ମଦ ମାଫିଆଙ୍କ ସହ ସରକାରଙ୍କ ସମ୍ପୃକ୍ତିକୁ ନେଇ ବିଜେପିର ବିକ୍ଷୋଭ

By ETV Bharat Odisha Team

Published : Dec 12, 2023, 7:09 AM IST

thumbnail

ଢେଙ୍କାନାଳ: ମଦ ଓ କଳା ଟଙ୍କା ଦୁର୍ନୀତି ଏବେ ରାଜ୍ୟରେ ହଇଚଇ ସୃଷ୍ଟି କରିଛି l ଦୀର୍ଘ ୫ ଦିନ ଧରି ଟଙ୍କା ଗଣା ଚାଲିବା ପରେ ଏହି ପ୍ରକ୍ରିୟା ଶେଷ ହୋଇଛି ଏବଂ ଏହାର ପରିମାଣ ପ୍ରାୟ ତିନି ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ l ମଦ ଓ କଳା ଟଙ୍କା ଦୁର୍ନୀତି ବିରୋଧରେ ସମଗ୍ର ରାଜ୍ୟରେ ସୋମବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଆନ୍ଦୋଳନ ଓ ପ୍ରତିବାଦ କରାଯାଇଛି । ସେହି କ୍ରମରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବିଜେପି ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ମଧ୍ୟ ପ୍ରତିବାଦ କରାଯାଇଛି । ସ୍ଥାନୀୟ ମହିମା ମନ୍ଦିର ଠାରୁ ଆରମ୍ଭ କରି ଶହ ଶହ ସଂଖ୍ୟାରେ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । 

ଏହା ମଧ୍ୟ ପଢନ୍ତୁ... ଆୟକର ଚଢାଉ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ସରକାର ମଦ ମାଫିଆଙ୍କୁ ପ୍ରଶୟ ଦେଇ କୋଟି କୋଟି ଟଙ୍କା କଳାଧନ ଉପାର୍ଜନ କରୁଛନ୍ତି । ଏହି କଳା ଟଙ୍କାରେ ବିଜେଡି ନିର୍ବାଚନ ଲଢୁଛି ଏବଂ ମଦ ମାଫିଆଙ୍କୁ ପ୍ରଶୟ ଦେଇଥିବା ବେଳେ ସିଧାସଳଖ ବିଜେଡିର ନେତାମାନେ ଏଥିରେ ସଂଶ୍ଲିଷ୍ଟ ରହିଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି । ବିଜେଡି ସରକାରର ସହଯୋଗ ବିନା ରାଜ୍ୟରେ ଏତେ ପରିମାଣର ନଗଦ ଟଙ୍କା ରଖିବା ସମ୍ଭବ ନୁହେଁ ବିଜେପି କହିଛି l  ଶେଷରେ ଶାସକ ଦଳ ବିରୋଧରେ ନାରାବାଜି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରଯାଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.