ETV Bharat / state

ବଡମୁଲା ଗାଁରେ ଉତ୍କଟ ରୂପ ନେଇଛି ପାନୀୟ ଜଳ ସମସ୍ୟା, ପାଣି ପାଇଁ ଡହଳ ବିକଳ ଲୋକେ - Water Problem

author img

By ETV Bharat Odisha Team

Published : May 16, 2024, 4:18 PM IST

Water Problem: ବଡମୁଲା ଗାଁରେ ପାନୀୟ ଜଳ ସମସ୍ୟାରେ ଜୁଝି ହେଉଛନ୍ତି ଗ୍ରାମବାସୀ । ପାଣି ଯୋଗାଇବାରେ ବିଫଳ ବସୁଧା ଯୋଜନା ପ୍ରକଳ୍ପ । ଅଧିକ ପଢନ୍ତୁ

Water Problem
Water Problem (ETV BHARAT ODISHA)

Water Problem (ETV BHARAT ODISHA)

ନୂଆପଡା: ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ଗରମ । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଉତ୍କଟ ରୂର ନେଇଛି ପାନୀୟ ଜଳ ସମସ୍ୟା । ଟାଇଁ ଟାଇଁ ଖରାରେ ନଦୀ, ନାଳ, ପୋଖରୀ ସୁଖିଲା ପଡିଛି । ଗଭୀର କୂପର ଜଳସ୍ତର ହ୍ରାସ ପାଉଛି । ଫଳରେ ଖଡ଼ିଆଳ ବ୍ଲକ ବଡମୁଲା ଗାଁରେ ବିଶୁଦ୍ଦ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ଫଳରେ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଲେକେ । ପାନୀୟ ଜଳ ପାଇଁ ଗାଁର ମହିଳା ମାନେ 2କିଲୋମିଟର ଦୂରତା ନିକଟସ୍ଥ ନାଳ କୁଯାଇ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି । ଆଉକିଛି ମହିଳା ଗାଁ ନଳକୂପରେ ଲମ୍ବାଧାଡ଼ି ବାନ୍ଧି ପାଣି ସଂଗ୍ରହ କରୁଛନ୍ତି । ଗାଁରେ ପାଣି ସମସ୍ୟା ନେଇ ସରପଞ୍ଚ ଏବଂ ଅନ୍ୟ ଅଧିକାରୀଙ୍କୁ ଜଣାଇତିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଡମୁଲା ଗାଁର ଜନସଂଖ୍ୟା 2500 । ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ଗାଁକୁ ପାଇପ ଯୋଗେ ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି । ହେଲେ ପ୍ରବଳ ଗ୍ରୀଷ୍ମପ୍ରବାହରେ ଜଳ ଯୋଗାଇବାରେ ବିଫଳ ହୋଇଛି ପାନୀୟ ଜଳ ପ୍ରକଳ୍ପ । ଫଳରେ ଦୀର୍ଘ ଏକ ମାସ ହେବ ବଡମୁଲା ଗାଁରେ ପାଇପ ଯୋଗେ ଜଳ ଯୋଗାଣ ବନ୍ଦ ରହିଛି । ଯାହାଫଳରେ ଗାଁଲୋକେ ପାନୀୟ ଜଳ ସମସ୍ୟାରେ ଜୁଝୁଛନ୍ତି । ଶୋଷ ମେଣ୍ଟାଇବା ପାଇଁ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଗାଁଲୋକେ । ଅପରପକ୍ଷେ ଦୀର୍ଘ ଦିନଧରି ଲାଗିରହିଥିବା ଗାଁର ପାଣି ସମସ୍ୟା ପ୍ରତି ଖଡ଼ିଆଳ ଜନସ୍ୱାସ୍ଥ୍ୟ ବିଭାଗ କିମ୍ବା ସ୍ଥାନୀୟ ସରପଞ୍ଚ ଙ୍କ ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଷ୍ଟିଲ ସିଟିରେ ପାନୀୟ ଜଳ ସମସ୍ୟା, ହନ୍ତସନ୍ତ ବସ୍ତି ବାସିନ୍ଦା - Rourkela Water Problem

ଗାଁରେ ପାଇପ ଯୋଗେ ଜଳ ଯୋଗାଣ ବନ୍ଦ ହେବାପରେ ବାଧ୍ୟହୋଇ ଫ୍ଲୋରାଇଟ ମିଶ୍ରିତ ବିଷାକ୍ତ ପାଣିକୁ ସେବନ କରୁଛନ୍ତି ଗାଁଲୋକେ । ଫଳରେ ଆଣ୍ଠୁ ଗଣ୍ଠି ବାତ ଭଳି ନାନା ପ୍ରକାର ଅଜଣା ରୋଗରେ ପୀଡିତ ହେଉଛନ୍ତି । ପ୍ରଶାସନ ତୁରନ୍ତ ପାଣି ସମସ୍ୟା ପ୍ରତି ଗୁରୁତ୍ୱ ନଦେଲେ, ରାଜରାସ୍ତା ଅବରୋଧ କରିବା ସହିତ ଖଡ଼ିଆଳ ବିଡ଼ିଓ ଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଗାଁ ମହିଳା ମାନେ ଚେତାବନୀ ଦେଇଛନ୍ତି । ଗାଁରେ ପାଇପ ଯୋଗେ ଜଳ ଯୋଗାଣ ବନ୍ଦ ହେବାପରେ ବାଧ୍ୟହୋଇ ଫ୍ଲୋରାଇଟ ମିଶ୍ରିତ ବିଷାକ୍ତ ପାଣିକୁ ସେବନ କରୁଛନ୍ତି ଗାଁଲୋକେ । ଫଳରେ ଆଣ୍ଠୁ ଗଣ୍ଠି ବାତ ଭଳି ନାନା ପ୍ରକାର ଅଜଣା ରୋଗରେ ପୀଡିତ ହେଉଛନ୍ତି । ପ୍ରଶାସନ ତୁରନ୍ତ ପାଣି ସମସ୍ୟା ପ୍ରତି ଗୁରୁତ୍ୱ ନଦେଲେ, ରାଜରାସ୍ତା ଅବରୋଧ କରିବା ସହିତ ଖଡ଼ିଆଳ ବିଡ଼ିଓ ଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଗାଁ ମହିଳା ମାନେ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ କୂପର ଜଳସ୍ତର ହ୍ରାସ ପାଉଥିବା ଘଟଣାକୁ ଖୋଦ ଖଡ଼ିଆଳ ବିଡ଼ିଓ ସ୍ୱୀକାର କରିବା ସହିତ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରିବା ପାଇଁ RWSS କନିଷ୍ଠ ଯନ୍ତ୍ରୀ ଏବଂ ସ୍ଥାନୀୟ ସରପଞ୍ଚ ଙ୍କୁ ନିର୍ଦ୍ଦେଶ ଦେଇଥିବା ଖଡ଼ିଆଳ ବିଡ଼ିଓ ବିରସେନ ବେହେରା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.