ଦିଲ୍ଲୀ ଅଭିମୁଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭଉଣୀ ଗୀତା ମେହେଟ୍ଟାଙ୍କୁ କରିବେ ଶେଷ ଦର୍ଶନ

By ETV Bharat Odisha Team

Published : Sep 17, 2023, 11:06 AM IST

thumbnail

ଭୁବନେଶ୍ବର: ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟରେ ସାମିଲ ହେବାକୁ ଦିଲ୍ଲୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି (ଶନିବାର) ନୂଆଦିଲ୍ଲୀ ସ୍ଥିତ ବାସଭବନରେ 80 ବର୍ଷ ବୟସରେ ଗୀତା ମେହେଟ୍ଟାଙ୍କ ଦେହାନ୍ତ ହୋଇଥିଲା । ଆଜି ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ବଡ ଭଉଣୀଙ୍କୁ ଶେଷ ଦର୍ଶନ କରିବାକୁ ଆଜି ଭୁବନେଶ୍ବରରୁ ଦିଲ୍ଲୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 1943 ମସିହାରେ ଜନ୍ମିତ ଗୀତା ମେହେଟ୍ଟା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଏକମାତ୍ର କନ୍ୟା । ସେ ଜଣେ ପ୍ରଖ୍ୟାତ ଲେଖିକା, ସାମ୍ବାଦିକା ଓ  ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା । ଦେଶ ବିଦେଶରେ ଖୁଵ ନାଁ କମାଇଥିଲେ ଗୀତା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ 80 ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । 2019ରେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିଲେ ଗୀତା । ଏହି ସମ୍ମାନକୁ ପ୍ରତ୍ୟାଖାନ କରି ସେ ଚର୍ଚ୍ଚାକୁ ଆସିଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.