ହିମାଚଳରେ ସ୍ଥିତି ଅଣାୟତ; ବ୍ରିଜ ଉପରେ ଲହଡି, ମନ୍ଦିରରେ ପଶିଲା ପାଣି

By

Published : Jul 10, 2023, 1:56 PM IST

thumbnail

ସିମଲା: ହିମାଚଳରେ ଭୟଙ୍କର ପରିସ୍ଥତି ସୃଷ୍ଟି ହୋଇଛି । ଲଗାଣ ବର୍ଷାରେ ଜଳପ୍ରଳୟ ସୃଷ୍ଟି ହୋଇଛି । ଜଳମଗ୍ନ ହୋଇଛି ହିମାଚଳ ପ୍ରଦେଶର ଅଧିକାଂଶ ଅଞ୍ଚଳ । ବର୍ଷା ହୋଇ ରାସ୍ତାଘାଟରେ ଭୟଙ୍କର ପାଣି ଠିଆ ହୋଇଛି । ଜନଜୀବନ ପ୍ରଭାବିତ ହୋଇଛି । ଘରୁ ବାହାରିବା ମୁସ୍କିଲ ହୋଇଛି । ପଶ୍ଚିମାଝଡ଼ ଓ ମୈସୁମୀ ସକ୍ରିୟ ଥିବାରୁ ଉତ୍ତର ଭାରତର ପ୍ରବଳ ବର୍ଷା ଲାଗି ରହିଛି । ଆହୁରି ବର୍ଷା ହେବା ଆକଳନ କରିଛି ପାଣିପାଗ ବିଭାଗ । ବର୍ଷା ଲାଗି ରହିଥିବାରୁ ଭିକ୍ଟୋରିଆ ବ୍ରିଜ ଉପରେ ପାଣି ସୁଅ ବୋହିଛି । ଏବଂ ପଞ୍ଚଭଖତ୍ରା ମନ୍ଦିରରେ ପାଣି ପସିଛି । ବର୍ଷା ବିପତ୍ତି କାରଣରୁ ହିମାଚଳ ପ୍ରଦେଶରେ 5ଜଣଙ୍କର ମୃତ୍ୟୁ ହୋଇଛି । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇ ରାସ୍ତାଘାଟ ଜାମ ହୋଇଛି । ହିମାଚଳ ପ୍ରଦେଶରେ ବାଦଳଫଟା ବର୍ଷା ପରେ କିଛି ଏମତି ପରିସ୍ଥିତି ସୃଷ୍ଟି ହୋଇଛି ଦେଖନ୍ତୁ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.