରେ ଜେଲରୁ ବାହାରିଲେ କେଜ୍ରିୱାଲ, ରଖିଲେ ପ୍ରଥମ ପ୍ରତିକ୍ରିୟା

ଜଷ୍ଟିସ ସଞ୍ଜୀବ ଖାନ୍ନା ଆହୁରି କହିଛନ୍ତି," ଯେହେତୁ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଆଲୋଚନା ହେଉଛି, ଆପଣମାନଙ୍କ ଭିନ୍ନ ଭିନ୍ନ ଦୃଷ୍ଟିକୋଣ ରହିଥାଇପାରେ । କିନ୍ତୁ କୋର୍ଟଙ୍କ ରାୟ ସମ୍ପୂର୍ଣ୍ଣ ସ୍ପଷ୍ଟ । କେଜ୍ରିୱାଲଙ୍କୁ ଜାମିନକୁ ନେଇ ନିର୍ଦ୍ଦିଷ୍ଟ ଟାଇମଲାଇନ ଦିଆଯାଇଛି । ତାଙ୍କ ଜାମିନ ଆବେଦନର ସମୟସୀମା ଶେଷ ହେବା ପରେ ସେ ଜୁନ 2 ତାରିଖରେ ଜେଲରେ ଆତ୍ମସମର୍ପଣ କରିବେ । ସୁପ୍ରିମକୋର୍ଟ ଏହି ଆଦେଶ ଦେଇଛନ୍ତି ।"

ଏହା ବି ପଢନ୍ତୁ-ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, ମୋଦିଙ୍କୁ ଟାର୍ଗେଟ କଲା ପାକିସ୍ତାନ

ଏହାପରେ ମେହେଟ୍ଟା କହିଛନ୍ତି, "କେଜ୍ରିୱାଲଙ୍କୁ ଏପରି କହିବା ଉଚିତ ନଥିଲା । ଏହା ବ୍ୟବସ୍ଥାକୁ ଚାପୁଡା ମାରିବା ପରି ।" ସୂଚନା ଥାଉ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମେ 10 ତାରିଖରେ ଜେଲରୁ ମୁକୁଳିଥିଲେ । 50 ଦିନ ପରେ ସେ ଜେଲରୁ ବାହାରିବା ପରେ ଏବେ ପ୍ରଚାର କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି । ଜେଲରୁ ବାହାରିବା ପରେ ସେ ବିଜେପି ଉପରେ ବର୍ଷିଥିବା ବେଳେ ଦେଶରୁ ତାନାସାହି ହଟାଇବା ଲାଗି 140 କୋଟି ଦେଶବାସୀଙ୍କ ସମର୍ଥନ ମାଗିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.