ETV Bharat / state

Gita Mehta Passes Away: ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ

author img

By ETV Bharat Odisha Team

Published : Sep 16, 2023, 10:53 PM IST

Updated : Sep 17, 2023, 7:28 AM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପରଲୋକ । ଅଧିକ ପଢନ୍ତୁ

ନବୀନଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ
ନବୀନଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ

ଭୁବନେଶ୍ବର: ପ୍ରଖ୍ୟାତ ଆନ୍ତର୍ଜାତିକ ଲେଖିକା, ସାମ୍ବାଦିକା, ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଛି । ଦିଲ୍ଲୀ ସ୍ଥିତ ବାସଭବନରେ 80 ବର୍ଷ ବୟସରେ ଗୀତାଙ୍କ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିବା ନେଇ ସୂଚନା । ଗୀତା ମେହେଟ୍ଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ
ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ
ନନ୍ଦୀନ ଶତପଥୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସହ ଗୀତା ମେହେଟ୍ଟା
ନନ୍ଦୀନ ଶତପଥୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସହ ଗୀତା ମେହେଟ୍ଟା

ନବୀନଙ୍କ ଏକମାତ୍ର ଭଉଣୀ: 1943 ମସିହାରେ ଜନ୍ମିତ ଗୀତା ମେହେଟ୍ଟା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କର ଏକମାତ୍ର କନ୍ୟା । । ନବୀନ ପଟ୍ଟନାୟକ ଓ ପ୍ରେମ ପଟ୍ଟନାୟକଙ୍କ ଭଉଣୀ ହେଉଛନ୍ତି ଗୀତା । ପାଠ ପଢା ସରିବା ପରେ ବ୍ରିଟେନର କେମ୍ବିଜ ବିଶ୍ବବିଦ୍ୟାଳୟରେ ଉଚ୍ଚଶିକ୍ଷା ହାସଲ କରିଥିଲେ । 1965ରେ ସେ ଆମେରିକାସ୍ଥିତ ଅଲଫ୍ରେଡ ଏ ନୋଫ ପ୍ରକାଶନୀ ସଂସ୍ଥାର ମୁଖ୍ୟଙ୍କ ସୋନୀ ମେହେଟ୍ଟାଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ପୁତ୍ର ସନ୍ତାନ ଆଦିତ୍ୟ ସିଂହ ମେହେଟ୍ଟା ରହିଛନ୍ତି । ସୋନୀ ମେହେଟ୍ଟାଙ୍କର ଗତ ୨୦୧୯ରେ ପରଲୋକ ହୋଇଥିଲା ।

ସ୍ବାମୀ ଓ ପୁଅଙ୍କ ସହ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା
ସ୍ବାମୀ ଓ ପୁଅଙ୍କ ସହ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା

ଲେଖିକା ଭାବେ ବିଶ୍ବରେ ରହିଛି ଖ୍ୟାତି: ଦିଲ୍ଲୀ ଓ ଇଂଲଣ୍ଡରେ ଶିକ୍ଷା ଲାଭ କରିଥିଲେ ଗୀତା ଲେଖାଲେଖି ସହ ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ନିର୍ମାଣ କରିଛନ୍ତି । ସାମ୍ବାଦିକା ଭାବେ ତାଙ୍କର ପରିଚୟ ରହିଛି । ତାଙ୍କର 3ଟି ପୁସ୍ତକ କର୍ମା କୋଲା, ସାପ ଏବଂ ଶିଡି, ଏ ରିଭର ସୂତ୍ର, ରାଜ୍ ଆଣ୍ଡ ଏଣ୍ଟରନାଲ ଗଣେଶ । ଗୀତାଙ୍କ ଏକ ପୁସ୍ତକ 21ଟି ଭାଷାରେ ଅନୁବାଦ ହୋଇଛି । ଯାହା ଭାରତ ସମେତ ୟୁରୋପରେ ଖ୍ୟାତି ଲାଭ କରିଛି । ସେ ବହୁତ ଡକ୍ୟୁମେଣ୍ଟାରୀ ଫିଲ୍ମ ତିଆରି କରିଛନ୍ତି ।

ପରିବାର ସହ ଗୀତା ମେହେଟ୍ଟା
ପରିବାର ସହ ଗୀତା ମେହେଟ୍ଟା

ପଦ୍ମଶ୍ରୀ ସମ୍ମାନକୁ କହିଥିଲେ ନା: ୪୦ ବର୍ଷର ସାହିତ୍ୟ ସାଧନାରେ ତାଙ୍କର ଅନେକ ପୁସ୍ତକ ଉଲ୍ଲେଖନୀୟ ସଫଳତା ଲାଭ କରିଛି । ଗୀତା ମେହେଟ୍ଟା ଇଂଲଣ୍ଡ, ୟୁରୋପ ଏବଂ ଆମେରିକା ପାଇଁ ୧୪ଟି ଦୂରଦର୍ଶନ ପ୍ରାମାଣିକ ଚଳଚ୍ଚିତ୍ରର ନିର୍ମାଣ କରିଛନ୍ତି । ୧୯୭୦-୧୯୭୧ ମସିହା ମଧ୍ୟରେ ସେ ଆମେରିକା ଦୂରଦର୍ଶନ ଏନବିସି ପାଇଁ ଯୁଦ୍ଧ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ଚଳଚ୍ଚିତ୍ର ‘କମ୍ପାଇଲେସନ ଅଫ ଦି ବାଙ୍ଗଲାଦେଶ ରିଭୋଲୁସନ, ଡେଡଲାଇନ ବାଙ୍ଗଲାଦେଶ, ଉଭୟ ଭାରତ ଏବଂ ବିଦେଶର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲା । 2019 ମସିହାରେ ତାଙ୍କ ନାଁ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା ହୋଇଥିଲା । କିନ୍ତୁ ସେ ପୁରସ୍କାର ଗ୍ରହଣ କରିବା ଲାଗି ମନା କରିଦେଇଥିଲେ । ପଦ୍ମଶ୍ରୀ ସମ୍ମାନକୁ ପ୍ରତ୍ୟାଖ୍ୟାନ କରି ସେ ଚର୍ଚ୍ଚାକୁ ଆସିଥିଲେ ।

ଦିଲ୍ଲୀ ଯିବେ ନବୀନ: ଗୀତାଙ୍କ ଦେହାନ୍ତ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ରବିବାର) ଦିଲ୍ଲୀ ଗସ୍ତରେ ଯିବେ । ଦିଲ୍ଲୀରେ ଭଉଣୀଙ୍କ ଶେଷ ଦର୍ଶନ କରିବେ ନବୀନ । ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ନବୀନଙ୍କ ସହିତ ଗୀତାଙ୍କର ବହୁତ ବ୍ୟକ୍ତିଗତ ସମ୍ପର୍କ ଥିଲା । ନବୀନଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିବାରେ ଗୀତାଙ୍କର ବଡ଼ ଭୂମିକା ଥିଲା । ରାଜନୀତିରେ ନବୀନଙ୍କ ପ୍ରବେଶ ପଛରେ ଗୀତାଙ୍କର ବଡ଼ ହାତ ରହିଛି । ନବୀନ ସରକାର ଗଠନ ସମୟରେ ଗୀତା ଓଡିଶାରେ ଉପସ୍ଥିତ ଥିଲେ ।

  • I am saddened by the passing away of noted writer Smt. Gita Mehta Ji. She was a multifaceted personality, known for her intellect and passion towards writing as well as film making. She was also passionate about nature and water conservation. My thoughts are with @Naveen_Odisha

    — Narendra Modi (@narendramodi) September 16, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ: ଗୀତ ମେହେଟ୍ଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ଗୀତଙ୍କ ବିୟୋଗରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଗୀତା ଜଣେ ପ୍ରତିଷ୍ଠିତ ଲେଖିକା ଥିଲେ । ସେ ନିଜ ଦକ୍ଷତା ବଳରେ ବହୁମୁଖୀ ପ୍ରତିଭାର ଅଧିକାରିଣୀ ହୋଇଥିଲେ । ସୃଜନଶୀଳ ସାହିତ୍ୟ ରଚନା ଓ ଫିଲ୍ମ ନିର୍ମାତା ପାଇଁ ପରିଚତ ଥିଲେ । ପ୍ରକୃତି ଏବଂ ଜଳ ସଂରକ୍ଷଣ ଦିଗରେ ସେ ବହୁ କାର୍ଯ୍ୟ କରିଛନ୍ତି । ଏଭଳି ଦୁଃଖ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଉଛି । ତାଙ୍କର ଅମର ଆତ୍ମାର ସତଗତି କାମନା କରୁଛି ।''

  • Hon'ble Governor is saddened to learn about the demise of accomplished english author Gita Mehta, sister of Hon'ble CM Shri @Naveen_Odisha and conveyed heartfelt condolences to the bereaved family and friends.

    Om Shanti. 🙏🙏🙏

    — Governor Odisha (@GovernorOdisha) September 16, 2023 " class="align-text-top noRightClick twitterSection" data=" ">

ସେହପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆନ୍ତର୍ଜାତିକ ଲେଖିକା, ସାମ୍ବାଦିକା, ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, '' ଗୀତ ଜଣେ ଉଚ୍ଚକୋଟୀର ଲେଖିକା ଥିଲେ । ତାଙ୍କ କୃତି ଚିର ଅମର ହୋଇ ରହିବ । ଦିଂବଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ସହ ପରିବାରଙ୍କୁ ଏଭଳି ଦୁଃଖ ସମୟରେ ଭଗବାନ ସହାୟ ହୁଅନ୍ତୁ ।

  • Saddened to hear about the passing away of Gita Mehta ji, a prominent author. This is a major loss to the literary and cultural world. Sincere condolences to Hon. CM Odisha and family. Pray to Almighty to give strength to his family and friends to bear this loss. Om Shanti 🙏🙏🙏

    — Dharmendra Pradhan (@dpradhanbjp) September 16, 2023 " class="align-text-top noRightClick twitterSection" data=" ">

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୀତ ମେହେଟ୍ଟାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, '' ସୁନାମଧନ୍ୟ ଲେଖିକା ଗୀତ ମେହେଟ୍ଟାଙ୍କ ଦେହାନ୍ତ ଖବର ଶୁଣି ମଁ ମର୍ମାହତ । ଗୀତାଙ୍କ ପରଲୋକ ସାହିତ୍ୟ ଜଗତ ପାଇଁ ବଡ କ୍ଷତି । ଏଭଳି ଦୁଃଖଦ ସମୟରେ ଭଗବାନ ଶୋକ ସନ୍ତପ୍ତ ପରିବାରକୁ ଶକ୍ତି ଦିଅନ୍ତୁ । ଓମ୍ ଶାନ୍ତି ।''

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 17, 2023, 7:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.