ଧରାବତରଣ କଲେ ଯିଶୁଖ୍ରୀଷ୍ଟ, ଚଳଚଞ୍ଚଳ ରାଜଧାନୀର ବିଭିନ୍ନ ଚର୍ଚ୍ଚ

By ETV Bharat Odisha Team

Published : Dec 25, 2023, 9:06 AM IST

thumbnail

Christmas celebration:

ଭୁବନେଶ୍ବର: ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ନୂଆ ଦିଶା, ନୂଆ ରାହା ଦେଖାଇବାକୁ ପୃଥିବୀ ପୃଷ୍ଠକୁ ଓହ୍ଲାଇଛନ୍ତି । ଏଥିପାଇଁ ଚଳଚଞ୍ଚଳ ଦେଶର ବିଭିନ୍ନ ଚର୍ଚ୍ଚ । ଖ୍ରୀଷ୍ଟମାସ ଡେ' ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମୁଖ୍ୟ ପର୍ବ ହୋଇଥିବା ବେଳେ ଏହାକୁ ସାରା ବିଶ୍ବବାସୀ ବେଶ ଧୁମଧାମର ସହିତ ପାଳନ କରିଥାଆନ୍ତି । ଏହାକୁ ପାଳନ କରିବା ପାଇଁ ଧର୍ମାବଲମ୍ବୀଙ୍କ ଦେଖା ଦେଇଛି ବେଶ୍ ଉତ୍ସାହ ଏବଂ ଉଦ୍ଦୀପନା । ଏହାରି ମଧ୍ୟରେ  ପ୍ରଭୁଙ୍କ ଆଗମନକୁ  ଭୁବନେଶ୍ୱରରେ ଥିବା ବିଭିନ୍ନ ଚର୍ଚ୍ଚରେ ଧୁମଧାମରେ ପାଳନ କରାଯାଇଛି । ମଧ୍ୟରାତ୍ରିରେ ଅର୍ଥାତ ୧୨ଟାରେ ଖ୍ରୀଷ୍ଟ ଧର୍ମାବାଲମ୍ବୀ ଭାଇଭଉଣୀ ଚର୍ଚ୍ଚରେ ଏକାଠି ହୋଇ ସମୂହ ପ୍ରାର୍ଥନା କରି ପ୍ରଭୁ ଯୀଶୁଙ୍କ ଆରାଧନା କରିଥିଲେ । ଆରାଧନା ସହ ଯୀଶୁଙ୍କ ଜନ୍ମ ଗାଥାକୁ ବୁଝାଇଥିଲେ ଚର୍ଚ୍ଚର ଫାଦର। ବିଧି ମୁତାବକ ପ୍ରାର୍ଥନା ଓ ଆରାଧନକୁ ନେଇ ମଧ୍ୟରାତ୍ରିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରୀ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ ପ୍ରଭୁ ଯୀଶୁ । ଏହାପରେ ପରସ୍ପରକୁ ବଡ଼ଦିନର ଶୁଭେଚ୍ଛା ଜଣାଇ ପ୍ରଭୁଙ୍କ ପ୍ରେମକୁ ପାଥେୟ କରି ମୁକ୍ତିର ଭାବରେ ଭିଜାଇଥିଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇଭଉଣୀ । ତେବେ ଶୀତୁଆ ରାତିରେ ଚର୍ଚ୍ଚରେ ଯୀଶୁଙ୍କ ଜନ୍ମଦିନକୁ ନେଇ ଶ୍ରଦ୍ଧାଳୁଙ୍କ ଭିଡ  ଦେଖିବାକୁ ମିଳୁଥିଲା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.