ଚଳନ୍ତା ବସରୁ ଖସି କଣ୍ଡକ୍ଟରଙ୍କ ମୃତ୍ୟୁ, ଭିଡିଓ ଭାଇରାଲ

By ETV Bharat Odisha Team

Published : Aug 30, 2023, 6:59 PM IST

thumbnail

ମାଙ୍ଗାଲୁରୁ: ବସ୍‌ରୁ ଖସିପଡ଼ି ପ୍ରାଣ ହରାଇଲେ କଣ୍ଡକ୍ଟର । ଯାହାର ଲାଇଭ୍‌ ଚିତ୍ର କ୍ୟାମେରାରେ କଏଦ ହୋଇଥିବାବେଳେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, କର୍ଣ୍ଣାଟକ ବାଙ୍ଗଲକୋଟ ଜିଲ୍ଲାର ବାସିନ୍ଦା ଇରାଭୟା ପ୍ରାଣ ହରାଇଛନ୍ତି । ତାଙ୍କ ବୟସ 23 ବର୍ଷ ହୋଇଥିବା ବେଳେ ମଙ୍ଗଳବାର ଦିନ ଘଟିଯାଇଛି ଏଭଳି ଭୟଙ୍କର ଦୁର୍ଘଟଣା । ଏକ ବେସରକାରୀ ସିଟି ବସରେ କଣ୍ଡକ୍ଟର ଭାବେ କାମ କରୁଥିଲେ ଇରାଭୟା ।  

ସୂଚନା ମୁତାବକ, ବସ୍‌ଟି କେପିଟିରୁ ନଣ୍ଟୁର ଆସିବା ସମୟରେ ଏକ ଟର୍ଣ୍ଣିଂ ନିକଟରେ ଗତି ପଥ ପରିବର୍ତ୍ତନ କରୁଥିଲା । ଗାଡିର ବେଗ ପ୍ରଖର ଥିବାବେଳେ ଦ୍ୱାରରେ ଠିଆ ହୋଇଥିବା କଣ୍ଡକ୍ଟର ହଠାତ୍ ତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ଟ୍ରାଫିକ ପୋଲିସ ଏବଂ ଜନସାଧାରଣ ଗୁରୁତର କଣ୍ଡକ୍ଟରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ଜୀବନ ଯାଇଛି । ସୋସିଆଲ ମିଡିଆରେ ଦୁର୍ଘଟଣାର ବେଳର ଏଭଳି ଛାତିଥରା ଚିତ୍ର ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.